ବୈଜୟନ୍ତଙ୍କ ଉପରେ ବର୍ଷିଲେ ଅନୁଭବ, କହିଲେ ମୁଖ୍ୟମନ୍ତ୍ରୀ ହେବାକୁ ତାଙ୍କର ଇଚ୍ଛା ଥିଲା

କେନ୍ଦ୍ରପଡ଼ା : ଚତୁର୍ଥ ପର୍ଯ୍ୟାୟ ଲାଗି ନାମାଙ୍କନ ଦାଖଲର ଆଜି ଶେଷ ଦିନ। ଅନ୍ତିମ ଦିନରେ କେନ୍ଦ୍ରପଡ଼ା ଲୋକସଭା ଓ ବିଧାନସଭା ଲାଗି ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ବିଜେଡିର ଅନୁଭବ ମହାନ୍ତି ଓ ଶଶିଭୂଷଣ ବେହେରା। ଶହଶହ ସମର୍ଥକଙ୍କ ଗହଣରେ ଆସି ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଏହି ଅବସରରେ ସାଂସଦ ପ୍ରାର୍ଥୀ ଅନୁଭବ କହିଛନ୍ତି, ବୈଜୟନ୍ତ ପଣ୍ଡା ନବୀନଙ୍କ ସ୍ୱାସ୍ଥ୍ୟ ଖରାପ କଥା ଗୁଜବ ପ୍ରଚାର କରିଥିଲେ। କାରଣ ମୁଖ୍ୟମନ୍ତ୍ରୀ ହେବାକୁ ତାଙ୍କର ଇଚ୍ଛା ଥିଲା। ସେପରି ବେଇମାନଙ୍କୁ କେନ୍ଦ୍ରାପଡ଼ାର ସ୍ୱାଭିମାନ ମାଟି ଗ୍ରହଣ କରିବ ନାହିଁ ବୋଲି ଅନୁଭବ କହିଛନ୍ତି ।

ନବୀନ ପଟ୍ଟନାୟକ ମଧ୍ୟ ଜାତୀୟ ଗଣମାଧ୍ୟମକୁ ସାକ୍ଷାତ କାରରେ, ତାଙ୍କ ଦେହ ଖରାପ କଥା ଗୁଜବର ରହସ୍ୟ ଉନ୍ମୋଚନ କରିଥିଲେ। ଏପରି ପ୍ରଚାର ପଛରେ ବୈଜୟନ୍ତ ଥିବା କଥା କହିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ଏହି ମନ୍ତବ୍ୟ ପରେ, ଏବେ ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇ ଯାଇଛି। ବିଜୁ ବାବୁଙ୍କ କର୍ମଭୂମି କେନ୍ଦ୍ରାପଡ଼ାରେ ଏକ ପ୍ରମୁଖ ପ୍ରସଙ୍ଗ ହେବାକୁ ଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.