ଏସିଆ କପ୍ ଚାମ୍ପିୟନ୍ ହେବା ପାଇଁ ଭାରତକୁ କରିବାକୁ ପଡ଼ିବ ଏହି ପରିବର୍ତ୍ତନ, ନହେଲେ ପଡ଼ିପାରେ ମହଙ୍ଗା

ନୂଆଦିଲ୍ଲୀ : ୟୁଏଇରେ ଚାଲିଥିବା ଏସିଆ କପର ଫାଇନାଲ ମୁକାବିଲା ଆସନ୍ତାକାଲି ହେବାକୁ ଯାଉଛି। ଏନେଇ ଦର୍ଶକଙ୍କ ମନରେ ଭରି ରହିଛି ଉତ୍ସାହ। ଫାଇନାଲ ଖେଳ ହେବ ଦୁବାଇ ଇଣ୍ଟରନ୍ଯାସନାଲ କ୍ରିକେଟ ଷ୍ଟାଡ଼ିୟମରେ । ମୁକାବିଲାରେ ମୁହାଁମୁହିଁ ହେବେ ଭାରତ ଓ ବାଂଲାଦେଶ । ତେବେ ଏହି ମ୍ୟାଚରେ ଭାରତୀୟ ଦଳ ଯଦି କିଛିଟା ପରିବର୍ତ୍ତନ କରେ ତେବେ ସପ୍ତମ ଥର ପାଇଁ ଏହା ହାତରୁ ବିଜେତା ଟ୍ରଫି କେହି ଛଡ଼ାଇ ନେଇ ପାରିବେ ନାହିଁ।

ଭାରତୀୟ ଦଳ ଗତ ୨୬ ତାରିଖରେ ସୁପର-୪ ମୁକାବିଲାର ଭେଟିଥିଲା ଆଫଗାନିସ୍ତାନକୁ  । ମ୍ଯାଚ୍ ‘ଟାଇ’ ରହିତଥିଲା । କାରଣ ଉଭୟ ଦଳ ସମାନ ସ୍କୋର କରିଥଲେ । ଏହି ମ୍ୟାଚରେ ଦଳ ଅଧିକାଂଶ ଯୁବା ଓ ଅନଭିଜ୍ଞ ଖେଳାଳିଙ୍କୁ ଖେଳାଇ ଥିଲା । ଯାହା ଫଳରେ ଜିତିବା ମ୍ୟାଚ୍ ହତଛଡ଼ା ହେଲା।

asia

ଗତ ମ୍ଯାଚରେ ଓନପନର ଲୋକେଶ ରାହୁଲ, ମନିଷ ପାଣ୍ଡେ, ଦୀପକ ଚହର, ଖଲିଲ ଅହମଦ ଏବଂ ସିଦ୍ଧାର୍ଥ କୌଲଙ୍କୁ ସାମିଲ କରାଯାଇଥିଲା। ଏଥିସହ ରୋହିତ ଶର୍ମା, ଶିଖର ଧୱନ, ଭୁବନେଶ୍ବର କୁମାର, ଯଶପ୍ରୀତ ବୁମରାହ ଏବଂ ଯୁଯବେନ୍ଦ୍ର ଚହଲଙ୍କୁ ବିଶ୍ରାମ ଦିଆଯାଇଥିଲା। ଯାହା ଫଳରେ ଟିମ୍ ଇଣ୍ଡିଆ ବିଜୟରୁ ବଞ୍ଚିତ ହେଲା। ତେବେ ଭାରତୀୟ ଟିମକୁ ଫାଇନାଲ ଜିତିବାକୁ ହେଲେ ବିଶ୍ରାମ ଦିଆଯାଇଥିବା ଖେଳାଳିଙ୍କୁ ପୁଣି ଟିମକୁ ଆଣିବାକୁ ପଡ଼ିବ।

asia cup

ଏସିଆ ମହାଦେଶର ଶ୍ରେଷ୍ଠ କ୍ରିକେଟ୍ ଦଳ ଭାବେ ଭାରତ ପୂର୍ବରୁ ପ୍ରମାଣିତ କରି ସାରିଛି । ତେବେ ଆଉଥରେ ସୁଯୋଗ ଆସିଛି ପ୍ରମାଣ ଦେବାର । ସାମନାରେ ଉତ୍ସାହୀ ବାଂଲାଦେଶ ଦଳ । ପ୍ରଦର୍ଶନ ଅନୁସାରେ ଦେଖିଲେ ବାଂଲାଦେଶ ଚଳିତ ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ଶ୍ରେଷ୍ଠ ଦଳ । ତେଣୁ ଭାରତ ଠାରୁ ଫାଇନାଲରେ ହାରିଲେ ପାକିସ୍ତାନ ଭଳି ଏହାର କିଛି ସମ୍ମାନ ଯିବାର ନାହିଁ । ସେଥିଲାଗି ପଡ଼ିଆକୁ ଓହ୍ଲାଇ ପୂରା ଯୋଶରେ ଖେଳ ଦେଖାଇବାକୁ ସ୍ଥିର କରିଛି ବାଂଲାଦେଶ ଦଳ । ଏହାର ବ୍ୟାଟିଂ ଓ ସ୍ପିନ ବୋଲିଂ ବେଶ୍ ଭଲ ଅଛି । ତେବେ ଷ୍ଟାର ବ୍ୟାଟସମ୍ୟାନ୍ ଇକବାଲ ତମିମ ଆହତ ହୋଇ ଦଳରୁ ବାଦ୍ ପଡ଼ିଛନ୍ତି । ସେହିପରି ଅଲରାଉଣ୍ଡର ସାକିବ-ଅଲ-ହାସନ ମଧ୍ୟ ଆହତ ଥିବାରୁ ଦଳରେ ନାହାନ୍ତି । ତେଣୁ ଏମାନଙ୍କ ଅନୁପସ୍ଥିତିରୁ ଭାରତ ଫାଇଦା ଉଠାଇବା ଦରକାର ।

India LIVE

ପ୍ରଥମ ମ୍ୟାଚରେ ହଂକଂ ଝଟକା ଦେଇଥିଲା । ଏହା ପରେ ଗତକାଲି ଆଫଗାନିସ୍ତାନର ୪୪୦ ଭୋଲ୍ଟର ସକ୍ ଟିମ୍ ଇଣ୍ଡିଆକୁ ସତର୍କ କରାଇ ଦେଇଥିବ । ତେଣୁ କୌଣସି ଦଳକୁ ଛୋଟିଆ ଭାବି ହାଲକା ଭାବେ ନେବାର ଭୁଲ କରିବ ନାହିଁ ଭାରତୀୟ ଦଳ । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଧୋନିଙ୍କ ଭଳି ଧୁରନ୍ଧର ଅଧିନାୟକ ଦାୟିତ୍ବରେ ଥାଇ ମଧ୍ୟ ଆଫଗାନିସ୍ତାନ ଭାରତୀୟ ଦଳକୁ ପାଣି ପିଆଇ ଦେଲା । ତେଣୁ ପୂରା ସତର୍କତାର ସହ ନଖେଳିଲେ ସବୁ ମ୍ୟାଚ୍ ଜିତି ଜିତି ଆସୁଥିବା ଦଳ ପରାଜୟର ମୁହଁ ଦେଖି ପାରେ । ସେହିପରି ଧୋନି ଏପର୍ଯ୍ୟନ୍ତ ଫ୍ଲପ୍ ମାରିଛନ୍ତି । ତାଙ୍କୁ କିଛି କରି ଦେଖାଇବାକୁ ହେବ ।

ପ୍ରଥମେ ବ୍ୟାଟିଂ କଲେ ଭାରତୀୟ ଦଳକୁ ୨୬୦ ରନରୁ ଅଧିକ ସ୍କୋର କରିବାକୁ ହେବ । ସେହିପରି ପ୍ରଥମେ ବୋଲିଂ କଲେ ଅତି ବେଶିରେ ୨୩୦ ରନ୍ ଭିତରେ ବାଂଲାଦେଶକୁ ସୀମିତ ରଖିବାକୁ ହେବ । ଅବଶ୍ୟ ଏକଥା ସତ ଯେ ବାଂଲାଦେଶ ବିପକ୍ଷରେ ଫାଇନାଲରେ ନା ହଂକଂ ନା ଆଫଗାନିସ୍ତାନ ଭଳି ଦଶା ଭୋଗିବ ଟିମ୍ ଇଣ୍ଡିଆ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.