କିଏ କହୁଛି ସତ: ସୁମିତଙ୍କୁ ତପସ୍ୱିନୀ ୮ ଲକ୍ଷ ଟଙ୍କା ମାଗୁଥିବାର ଭିଡିଓ ଭାଇରାଲ, ପ୍ରତିକ୍ରିୟା ରଖିଲେ ଉଭୟ

ବ୍ରହ୍ମପୁର(କେନ୍ଯୁଜ୍): ତପସ୍ୱିନୀ-ସୁମିତ ପାରିବାରିକ ବିବାଦରେ ନୂଆ ଟ୍ଵିଷ୍ଟ । ସୁମିତଙ୍କୁ ତପସ୍ୱିନୀ ୮ ଲକ୍ଷ ଟଙ୍କା ମାଗୁଥିବାର ଭିଡିଓ ଭାଇରାଲ ପରେ ପ୍ରତିକ୍ରିୟା ରଖିଛନ୍ତି ସୁମିତ। ସେ କହିଛନ୍ତି ମୋର ମାନସିକ ଅବସ୍ଥା ବହୁତ ଖରାପ ହେଲାଣି। ଭିଡିଓରେ ନିଜେ ତପସ୍ୱିନୀ ୮ଲକ୍ଷ ଟଙ୍କା ମାଗୁଛନ୍ତି। ଏମିତି ଆହୁରି ଅନେକ ଭିଡିଓ ଅଛି। ଆମେ ତାଙ୍କଠାରୁ ଟଙ୍କାଟେ ବି ନେଇନୁଗୋଟେ ମିଛକୁ ପ୍ରମାଣିତ କରିବାକୁ ତପସ୍ୱିନୀ ୫୦ ମିଛ କହୁଛନ୍ତି। ମୋ ପାଖରେ ପ୍ରୁଫ୍‌ ଅଛି, ସିଏ କେଉଁ ପୁଅ ସହ କଥା ହେଉଥିଲେ। ତପସ୍ୱିନୀ କେବଳ ମୋ ଫ୍ୟାମିଲିକୁ ବଦନାମ କରୁଛନ୍ତି।

ଗତକାଲି ତପସ୍ୱିନୀ କହିଥିଲେ,ବାହାଘର ପୂର୍ବରୁ ସୁମିତ ପଢ଼ିବାକୁ ବାପା ୮ ଲକ୍ଷ ଟଙ୍କା ଦେଇଥିଲେ । କୋର୍ଟଙ୍କ ଆଗରେ ସମସ୍ତ ତଥ୍ୟ ରଖିବି, ମୋତେ ନିଶ୍ଚୟ ନ୍ୟାୟ ମିଳିବ । ଶ୍ୱଶୁର ଘର ଆଗରେ ତପସ୍ୱିନୀଙ୍କ ପ୍ରତିବାଦ ଜାରି ରହିଛି । ଅନ୍ତରୀଣ ରିଲିଫ ପ୍ରଦାନ ନେଇ ତପସ୍ୱିନୀ କରିଥିବା ପିଟିସନର ଆଜି ବ୍ରହ୍ମପୁର ଏସଡିଜେଏମ୍‌ କୋର୍ଟରେ ଶୁଣାଣି ଅଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.