୧୦୦କୁ କଲ୍‌ କରି ଥାନାକୁ ନେବାକୁ ଅନୁରୋଧ କଲା ମଦୁଆ, କାରଣ ଶୁଣିଲେ ହୋଇଯିବେ ଇମୋସ୍‌ନାଲ; ଦେଖନ୍ତୁ ଭିଡିଓ

ମଦ ଏକ ଏମିତି ନିଶା, ଯାହା ସହଜେ ଛାଡ଼େନି। ନିଶା ଛଡ଼ାଇବାକୁ ଲୋକମାନେ ବିଭିନ୍ନ ପନ୍ଥା ଆପଣାଇଥାନ୍ତି। ଏଥିପାଇଁ ଅନେକ ଦିନ ଲାଗିଯାଏ। କିନ୍ତୁ ଉତ୍ତର ପ୍ରଦେଶ ଲକ୍ଷ୍ନୌରେ ଜଣେ ବ୍ୟକ୍ତି ନିଜର ଏହି ବଦଭ୍ୟାସ ଯୋଗୁ ବିରକ୍ତ ହୋଇ ପୋଲିସକୁ ଫୋନ୍‌ କରିଛି। ଥରେ ନୁହେଁ ତିନି ତିନି ଥର ସେ ପୋଲିସକୁ ଫୋନ୍‌ କରି ତାକୁ ଥାନାକୁ ନେଇଯିବାକୁ ଅନୁରୋଧ କରିଛି।

ପ୍ରକୃତ କଥା ହେଉଛି, ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେଉଛି। ସେଥିରେ ଜଣେ ବ୍ୟକ୍ତି ମଦ ଛାଡ଼ିବାକୁ ପୋଲିସ ଥାନାକୁ ଯିବାକୁ ଚାହୁଁଛନ୍ତି। ଭାଇରାଲ ଭିଡିଓରେ ଯୁବକ ପୋଲିସକୁ ଫୋନ୍‌ କରି କହୁଛନ୍ତି, ମୁଁ ଅପରାଧ କରିଛି ଓ ମୋତେ ଥାନାକୁ ନେଇ ଯାଆନ୍ତୁ। ପୋଲିସ କଲ୍‌ ପାଇ ତାଙ୍କ ଘରେ ପହଞ୍ଚିବାରୁ ସେ ନିଶାରେ ଥିବା ଦେଖିବାକୁ ପାଇଥିଲେ। ତାଙ୍କ କହିବାନୁସାରେ, ଥାନାରେ ମଦ ତ ମିଳିବନି, ଏଣୁ ଅଭ୍ୟାସ ଛାଡ଼ିଯିବ।

ଦେଖନ୍ତୁ ଭିଡିଓ:

Image Credit: Youtube/Team Royal Rifles -Kuldeep Malik

ପୋଲିସ ତାଙ୍କୁ ସମସ୍ୟା କ’ଣ ପଚାରିବାରୁ ସେ କହିଥିଲେ, ମୁଁ ଅଧିକ ମଦ ପିଉଛି। ଆପଣ ମୋତେ ୧୦-୧୨ ଦିନ ପାଇଁ ଥାନାକୁ ନେଇଯାଆନ୍ତୁ। ସେଠି ତ ମଦ ପିଇବାକୁ ମିଳିବନି, ଏଣୁ ଅଭ୍ୟାସ ଛାଡ଼ିଯିବ। ପୋଲିସ ତାଙ୍କୁ ନିଶା ନିବାରଣ କେନ୍ଦ୍ରକୁ ନେବାକୁ କହିବାରୁ ସେ ଡରିଯାଇଥିଲେ ଓ ଥାନାକୁ ହିଁ ନେବାକୁ ଜିଦ୍‌ ଧରିଥିଲେ। ତେବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକମାନେ ଉକ୍ତ ମଦୁଆର ଚିନ୍ତାଧାରାକୁ ପ୍ରଶଂସା କରିଛନ୍ତି ଓ ତା’ ଅଭ୍ୟାସ ଯୋଗୁ ସେ ନିଜେ ଦୁଃଖିତ ଥିବା ଦେଖି ଇମୋସନାଲ ହୋଇ ପଡ଼ିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.