ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ୍ ରହିଥାଆନ୍ତି। ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମରେ ମୋଦିଙ୍କ ଫଲୋୟର୍ସ ସଂଖ୍ୟା ଲକ୍ଷ ଲକ୍ଷ ରହିଛନ୍ତି। ଏଭଳି ସ୍ଥଳେ ଟୁଇଟରରେ ସବୁଠାରୁ ଅଧିକ ଫଲୋୟର୍ସ ଲିଷ୍ଟରେ ନରେନ୍ଦ୍ର ମୋଦି ୨୦ ନମ୍ବର ସ୍ଥାନରେ ରହିଛନ୍ତି। ଏହି ଟପ୍-୨୦ ଲିଷ୍ଟରେ ପହଞ୍ଚିବାରେ ମୋଦି ଏକମାତ୍ର ଭାରତୀୟ ହୋଇଯାଇଛନ୍ତି। ଟୁଇଟରରେ ମୋଦିଙ୍କୁ ଫଲୋ କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ସୋମବାର ୫ କୋଟି ଟପିଯାଇଛି। ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କଠାରୁ ପାଖାପାଖି ୧.୪ କୋଟି ପଛରେ ରହିଛନ୍ତି। ଏହି ତାଲିକାରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ୧୦.୮ କୋଟି ଫଲୋୟର୍ସଙ୍କ ସହ ୧ ନମ୍ବର ସ୍ଥାନକୁ କବଜା କରିଛନ୍ତି। କୋଟି ଫଲୋୟର୍ସଙ୍କ ତାଲିକାରେ ଭାରତୀୟ ନେତାଙ୍କ ମଧ୍ୟରେ ମୋଦିଙ୍କ ତଳକୁ ରହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ। ଟୁଇଟରରେ ତାଙ୍କ ଫଲୋୟର୍ସ ସଂଖ୍ୟା ୧ କୋଟି ୫୪ ଲକ୍ଷ।
Prev Post