ସୋନୁ ସୁଦଙ୍କୁ ଟ୍ଵିଟ୍‌ କରି ୧ କୋଟି ଟଙ୍କା ମାଗିଲେ ଏହି ବ୍ୟକ୍ତି, ଏମିତି ଜବାବ ଦେଇ ମୁହଁ ବନ୍ଦ କରିଦେଲେ ଅଭିନେତା

ବଲିଉଡ୍‌ ଆକ୍ଟର ସୋନୁ ସୁଦ ସବୁବେଳେ ପ୍ରାୟ ଲୋକଙ୍କୁ ସାହାଯ୍ୟ କରୁଥିବାର ନଜର ଆସିଥାଆନ୍ତି। କେହି ବି ଅସହାୟ, ଗରିବ ବ୍ୟକ୍ତି ଯଦି ନିଜର ସମସ୍ୟା ନେଇ ସୋନୁଙ୍କ ପାଖରେ ପହଞ୍ଚନ୍ତି, ତ ସୋନୁ ସଙ୍ଗେ ସଙ୍ଗେ କିଛି ନା କିଛି ବନ୍ଦୋବସ୍ତ କରି ଦିଅନ୍ତି। କିନ୍ତୁ କେବେ କେବେ କିଛି ଲୋକ ଏହାର ଫାଇଦା ମଧ୍ୟ ଉଠାଇବାକୁ ଚେଷ୍ଟା କରିଥାଆନ୍ତି।

ନିକଟରେ ଜଣେ ବ୍ୟକ୍ତି ସୋନୁଙ୍କ ପାଖରେ ଏଭଳି ଏକ ଅଜବ ଡିମାଣ୍ଡ ରଖିଥିଲେ। ଏହି ଟ୍ଵିଟର ୟୁଜର ଜଣକ ସୋନୁ ସୁଦଙ୍କୁ ୧ କୋଟି ଟଙ୍କା ମାଗିଥିଲେ। ମହେନ୍ଦ୍ର ଦୁର୍ଗେ ନାମକ ବ୍ୟକ୍ତି ଟ୍ଵିଟ କରି ଲେଖିଥିଲେ ଯେ ‘ସୋନୁ ସୁଦ ସାର, ୧ କୋଟି ଟଙ୍କା ମୋତେ ଦିଅନ୍ତୁ ନା’। ଏହା ଉପରେ ସୋନୁ ଜବାବ ଦେଇ ଲେଖିଥିଲେ, ‘ବାସ୍‌, ୧ କୋଟି ଟଙ୍କା? ଆଉ ଟିକେ ମାଗି ନେଇ ଥାଆନ୍ତ’।

ଏମିତି ହିଁ ଆଉ ଜଣେ ୟୁଜର ସୋନୁଙ୍କୁ ତାଙ୍କ ଆଗାମୀ ଫିଲ୍ମରେ ରୋଲ୍‌ ଦେବା ପାଇଁ ଡିମାଣ୍ଡ କରିଥିଲେ। ଦୀପାଂଶୁ ସିଂ ନାମକ ଟ୍ଵିଟର ୟୁଜର ଟ୍ଵିଟ୍‌ କରି ଲେଖିଥିଲେ, ‘ସୋନୁ ସୁଦ ସାର, ମୋତେ ଆପଣଙ୍କ ଆଗାମୀ ଫିଲ୍ମରେ କିଛି ରୋଲ୍‌ ଦେବେ କି?’ ଏହା ଉପରେ ସୋନୁ କହିଥିଲେ, କାହାକୁ ସାହାଯ୍ୟ କରିବାଠୁ ବଡ଼ କୌଣସି ରୋଲ୍‌ ନାହିଁ। ସେହି ରୋଲ୍‌ କରି ନିଅନ୍ତୁ, ତୁମଠାରୁ ବଡ଼ ହିରୋ ଆଉ କେହି ହେବେନି’। ସେପଟେ ସୋନୁଙ୍କ ଓ୍ଵାର୍କଫ୍ରଣ୍ଟ ଦେଖିଲେ, ସେ ଶେଷଥର ଫିଲ୍ମ ‘ସିମ୍ବା’ରେ ନଜର ଆସିଥିଲେ। ନିକଟରେ ସୋନୁ ଘୋଷଣା କରିଥିଲେ କି, ସେ ଫିଲ୍ମ ‘କିସାନ’ରେ କାମ କରିବାକୁ ଯାଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.