ଚନ୍ଦ୍ରାୟନ-୨ ପଠାଇଲା ଖୁସି ଖବର, ମହାକାଶରୁ ଦେଲା ପୃଥିବୀର ପ୍ରଥମ ଫଟୋ

ମିଶନ୍‌ ମୁନ୍‌ରେ ଯାଇଥିବା ଚନ୍ଦ୍ରାୟନ-୨ ଚନ୍ଦ୍ରର ନିକଟବର୍ତ୍ତୀ ହେଉଛି । ସାରା ଦେଶ ଏହି ମିଶନର ସଫଳତାକୁ ନେଇ ଅନାଇ ରହିଥିବା ବେଳେ ଖୁସି ଖବର ପଠାଇଛି ଚନ୍ଦ୍ରାୟନ-୨ । ମହାକାଶରୁ ପଠାଇଛି ପୃଥିବୀର ପ୍ରଥମ ଫଟୋ । କିଛି ଚମତ୍କାର ଫଟୋ ଏବେ ଇସ୍ରୋର ହସ୍ତଗତ ହୋଇଛି । ଏନେଇ ଟ୍ଵିଟ୍‌ କରି ଇସ୍ରୋ ପକ୍ଷରୁ ସୂଟନା ଦିଆଯାଇଛି । ଚନ୍ଦ୍ରାୟନ-୨ରେ ଲାଗିଥିବା LI4 କ୍ୟାମେରାରେ ଏସବୁ ଫଟୋ ଉତ୍ତୋଳନ ହୋଇଛି ।

chandrayan2ଗତମାସ ୨୨ ତାରିଖରେ ମିଶନ୍‌ ଚନ୍ଦ୍ର ଅଭିମୁଖେ ଯାଇଛି ଚନ୍ଦ୍ରୟାନ-୨। ବିଶ୍ୱର ପ୍ରଥମ ସ୍ପେସ୍‌ ମିଶନ, ଯାହା ଚନ୍ଦ୍ରର ଦକ୍ଷିଣ ଧ୍ରୁବରେ ଅବତରଣ କରିବ । ଭାରତର ନିଜସ୍ୱ ଜ୍ଞାନ କୌଶଳ ଜରିଆରେ ଚନ୍ଦ୍ରରେ ଅବତରଣ କରିବ ଲ୍ୟାଣ୍ଡର । ଚନ୍ଦ୍ରରେ ଅବତରଣ କରିବାରେ ଭାରତ ହେବ ଚତୁର୍ଥ ଦେଶ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.