ଏବେ ବିନା ଅଣ୍ଡାରେ କରନ୍ତୁ ଭେଜ ଅମଲେଟ, ଟମାଟୋ ଚଟଣି ସହ ଉଠାନ୍ତୁ ଏହାର ମଜା

ଭେଜିଟେରିଆନଙ୍କ ପସନ୍ଦକୁ ଧ୍ୟାନରେ ରଖି ଅସିଲା ଭେଜିଟେରିଆନ ଅମଲେଟ। ଯଦି ଆପଣ ମଧ୍ୟ ସବୁବେଳେ ସେଇ ଗୋଟେ ରେସିପିର ଅମଲେଟ ଖାଇ ବୋର ହୋଇଗଲେଣି, ତେବେ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଭେଜିଟେରିଆନ ଅମଲେଟ। ଏହି ଅମଲେଟ ଅଣ୍ଡାରେ ନୁହେଁ ବରଂ ବେସନ ଓ ଆଳୁରେ ତିଆରି ହୋଇଥାଏ। ଏହା ଟେଷ୍ଟି ହେବା ସହ ହୋଇଥାଏ ଶରୀରପାଇଁ ଖୁବ୍‌ ହେଳ୍ଦି। ତେବେ ଏହାକୁ ତିଆରି କରିବା ବେଶ ସହଜ। ତେବେ ଚାଲନ୍ତୁ ଜାଣିନେବା ଏଥିପାଇଁ ଆବଶ୍ୟକୀୟ ସାମଗ୍ରୀ ଓ ପ୍ରସ୍ତୁତି ପ୍ରଣାଳି।

alu87
pc: FabWoman

ଆବଶ୍ୟକୀୟ ସାମଗ୍ରୀ:

୧. ସିଝା ଆଳୁ ୪ଟି
୨. ଅଦା-ରସୁଣ ପେଷ୍ଟ ୧/୨ ଚାମଚ
୩. କଟା ପିଆଜ ୧/୨
୪. କ୍ଷୀର ୧କପ୍‌
୫. ଗୋଲମରିଚ ପଉଡ଼ର ୧/୨ ଚାମଚ
୬. ତେଲ ୧କପ୍‌
୭. ଲୁଣ ସ୍ୱାଦ ଅନୁଯାୟୀ
୮. ବେସନ ୧/୨ କପ୍‌
୯. ବେକିଂ ସୋଡ଼ା ୧/୨ ଚାମଚ

alu87888
pc: SBS

ପ୍ରସ୍ତୁତି ପ୍ରଣାଳି:

ପ୍ରଥମେ ସିଝା ଆଳୁକୁ ଚୋପା ଛଡ଼ାଇ ଗିନାରେ ରଖନ୍ତୁ। ଅନ୍ୟ ଏକ ପାତ୍ରରେ ବେସନ ଘୋଳ ପ୍ରସ୍ତୁତ କରି ଏଥିରେ ସିଝା ଆଳୁ ମିଶାନ୍ତୁ। ଏହାସହ ଅନ୍ୟ ସାମଗ୍ରୀ ସବୁ ପକାନ୍ତୁ। ଏବେ ତାଓ୍ଵା ନିଅନ୍ତୁ। ତେଲ ଗରମ କରି ଅଦା-ରସୁଣ ପେଷ୍ଟ ପକାଇ କଶନ୍ତୁ। ଏହାପରେ ବେସନ ଆଳୁ ଘୋଳକୁ ତା’ ଉପରେ ପକାଇ ଅମଲେଟ ଭଳି ଆକାର ଦିଅନ୍ତୁ। ଏହାକୁ ଭଲ ଭାବେ ତାଓ୍ଵାରେ ଶେକନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ଟେଷ୍ଟି ଆଳୁ ଅମଲେଟ। ଏହାକୁ ଆପଣ ଟମାଟୋ ଓ ଚିଲି ଚଟଣି ସହ ସର୍ଭ କରନ୍ତୁ। ପରିବାର ସହ ଏହାର ମଜା ଉଠାନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.