ଅବିବାହିତ ଯୋଡ଼ି ହୋଟେଲ୍‌ରୁମ୍‌ରେ ଏକାଠି ରହିବା ଅପରାଧ ନୁହେଁ: ହାଇକୋର୍ଟ

ଏବେ ହୋଟେଲ ରୁମ୍‌ରେ ଏକାଠି ରହିପାରିବେ ପ୍ରେମୀଯୁଗଳ। ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ବିଚାର କରିବା ଅବସରରେ ମାଡ୍ରାସ୍‌ ହାଇକୋର୍ଟ ଏଭଳି ମନ୍ତବ୍ୟ ଦେଇଛନ୍ତି। ବିବାହ ପୂର୍ବରୁ ଯୁବକ ଯୁବତୀ ଗୋଟିଏ କୋଠରୀରେ ଏକାଠି ରହିବା ଅପରାଧ ଭାବେ ଗଣାଯିବନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଏହାସହ ପଢ଼ନ୍ତୁ: ଶାରୀରିକ ସମ୍ପର୍କ ରଖିବା ପାଇଁ ୧୫ ବର୍ଷୀୟ ଛାତ୍ରକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କଲେ ଶିକ୍ଷୟିତ୍ରୀ

ଜଷ୍ଟିସ୍‌ ଏମ୍‌ଏସ୍‌ ରମେଶ ଏକ ମାମଲାର ବିଚାରଣା କରିବା ଅବସରରେ କହିଛନ୍ତି ଦୁଇ ଜଣ ଅବିବାହିତ ଯୁବକ ଯୁବତୀଙ୍କୁ ହୋଟେଲରେ ରହିବା ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ କୌଣସି ନିୟମକାନୁନ୍‌ ନାହିଁ।

କୋୟମ୍ବାଟୁରର ଏକ ହାୟର ସର୍ଭିସ ଆପାର୍ଟମେଣ୍ଟର ସିଲ୍‌ ହଟାଇବାକୁ ନିର୍ଦ୍ଦେଶ ଦେବା ଅବସରରେ ହାଇକୋର୍ଟ ଏଭଳି ରାୟ ଦେଇଛନ୍ତି। ଏହି ଆପାର୍ଟମେଣ୍ଟରେ ଅନୈତିକ କାର୍ଯ୍ୟକଳାପ ଚାଲିଥିବା ନେଇ ଅଭିଯୋଗ ହୋଇଥିଲା। ଚଢ଼ଉ ବେଳେ ରୁମ୍‌ରୁ ଅବିବାହିତ ଯୁବକ ଯୁବତୀଙ୍କ ସମେତ ମଦ ବୋତଲ ଜବତ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.