Below header

ସ୍ତ୍ରୀଙ୍କ ଅନ୍ତିମ ସଂସ୍କାରରେ ଯିବାକୁ ଚାହୁଁଥିଲେ ବ୍ୟକ୍ତି ! ସୋନୁ ସୁଦଙ୍କୁ କଲେ ସାହାଯ୍ୟ ଭିକ୍ଷା, ଅଭିନେତା ଦେଲେ ଏପରି ଜବାବ ଯାହା ଏବେ ହେଉଛି ଭାଇରାଲ

ରିୟଲ ଲାଇଫର ହିରୋ ସୋନୁ ସୁନଙ୍କୁ ପ୍ରବାସୀ ମାନେ ସାହାଯ୍ୟ ଭିକ୍ଷା କରୁଛନ୍ତି। ଅଭିନେତା ମଧ୍ୟ ସେମାନଙ୍କୁ ସାହାଯ୍ୟ କରିବାକୁ ଦିନ ରାତି ପ୍ରଚେଷ୍ଟା ଜାରୀ ରଖିଛନ୍ତି। ଏହି କରୋନା ଲକଡାଉନ ସମୟରେ ଅନ୍ୟ ରାଜ୍ୟରେ ଫସି ରହିଥିବା ପ୍ରବାସୀଙ୍କ ପାଇଁ ଦେବଦୂତ ସାଜିଛନ୍ତି ସୋନୁ ସୁଦ୍‌। ଅଭିନେତା ରିୟଲ ଲାଇଫର ହିରୋ ସାଜି ଲୋକଙ୍କୁ ଟ୍ରେନ, ବସ, ଫ୍ଲାଇଟ ଯୋଗେ ସେମାନଙ୍କ ଘରେ ପହଁଚାଉଛନ୍ତି। ତେବେ ଏହିସବୁ ମଧ୍ୟରେ ସୋନୁ ସୁଦ ଜଣେ ଏମିତି ବ୍ୟକ୍ତିଙ୍କୁ ସାହାଯ୍ୟ କରିଛନ୍ତି। ଯାହାଙ୍କୁ ନିଜ ସ୍ତ୍ରୀଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବାର ଥିଲା।

sonuଜଣେ ବ୍ୟକ୍ତିଙ୍କ ସ୍ତ୍ରୀଙ୍କର ନିଧନ ହୋଇଗଲା। ଲକଡାଉନ କାରଣରୁ ଅନ୍ୟ ରାଜ୍ୟରେ ଫସି ରହିଥିବା ସ୍ୱାମୀ ନିଜ ସ୍ତ୍ରୀକୁ ଶେଷ ଦର୍ଶନ କରିବା ପାଇଁ ନିଜ ଘରକୁ ଫେରିବାକୁ ଚାହୁଁଥିଲେ। ଆସିବା ପାଇଁ ଅନ୍ୟ କିଛି ଉପାୟ ନ ପାଇ ବ୍ୟକ୍ତି ଅଭିନେତା ସୋନୁ ସୁଦଙ୍କୁ ଟ୍ଵିଟର ମାଧ୍ୟମରେ ସାହାଯ୍ୟ ଭିକ୍ଷା କଲେ। ବ୍ୟକ୍ତିଙ୍କର ଜଣେ ବନ୍ଧୁ, ‘ଟ୍ଵିଟ କରି ଲେଖିଛନ୍ତି ମୋ ପଡୋସୀଙ୍କ ସ୍ତୀଙ୍କର ବାରଣାସୀରେ ନିଧନ ହୋଇଛି। ସେ ଅନ୍ତିମ ସଂସ୍କାର ପାଇଁ ବନାରସ ଯିବାକୁ ଚେଷ୍ଟା କରୁଛନ୍ତି। ସେମାନେ ମିଶି ତିନି ଜଣ ଅଛନ୍ତି। ଦୟାକରି ସାହାଯ୍ୟ କର।’


ବ୍ୟକ୍ତି ଜଣଙ୍କ ଆଗକୁ ଲେଖିଲେ, ‘ଆପଣଙ୍କ ଛଡା ଆମ ସାମ୍ନାରେ ଅନ୍ୟ କିଛି ବିକଳ୍ପ ନାହିଁ।’ ସେହିପରି ବ୍ୟକ୍ତିଙ୍କର ଏହି ଟ୍ଵିଟର ପ୍ରତିକ୍ରିୟା ଦେଇ ସୋନୁ ସୁଦ ଲେଖିଲେ, ‘ଏହି କ୍ଷତି ପାଇଁ ଦୁଃଖିତ। କାଲି ହିଁ ପଠାଇଦେବି। ବହୁତ ଜଲଦି ଘରେ ପହଁଚିବ। ଭଗବାନଙ୍କ ତୁମ ମାନଙ୍କୁ ଦୟା କରନ୍ତୁ। ସୋସିଆଲ ମିଡିଆରେ ସୋନୁ ସୁଦଙ୍କ ଏହି ଟ୍ଵିଟ ଖୁବ୍‌ ଭାଇରାଲ ହେଉଛି।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ କରୋନା ଲକଡାଉନରେ ସୋନୁ ସୁଦଙ୍କ କାରଣରୁ ଅନେକ ଲୋକ ସେମାନଙ୍କ ଭିଟାମାଟିକୁ ଫେରିପାରିଛନ୍ତି। ସେ କେବଳ ମୁମ୍ବାଇ ନୁହେଁ ଦୁନିଆର ଅନେକ ସ୍ଥାନରେ ଫସି ରହିଥିବା ଲୋକଙ୍କୁ ତାଙ୍କ ଘରେ ପହଁଚାଇବା ପାଇଁ ସୁବନ୍ଦୋବସ୍ତ କରୁଛନ୍ତି। ଅନେକ ଲୋକ ତାଙ୍କୁ ଭଗବାନଙ୍କ ସ୍ଥାନ ଦେଇ ତାଙ୍କୁ ଖୁବ୍‌ ପ୍ରଶଂସା କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.