ଘଟଗାଁ(କେନ୍ଯୁଜ୍): କେନ୍ଦୁଝର ପାଟଣା ବ୍ଲକ କୁମୁଳାବାହାଳି ଜଙ୍ଗଲରେ ମହାବଳ ବାଘ ବୁଲିବା ଘଟଣା । ଭିଡିଓ ଭାଇରାଲ ପରେ ବାଘର ପତ୍ତା ପାଉନି ବନବିଭାଗ । କୁମୁଳାବାହାଳି ଜଙ୍ଗଲରେ ବାଘ ବୁଲୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।
ଭିଡିଓ ଦେଖିବା ପରେ ଅଞ୍ଚଳରେ ଲୋକ ଆତଙ୍କିତ ହୋଇପଡିଥିଲେ। ଏନେଇ ପାଟଣା ରେଞ୍ଜର ଟିକେଶ୍ୱର ମହାନ୍ତ ଓ ଅନ୍ୟ କର୍ମଚାରୀ ଖୋଜାଖୋଜି କରିଥିଲେ ବି ସନ୍ଧାନ ମିଳୁନି । ଏପରିକି ବାଘର ପାଦଚିହ୍ନ ପଡିନଥିବା କହିଛି ବନବିଭାଗ ।