ଆଗକୁ ଆସିବାକୁ ଯାଉଛି ବେଷ୍ଟ  ଟ୍ରାନ୍ସପେରେଣ୍ଟ  ସ୍ମାର୍ଟଫୋନ୍, ଡିଜାଇନ୍ ଦେଖି ଲାଖି ଯିବ ଆଖି

ଦିନକୁ ଦିନ ଟେକନୋଲୋଜି ଅଧିକ ଉନ୍ନତି ହେବାରେ ଲାଗିଛି। କେବଳ ସେତିକି ନୁହେଁ, ନୂଆ ନୂଆ ଜିନିଷ ସବୁ ଆସୁଛି। ତେବେ ବର୍ତ୍ତମାନ ମଧ୍ୟ ଆସିବାକୁ ଯାଇଛି ଏପରି ଏକ ସ୍ମାର୍ଟଫୋନ୍ ଯାହା ହୁଏତ ଆପଣଙ୍କ ପାଇଁ ବେଷ୍ଟ ଫୋନ୍ ହୋଇପାରେ। ଏହି ଫୋନ ହେଉଛି ରଙ୍ଗ ବିହୀନ। ତେବେ ଆପଣ କେବେ ଭାବୁଛନ୍ତି ଆଗକୁ ଆସିବାକୁ ଥିବା ଫୋନ୍ କିପରି ଦେଖାଯିବ। ହୁଏତ ଏ ପ୍ରଶ୍ନର ଉତ୍ତର କାହା ପାଖରେ ନଥିବ।

କିନ୍ତୁ ବର୍ତ୍ତମାନ ଆଗକୁ ଆସିବାକୁ ଥିବା ଏପରି ଏକ ଟ୍ରାନ୍ସପେରେଣ୍ଟ ଫୋନର ଭିଡ଼ିଓ ଭାଇରାଲ ହେବାକୁ ଲାଗିଛି ଯାହା ହୁଏତ ଆପଣଙ୍କୁ ଖୁବ୍ ପସନ୍ଦ ଆସିପାରେ। ଅର୍ଥାତ୍ ଏହି ଭଳି ଫୋନ୍ ଆଗକୁ ଆସିପାରେ। ତେବେ ଏହି ସ୍ମାର୍ଟଫୋନ୍ କାଚ ପରି ଟ୍ରାନ୍ସପେରେଣ୍ଟ ରହିବ। ଅର୍ଥାତ୍ ଫୋନ୍ ସ୍କ୍ରିନ ପଛ ପଟେ ମଧ୍ୟ ଯାହା ଅଛି ଆପଣ ଦେଖି ପାରିବେ। ଏହା ସବୁଠାରୁ ଭିନ୍ନ ସ୍ମାର୍ଟଫୋନ୍ ହେବ। ବର୍ତ୍ତମାନ ଏହା ଉପରେ କାମ କରାଯାଉଛି। ଭିଡ଼ିଓ ଅନୁସାରେ ଏହାର ଅପରେଟିଂ ସିଷ୍ଟମ MIUI ସହିତ ମେଳ ଖାଉଛି। କିନ୍ତୁ ବର୍ତ୍ତମାନ ଏହା ଜଣା ନାହିଁ ଯେ ସାଓମି ଏହି ପରି କୌଣସି ଫୋନ୍ ତିଆରି କରୁଛି। ତେବେ ଏହା କେଉଁ କମ୍ପାନୀ କରୁଛି ତାହା ଜଣା ନାହିଁ।

ଏହାର ବ୍ୟାଟେରୀ କେଉଁଠି ଅଛି ତାହା ମଧ୍ୟ ଦେଖିବାକୁ ମିଳିନାହିଁ। ଟ୍ରାନ୍ସପେରେଣ୍ଟ ଡିଜାଇନ୍ ହେବା ସହିତ ଏଥିରେ ବ୍ୟାଟେରୀ ଥିବା ନଜର ନଜର ଆସୁନି। ଏହାର ଓୟାରଲେସ ଚାର୍ଜର ମଧ୍ୟ ଟ୍ରାନ୍ସପେରେଣ୍ଟ ରହିଛି। ଅର୍ଥାତ୍ ଫୋନ୍ ଠାରୁ ଆରମ୍ଭ କରି ଚାର୍ଜର ପର୍ଯ୍ୟନ୍ତ ସବୁ ଚାର୍ଜର। କିନ୍ତୁ ଏହାର ଡିଜାଇନ୍ ଗ୍ରାହକ ଖୁବ୍ ପସନ୍ଦ କରିଛନ୍ତି। ତେବେ ଏହି ପରି ଫୋନ୍ ଆଗକୁ ଆସିବ କି ନାହିଁ ଏହା ଉପରେ କୌଣସି ସମ୍ଭାବନା ନାହିଁ। କିନ୍ତୁ ଯେଉଁଭଳି ଭାବେ ଟେକ୍ନୋଲୋଜିର ଅଗ୍ରଗତି ହେଉଛି, ହୁଏତ ଏପରି ଫୋନ୍ ଖୁବ୍ ଶୀଘ୍ର ଆସିପାରେ। ତେବେ ବର୍ତ୍ତମାନ ଏହାର କନ୍ସେପ୍ଟ ଆସିଛି। ଏହାକୁ ଲଞ୍ଚ କରାଯାଇ ନାହିଁ, କି କୌଣସି କମ୍ପାନୀ ମଧ୍ୟ ଏହାକୁ ତିଆରି କରିବା କଥା କହି ନାହିଁ। ତେବେ ଏହି ଫ୍ୟୁଚର୍ ଫୋନ୍ ଆଗକୁ ଆସିବ। ଏହାର ଫିଚର୍ ଓ ଡିଜାଇନ୍ ଖୁବ୍ ଆକର୍ଷଣୀୟ ରହିବ। ଆପଣ ଏହି ଭିଡ଼ିଓ ଦେଖି କଳ୍ପନା କରି ପରୁଥିବେ ଏହାର ସୁନ୍ଦର୍ ଡିଜାଇନ୍ ବିଷୟରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.