ଭାଙ୍ଗିଯିବ ଇମ୍ରାନ ସରକାର, ଆସ୍ଥା ଭୋଟ ପୂର୍ବରୁ ହାତଛାଡିଲା MQM

ଫ୍ଲୋର ଟେଷ୍ଟ ପୂର୍ବରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଲାଗିଛି ବଡ ଝଟକା। ନିଜ ଗାଦି ବଞ୍ଚାଇବାକୁ ଇମ୍ରାନ ଚେଷ୍ଟା କରୁଥିବା ବେଳେ ଇମ୍ରାନ ସରକାରଙ୍କ ହାତ ଛାଡ଼ିଛି ସହଯୋଗୀ MQM (ମୁସ୍ତାହିଦା କୋମି ମୁଭମେଣ୍ଟ) । ଆସ୍ଥା ଭୋଟ ପୂର୍ବରୁ ଇମ୍ରାନଙ୍କ ସହଯୋଗୀ ପାର୍ଟି MQM ବିରୋଧୀ ଦଳ ସହ ଚୁକ୍ତି କରିସାରିଛି । ଏନେଇ ପିପିପି ମୁଖ୍ୟ ବିଲାୱଲ ଭୁଟ୍ଟୋ ଜରଦାରୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।

ଟ୍ଵିଟରରେ ଲେଖାଯାଇଛି, ରାବତା ସମିତି MQM ଏବଂ PPP ସିଇସି ଚୁକ୍ତିନାମାକୁ ଅନୁମୋଦନ କରିବ । ଏହା ପରେ ଆସନ୍ତାକାଲି ଏକ ସାମ୍ବାଦିକ ସମ୍ମିଳନୀରେ ଏହାର ସୂଚନା ଦିଆଯିବ ବୋଲି ସେ କହିଛନ୍ତି । ବଧାଇ ହୋ ପାକିସ୍ତାନ।

ତେବେ ଇମ୍ରାନ ଖାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଛନ୍ତି ବିରୋଧୀ । ଏହା ଉପରେ ଆଜିଠାରୁ ଆଲୋଚନା ହେବ । କିନ୍ତୁ ଏହା ପୂର୍ବରୁ MQM ଏବଂ PPPର ଚୁକ୍ତି ପରେ ଇମ୍ରାନ ଖାନଙ୍କ ସରକାର ବହୁମତ ହରାଇ ସାରିଛି ।

ପାକିସ୍ତାନ ବିଧାନସଭାରେ ମୋଟ ୩୪୨ ଜଣ ସଦସ୍ୟ ରହିଛନ୍ତି। ଏବେ ସରକାର ପ୍ରତି ୧୬୪ ସଦସ୍ୟଙ୍କ ସମର୍ଥନ ରହିଥିବା ବେଳେ ବିରୋଧୀଙ୍କ ସହ ୧୭୭ ସଦସ୍ୟଙ୍କ ସମର୍ଥନ ରହିଛି । ଆସ୍ଥା ଭୋଟ ଜିଣିବା ପାଇଁ ଦରକାର ୧୭୨ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ । ଏବେ ଇମ୍ରାନ ସରକାରଙ୍କ ଶାସନ କାଳ ଶେଷ ହେବାର ସମ୍ଭାବନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.