ମଲାଇକାଙ୍କ ପରିବାରରେ ଆସିବେ ନୂଆ ସଦସ୍ୟ, ଜାଣନ୍ତୁ କ’ଣ ରହିଛି ପ୍ଲାନ

ମଲାଇକା ଅରୋଡା ବଲିଉଡ଼ ଜଗତର ସଫଳ ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ। ସବୁବେଳେ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ରହିଥାନ୍ତି ମଲାଇକା । ତାଙ୍କ ପୋଷ୍ଟ ଉପରେ ରହିଥାଏ ସମସ୍ତଙ୍କ ନଜର। ଫ୍ୟାସନ ସେନ୍ସଠୁ ଆରମ୍ଭ କରି ଫିଟନେସ ପର୍ଯ୍ୟନ୍ତ ସବୁଥିରେ ମଲାଇକା ରୁହନ୍ତି ଆଗରେ। ତେବେ ତାଙ୍କୁ ନେଇ ଏକ ଖବର ଏବେ ଭାଇରାଲ ହେଉଛି। ଚାଲନ୍ତୁ ଜାଣିବା।

ମଲାଇକା ନିଜ ପୁଅ ଅରହାନ ଖାନଙ୍କ ସହ ମିଶି ଏକ ଛୋଟ ଝିଅକୁ ପୋଷ୍ୟ କନ୍ୟା ଭାବେ ଗ୍ରହଣ କରିଛନ୍ତି। ତାଙ୍କ କହିବା ଅନୁଯାୟୀ ସେ ପୁଅ ଅରହାନଙ୍କୁ ବହୁତ ଭଲ ପାଆନ୍ତି। କିନ୍ତୁ ସର୍ବଦା ତାଙ୍କୁ ଝିଅର ଅଭାବ ଅନୁଭବ ହେଉଥିଲା । ଏହି ଅଭାବକୁ ଦୂର କରିବା ପାଇଁ ସେ ଏକ ଛୋଟ ଝିଅକୁ ପୋଷ୍ୟ ସନ୍ତାନ ରୂପେ ଗ୍ରହଣ କରିଛନ୍ତି। ତାଙ୍କର ଅନେକ ସାଙ୍ଗ ମଧ୍ୟ ଏଭଳି ପୋଷ୍ୟ ସନ୍ତାନ ଗ୍ରହଣ କରିଛନ୍ତି।

filmm
pc: Asianet newsable

ଏହି ପ୍ଲାନିଂ ତାଙ୍କର ବହୁତ ଆଗରୁ ଚାଲିଥିଲା। ଏକ ଅନାଥ ଶିଶୁକୁ ପୋଷ୍ୟ ଭାବେ ଗ୍ରହଣ କରି ତାକୁ ଏକ ପରିବାର ଦେବା। ଆପଣଙ୍କୁ କହିଦେବାକୁ ଚାହୁଁ ଯେ, ମଲାଇକାଙ୍କ ସହ ଅରବାଜ ଖାନଙ୍କ ଡିଭୋର୍ସ ୨୦୧୭ ମସିହାରେ ହୋଇଥିଲ।। ଦୀର୍ଘ ୧୬ ବର୍ଷ ପରେ ତାଙ୍କର ଛାଡପତ୍ର ହୋଇଥିଲା। ଏବେ ମଲାଇକା ପୁଅ ଅରହାନଙ୍କ ସହ ରହୁଥିବା ବେଳେ ଅଭିନେତା ଅର୍ଜୁନ କପୁରଙ୍କ ସହ ରିଲେସନସିପରେ ଅଛନ୍ତି। ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.