କାବୁଲ ଉପରେ ପୁଣି ଆତଙ୍କୀ ହମ୍‌ଲା

କାବୁଲ(କେନ୍ୟୁଜ୍‌) : କାବୁଲ ଉପରେ ପୁଣି ଆତଙ୍କୀ ହମ୍‌ଲା। ଏଥର ଆକ୍ରମଣ ହୋଇଛି ରକେଟ୍‌ରେ । ଏହି ଆକ୍ରମଣରେ ଜଣେ ଶିଶୁଙ୍କ ସମେତ ୨ ଜଣଙ୍କର ପ୍ରାଣହାନୀ ଘଟିଥିବା ଜଣାଯାଇଛି। ସୂଚନା ମୁତାବକ କାବୁଲର ଏକ ଜନ ବସତି ଅଂଚଳରେ ରକେଟ୍‌ ହମଲା ହୋଇଛି । କାବୁଲ ଏୟାରପୋର୍ଟ ନିକଟରେ ବିସ୍ଫୋରଣର ତିନି ଦିନ ଭିତରେ ଏହା ହେଉଛି ଦ୍ୱିତୀୟ ଆକ୍ରମଣ।

ଆମେରିିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ୨୪ ଘଣ୍ଟା ଭିତରେ ଏୟାରପୋର୍ଟ ଉପରେ ଆକ୍ରମଣ ହେବ ବୋଲି ଚେତାବନୀ ଦେଇଥିଲେ। ଏହି ଚେତାବନୀ ଭିତରେ, ରକେଟ୍‌ ଆକ୍ରମଣ ହୋଇଛି। ଆମେରିକାର ପେଣ୍ଟାଗନ କିନ୍ତୁ ଏ ସମ୍ପର୍କରେ କୌଣସି ସୂଚନା ଦେଇ ନାହିଁ।

ଶେଷ ପର୍ଯ୍ୟାୟରେ ଆମେରିକାର ସୈନ୍ୟ ପ୍ରତ୍ୟାହାର। ଆଉ ଦୁଇ ଦିନ ପରେ ସରିବ ପେଣ୍ଟାଗନ୍‌ର ୨୦ ବର୍ଷର ଆଫଗାନ ଅଭିଯାନ । ବ୍ରିଟିଶ ବାହିନୀ କିନ୍ତୁ ନିର୍ଦ୍ଧାରିତ ସମୟର ଦୁଇ ଦିନ ପୂର୍ବରୁ କାବୁଲ ଛାଡ଼ିଛି। ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି ବ୍ରିଟେନ୍‌ ସେନା ଓ କୁଟନୀତିଜ୍ଞ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.