ରାଜସ୍ଥାନ ରୟାଲସର ଫିଲଡିଙ୍ଗ କୋଚ ଦିଶାନ୍ତ ୟାଗନିକ କରୋନା ପଜିଟିଭ୍‌, ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି

ମୁମ୍ବାଇ: ଆଇପିଏଲ୍ ଆସନ୍ତା ସଂସ୍କରଣ ଚଳିତ ବର୍ଷ ୟୁଏଇରେ ସେପ୍ଟେମ୍ବର ମାସ ୧୯ ତାରିଖରୁ ନଭେମ୍ବର ୮ତାରିଖ ମଧ୍ୟରେ ଆୟୋଜିତ ହେବ । ଆଇପିଏଲ୍‌ର ଚେୟାରମ୍ୟାନ ବ୍ରିଜେଶ ପଟେଲ ଏହା ଘୋଷଣା କରିଛନ୍ତି। ବିସିସିଆଇ ୫୧ ଦିନ ମଧ୍ୟରେ ଆଇପିଏଲ୍-୧୩କୁ ଶେଷ କରିବାକୁ ନିଷ୍ପତ୍ତି ନେଇ ସାରିଛି । ଏହି ସମ୍ଭାବ୍ୟ ତାରିଖରେ ଚଳିତ ବର୍ଷ ଆଇପିଏଲ୍ ୫୧ ଦିନ ପର୍ଯ୍ୟନ୍ତ ଖେଳାଯିବ। ସେଥି ମଧ୍ୟରେ ୬୦ଟି ମ୍ୟାଚ୍ ଆୟୋଜିତ ହେବ।

new corona oneକିନ୍ତୁ ଏହାରି ଭିତରେ ଏକ ଚିନ୍ତାର ଖବର ସାମ୍ନାକୁ ଆସିଛି। ଖବରଟି ହେଉଛି କି, ରାଜସ୍ଥାନ ରୟାଲସର ଫିଲଡିଙ୍ଗ କୋଚ ଦିଶାନ୍ତ ୟାଗନିକ କରୋନା ପଜିଟିଭ୍‌ । ତାଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ସେପ୍ଟେମ୍ବର ୧୯ରୁ IPL ଆରମ୍ଭ ହେବାକୁ ଥିବା ବେଳେ କୋଚ ପଜିଟିଭ୍‌ ଚିହ୍ନଟ ହେବାରୁ ରାଜସ୍ଥାନ ରୟାଲସ ଦଳକୁ ଏନେଇ ଝଟକା ଲାଗିିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.