ଦିଶା ପଟ୍ଟାନୀ ଏବେ ମାଳଦ୍ୱୀପରେ ଛୁଟି ମନାଉଥିବାର ଦେଖିବାକୁ ମିଳିଛି। ମାଳଦୀପରୁ ସେ ବାରମ୍ବାର ଗ୍ଲାମରସ ଏବଂ ବୋଲ୍ଡ ଫଟୋ ସୋସିଆଲ ମିଡିଆରେ ସେୟାର କରୁଛନ୍ତି। ସୂଚନା ମୁତାବକ, ଦିଶା ପଟ୍ଟାନୀ ମାଳଦ୍ୱୀପରେ ତାଙ୍କ ବୟଫ୍ରେଣ୍ଡ ଟାଇଗର ଶ୍ରଫ୍ ଙ୍କ ସହ ଅଛନ୍ତି। ଉଭୟ ଫେଷ୍ଟିଭ୍ ସିଜିନ୍ ର ମଜା ଉଠାଇବା ପାଇଁ ସେଠାକୁ ଯାଇଥିବା କହିଛନ୍ତି।
ସୂଚନାଯୋଗ୍ୟ, ପୁଣି ଥରେ ଦିଶା ପଟ୍ଟାନୀ ମାଳଦ୍ୱୀପରୁ ନିଜର ବିକିନି ପିନ୍ଧା ଫଟୋ ସେୟାର କରି ଚର୍ଚ୍ଚାକୁ ଆସିଛନ୍ତି । ଦିଶାଙ୍କର ଏହି ଫଟୋକୁ ନେଇ ବଲିଉଡର ଷ୍ଟାରମାନଙ୍କ ସହ ଅନେକ ପ୍ରଶଂସକମାନେ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି । ସେହିଭଳି ଟାଇଗରଙ୍କ ଭଉଣୀ ଏବଂ ଦିଶାଙ୍କର ବହୁତ ଭଲ ବନ୍ଧୁତ୍ୱ ରହିଛି। ଦିଶାଙ୍କର ଏହି ଫଟୋରେ କୃଷ୍ଣା ଶ୍ରଫ୍ ଲେଖିଛନ୍ତି, ‘ପ୍ରେରିତ କରିବା ଭଳି ଫଟୋ’। କୃଷ୍ଣାଙ୍କର ଏହି କମେଣ୍ଟରେ ଦିଶା ମଧ୍ୟ ପ୍ରଶଂସା କରି ଲେଖିଛନ୍ତି, ‘ନାହିଁ ଆପଣ ଅଟନ୍ତି’।
ଦିଶା ପଟ୍ଟାନୀ ଅଭିନୟ ସହ ନିଜର ବୋଲ୍ଡ ଅନ୍ଦାଜ୍ ପାଇଁ ଖୁବ୍ ଲୋକପ୍ରିୟତା ହାସଲ କରିପାରିଛନ୍ତି । କିଛି ଦିନ ହେବ ତାଙ୍କର ଗ୍ଲାମରସ୍ ଫଟୋ ସୋସିଆଲ ମଇଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏହା ପୂର୍ବରୁ ସୋସିଆଲ ମିଡିଆରେ ଦିଶା ରେଡ୍ କଲର୍ ବିକିନି ପିନ୍ଧିଥିବାର ଫଟୋ ମଧ୍ୟ ସେୟାର କରିଥିଲେ।
View this post on Instagram
ଫିଲ୍ମ କ୍ୟାରିୟର୍ କଥା କହିବାକୁ ଗଲେ, ଦିଶା ଶେଷଥର ପାଇଁ ଫିଲ୍ମ ‘ମଲଙ୍ଗ’ରେ ନଜର ଆସିଥିଲେ। ଏଥିସହ ସେ ଫିଲ୍ମ ଭାରତ, ବାଗୀ ୨ ଏବଂ ଏମଏସ୍ ଧୋନୀ: ଦ ଅନଟୋଲ୍ଡ ଷ୍ଟୋରୀରେ ମଧ୍ୟ ନଜର ଆସିଛନ୍ତି। ଏହି ସମସ୍ତ ଫିଲ୍ମରେ ଦିଶାଙ୍କ ଅଭିନୟଙ୍କୁ ଦର୍ଶକମାନେ ଖୁବ୍ ପସନ୍ଦ କରିଛନ୍ତି। ଦିଶା ନିଜ କ୍ୟାରିୟର ସାାଉଥ୍ ଇଣ୍ଡଷ୍ଟ୍ରିରୁ ଆରମ୍ଭ କରିଥିଲେ ହେଁ ଏବେ ବଲିଉଡ୍ର ଜଣେ ଆଗ ଧାଡ଼ିର ଅଭିନେତ୍ରୀ ଭାବେ ମାନ୍ୟତା ପାଇଛନ୍ତି ।