Below header

ଷ୍ଟ୍ରଙ୍ଗ ରୁମରେ ଇଭିଏମ ଓ ନିର୍ବାଚନ ସାମଗ୍ରୀ, ସବୁ ରାଜନୈତିକ ଦଳଙ୍କ ଉପସ୍ଥିତିରେ କରାଗଲା ରୁମ୍‌ ସିଲ୍‌

ଭୁବନେଶ୍ବର : ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିବା ପରେ କଡ଼ା ସୁରକ୍ଷା ମଧ୍ୟରେ ବିଭିନ୍ନ ସ୍ଥାନରେ ଷ୍ଟ୍ରଙ୍ଗ ରୁମରେ ରଖାଯାଇଛି ଇଭିଏମ ଓ ଭିଭିପାଟ । ନବରଙ୍ଗପୁର ଜିଲ୍ଲାର ସମସ୍ତ ୯୩୮ ବୁଥରୁ ଆସିସାରିଛି ଇଭିଏମ ଓ ଅନ୍ୟ ନିର୍ବାଚନ ସାମଗ୍ରୀ। ଇଭିଏମରେ ସିଲ ହୋଇଛି ୪ ସାଂସଦ ପ୍ରାର୍ଥୀ ଓ ୧୮ ବିଧାୟକ ପ୍ରାର୍ଥୀଙ୍କ ଭାଗ୍ୟ । ଆଜି ସମସ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କ ଉପସ୍ଥିତିରେ ଇଭିଏମକୁ ଷ୍ଟ୍ରଙ୍ଗ ରୁମରେ ରଖି ସିଲ କରାଯାଇଛି। ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା କହିଛନ୍ତି ଜିଲ୍ଲାପାଳ।

ସେହିପରି କୋରାପୁଟରେ ମଧ୍ୟ ଇଭିଏମ ଓ ଭିଭିପାଟକୁ ଷ୍ଟ୍ରଙ୍ଗ ରୁମରେ ରଖାଯାଇଛି। ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଓ ସିସିଟିଭି କ୍ୟାମେରାର ତୀକ୍ଷ୍ଣ ନଜରରେ ରହିଛି ୨ଟି ଷ୍ଟ୍ରଙ୍ଗ ରୁମ। କୋରାପୁଟ ସଂସଦୀୟ କ୍ଷେତ୍ରର ୭ ଜଣ ପ୍ରାର୍ଥୀ ଓ ଏହା ଅନ୍ତର୍ଗତ ବିଧାନସଭା ଆସନର ୩୪ ବିଧାୟକ ପ୍ରାର୍ଥୀଙ୍କ ଭାଗ୍ୟ ଏବେ ଇଭିଏମରେ ସିଲ୍‌ ହୋଇଛି । ମେ ୨୩ତାରିଖ ଭୋଟ ଗଣତି ଯାଏ ଷ୍ଟ୍ରଙ୍ଗ ରୁମ ସିଲ ଖୋଲାଯିବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.