ବିରାଟ କୋହଲି ଏବଂ ବିସିସିଆଇ ଅଧ୍ୟକ୍ଷ ଗାଙ୍ଗୁଲିଙ୍କ ନାମରେ ମାଡ୍ରାସ ହାଇକୋର୍ଟର ନୋଟିସ, ୧୯ ତାରିଖ ସୁଦ୍ଧା ଜବାବ ଦେବାକୁ ନିର୍ଦ୍ଦେଶ

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ବିସିସଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ନୋଟିସ ପଠାଇଛନ୍ତି ମାଡ୍ରାସ ହାଇକୋର୍ଟ । ଅନଲାଇନ୍ ଫ୍ୟାଣ୍ଟାସି ସ୍ପୋର୍ଟସ ଆପର ବିଜ୍ଞାପନକୁ ନେଇ ଏହି ନୋଟିସ ଜାରି କରାଯାଇଛି। କୋର୍ଟ ସମସ୍ତଙ୍କୁ ବିଜ୍ଞାପନ ବାବଦରେ ଜବାବ ମାଗିଛନ୍ତି । ଏହାସହ ଅଭିନେତା ପ୍ରକାଶ ରାଜ, ରାଣା, ସୁଦିପ ଖାନ ଏବଂ ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ମଧ୍ୟ ନୋଟିସ୍ ପଠାଇଛନ୍ତି କୋର୍ଟ । ହାଇକୋର୍ଟ ମଦୁରାଇ ବେଞ୍ଚର ଜଷ୍ଟିସ ଏନ କିରୁବାକରନ ଓ ବି ପୁଗଲେନ୍ଧି ଏହି ଭଳି ଆପର ବିଜ୍ଞାପନ ନେଇ ଅନ୍ୟ କେତେଜଣଙ୍କୁ ମଧ୍ୟ ନୋଟିସ ପଠାଇଛନ୍ତି । ନଭେମ୍ବର ୧୯ ମଧ୍ୟରେ ଜବାବ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ମହମ୍ମଦ ରିଜଭି ନାମରେ ଜଣେ ଓକିଲ ଏହି ମାମଲାରେ କୋର୍ଟରେ ଆବେଦନ କରିଥିଲେ । ସେ କହିଥିଲେ ଯେ, ତାମିଲନାଡୁରେ ଗତ କିଛିଦିନ ଧରି ଏକ ଆପରେ ଯୁବକଙ୍କୁ ଟଙ୍କା ଲଗାଇବା ପାଇଁ କୁହାଯାଉଛି। ଜଣେ ଯୁବକ ଏହି ଆପରେ ଟଙ୍କା ଲଗାଇବା ପରେ କ୍ଷତି ହେବାରୁ ଆତ୍ମହତ୍ୟା କରିଥିଲେ। ଏହାର ଶୁଣାଣି କରି କୋର୍ଟ କହିଛନ୍ତି ଯେ, ଏହି ଆପରେ ଚେନ୍ନାଇ ସୁପର କିଙ୍ଗସ, ରାଜସ୍ଥାନ ରୟାଲ୍ସ ଭଳି ଆଇପିଏଲ ଟିମ୍ ନାଁରେ ଦଳ ରହିଛି । କିଛି ଆପରେ ରାଜ୍ୟ ନାଁରେ ଟିମ୍ ରହିଛି । ଏହାସହ କୋର୍ଟ ଆପ୍ ମାଲିକଙ୍କ ଉପରେ ସେଲିବ୍ରିଟିଙ୍କ ଉପଯୋଗ କରି କୋଟି କୋଟି ଟଙ୍କା ଆୟ କରିଥିବା ଅଭିଯୋଗ ଲଗାଇଛନ୍ତି ।

 

ସୂଚନାଯୋଗ୍ୟ, ଏହା ପୂର୍ବରୁ ମଧ୍ୟ ଗତ ଅଗଷ୍ଟରେ ଏପରି ଏକ ମାମଲା କୋର୍ଟରେ ପହଁଚିଥିଲା। ଚେନ୍ନାଇର ଏକ ଓକିଲ କୋର୍ଟରେ ଆବେଦନ କରିଥିଲେ। ଏହା ଉପରେ ରୋକ୍ ଲଗାଇବାକୁ ସେ କୋର୍ଟଙ୍କ ଆଗରେ ଗୁହାରି କରିଥିଲେ । ଏପରିକି ଏହା ଆର୍ଟିକିଲ ୨୧ର ଉଲଙ୍ଘନ ବୋଲି ସେ କହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.