ରୋହିତ୍‌ ଶର୍ମାଙ୍କ ସହିତ ୫ ଖେଳାଳି ହେଲେ ଆଇସୋଲେଟ୍‌, ଜାଣନ୍ତୁ କାହିଁକି

ଭାରତ ଏବଂ ଅଷ୍ଟ୍ରେଲିଆ ଭିତରେ ସିଡନୀରେ ଖେଳା ଯାଉଥିବା ତୃତୀୟ ଟେଷ୍ଟ ମ୍ୟାଚ ପୂର୍ବରୁ ଟିମ୍‌ ଇଣ୍ଡିଆ ପାଇଁ ଛିଡା ହେଲାଣି ସମସ୍ୟା। ସିଡନୀ ଟେଷ୍ଟ ପୂର୍ବରୁ ଦଳର ପାଞ୍ଚ ଜଣ ଖେଳାଳି ରୋହିତ ଶର୍ମା, ଋଷଭ ପନ୍ଥ, ଶୁଭମନ ଗିଲ, ନବଦୀପ ସାଇନୀ ଏବଂ ପୃଥବୀ ଶଙ୍କୁ ଆଇସୋଲେଟ୍‌ କରାଇଦିଆଯାଇଛି।

ଖବର ଅନୁଯାୟୀ ନ୍ୟୁ ଇୟର ପାର୍ଟି ସମୟରେ ଖେଳାଳି ବାୟୋ ସୁରକ୍ଷା ବବଲ୍‌ ନିୟମର ଉଲଙ୍ଘନ କରିଛନ୍ତି, ଯାହାପରେ ବିସିସିଆଇ ସମେତ କ୍ରିକେଟ ଅଷ୍ଟ୍ରେଲିଆ ଏହି ମାମଲାର ଯାଞ୍ଚ୍‌ କରିବ। ଏହି ଖେଳାଳିଙ୍କୁ ଅଷ୍ଟ୍ରେଲିଆ ଏବଂ ଭାରତୀୟ ଟିମ ସହିତ ଭେଟିବାର ଅନୁମତି ମିଳିବନାହିଁ। କିନ୍ତୁ ଏମାନେ ଅଲଗା ଟ୍ରେନିଙ୍ଗ୍‌ ନେବେ।

ତେବେ ସୂଚନା ଅନୁଯାୟୀ ଭାରତୀୟ ଟିମର ଖେଳାଳି ଯେଉଁ ରେସ୍ତୋରାଁରେ ଖାଦ୍ୟ ଖାଉଥିଲେ ସେଠାରେ ବହୁତ ଫ୍ୟାନ୍ସ ବି ଉପସ୍ଥିତ ଥିଲେ। ଯେଉଁଥିରେ ଜଣେ ଫ୍ୟାନ୍‌ ତାଙ୍କର ବିଲ୍‌ ଭରିଦେଲେ। ଏହାପରେ ଟିମ୍‌ ଇଣ୍ଡିଆର ଓ୍ଵିକେଟକିପର ପନ୍ତ ତାଙ୍କୁ ଧନ୍ୟବାଦ ଜଣାଇ ଆଲିଙ୍ଗନ କରିଥିଲେ। ଯାହାପରେ ବବାଲ ମଚିଯାଇଛି।

ପନ୍ତ ବାୟୋ ବବଲ୍‌ ପ୍ରୋଟକଲକୁ ଭାଙ୍ଗିଛନ୍ତି ନା ନାହିଁ ଏହାକୁ ନେଇ କୌଣସି ତଥ୍ୟ ମିଳିନାହିଁ, କିନ୍ତୁ କ୍ରିକେଟ ଅଷ୍ଟ୍ରେଲିଆ ଏହାଉପରେ ନଜର ପକାଇଛି ଏବଂ ମାମଲାକୁ ଗମ୍ଭୀରତାର ସହ ନେଇଛି। ଏହି ବାୟୋ ବବଲ୍‌ ପ୍ରୋଟକଲ୍‌ କୋଭିଡ୍‌ ସଚେତନତାକୁ ନଜରରେ ରଖି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.