ହ୍ଵାଟସଆପ୍ ୟୁଜରଙ୍କୁ ଲାଗିଲା ଝଟକା: ନଭେମ୍ଵର ୧ ରୁ ୪୩ଟି ସ୍ମାର୍ଟଫୋନ୍‌ରେ ଚାଲିବନି ହ୍ଵାଟସ୍‌ଆପ୍

ହ୍ଵାଟସଆପ୍ ୟୁଜରଙ୍କୁ ଲାଗିଲା ଝଟକା । ନଭେମ୍ଵର ୧ ଠାରୁ ଏହି ପୁରୁଣା ଆଣ୍ଡ୍ରଏଡ୍ ମୋବାଇଲ୍ ଗୁଡ଼ିକରେ ଚାଲିବନି ମେସେଜିଂ ଆଫ୍ ହ୍ଵାଟସଆପ୍। ପୁରୁଣା ଫୋନ୍ ଗୁଡ଼ିକରେ ହ୍ଵାଟସଆପ୍ ଖୁବ୍ ଶୀଘ୍ର ସପୋର୍ଟ ବନ୍ଦ କରିବାକୁ ଯାଉଛି। ଏହି କ୍ରମରେ ୪୩ଟି ପୁରୁଣା ସ୍ମାର୍ଟଫୋନ୍ ମଡେଲ ମୋବାଇଲ୍‌ରେ ହ୍ଵାଟସଆପ୍ କାମ କରିବ ନାହିଁ।

ବ୍ୟସ୍ତ ବହୁଳ ଜୀବନରେ ବନ୍ଧୁ ସାଙ୍ଗସାଥି ଓ ପରିବାରଙ୍କ ସହ କଥା ବାର୍ତ୍ତା ପାଇଁ ମାଧ୍ୟମ ପାଲଟିଛି ମେସେଜିଂ ଆଫପ୍ ହ୍ଵାଟସଆପ୍। ଏମିତିରେ ୪୩ଟି ମଡେଲର ପୁରୁଣା ଆଣ୍ଡ୍ରଏଡ୍ ମୋବାଇଲରେ ହ୍ଵାଟସଆପ୍ ସପୋର୍ଟ ବନ୍ଦ କରିବା ଏକ ଖରାପ ଖବର। ତେବେ ହ୍ଵାଟସଆପ୍ ସପୋର୍ଟ ବନ୍ଦ କରୁଥିବା ମଡେଲ ମଧ୍ୟରେ ଆଣ୍ଡ୍ରଏଡ୍ ଓ ଆପଲ୍ iOS ଉଭୟ ସାମିଲ ରହିଛି। ଖବର ମୁତାବକ ଆଣ୍ଡ୍ରଏଡ୍ 4.0.4ରେ ହ୍ଵାଟସଆପ୍ ସପୋର୍ଟ କରିବ ନାହିଁ। ଯଦି ଏହି ତାଲିକା ମଧ୍ୟରେ ଆପଣଙ୍କ ଫୋନ୍ ରହିଛି ତେବେ ତୁରନ୍ତ କରି ଦିଅନ୍ତୁ ପରିବର୍ତ୍ତନ।

ଏତଦ୍ ବ୍ୟତୀତ ଆପଲ୍ iOS 9ରେ ଚାଲୁଥିବା ଆଇଫୋନ୍‌ରୁ ମଧ୍ୟ ହ୍ଵାଟସଆପ୍ ସପୋର୍ଟ ବନ୍ଦ ହେବ। ତେବେ ଆସନ୍ତୁ ଜାଣିବା ସେହି ମଡେଲଗୁଡ଼ିକ ବିଷୟରେ ଯେଉଁଥିରୁ ହ୍ଵାଟସଆପ୍ ତାହାର ସପୋର୍ଟ ବନ୍ଦ କରିବାକୁ ଯାଉଛି।

ଆପଲ୍
iPhone SE, 6S and 6S Plus.

Samsung
ସାମସଙ୍ଗ୍ Galaxy Trend Lite, ସାମସଙ୍ଗ୍ Galaxy Trend II, ସାମସଙ୍ଗ୍ Galaxy SII, ସାମସଙ୍ଗ୍ Galaxy S3 mini, ସାମସଙ୍ଗ୍ Galaxy Xcover 2, ଗାଲେକ୍ସି Core ଏବଂ ଗାଲେକ୍ସି Ace 2.

LG
LG Lucid 2, ଅପ୍ଟିମସ୍ F7, Optimus F5, ଅପ୍ଟିମସ୍ L3 II Dual, Optimus F5, ଅପ୍ଟିମସ୍ L5, Optimus L5 II, Optimus L5 Dual, Optimus L3 II, Optimus L7, ଅପ୍ଟିମସ୍ L7 II Dual, ଅପ୍ଟିମସ୍ L7 II, ଅପ୍ଟିମସ୍ F6, Enact , ଅପ୍ଟିମସ୍ L4 II Dual, ଅପ୍ଟିମସ୍ F3, Optimus L4 II, Optimus L2 II, Optimus ନାଇଟ୍ରୋ HD and 4X HD, ଏବଂ Optimus F3Q.

ZTE
ZTE Grand S Flex, ZTE V956, Grand X Quad V987 ଏବଂ ଗ୍ରାଣ୍ଡ Memo.

Huawei
ହୁୱାୱେ Ascend G740, Ascend Mate, Ascend D Quad XL, Ascend D1 କ୍ଵାଡ XL, Ascend P1 S, ଏବଂ Ascend D2.

Sony
ସୋନି Xperia Miro, Sony ଏକ୍ସପିରିଆ Neo L, Xperia Arc S.

ଅନ୍ୟ ସବୁ ମଡେଲ୍
Alcatel One Touch Evo 7, Archos 53 Platinum, HTC Desire 500, Caterpillar Cat B15, Wiko Cink Five, Wiko Darknight, Lenovo A820, UMi X2, Faea F1 and THL W8.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.