Spice Jetର ୯୦ ପାଇଲଟ୍‌ଙ୍କୁ ବିମାନ ଉଡ଼ାଇବାକୁ ମନା କଲା DGCA, ପୁଣି ଟ୍ରେନିଂ ନେବା ପରେ ହିଁ ମିଳିବ ଉଡ଼ାଣ ଅନୁମତି

ନୂଆଦିଲ୍ଲୀ: ଡାଇରେକ୍ଟର ଜେନେରାଲ ଅଫ୍‌ ସିଭିଲ୍‌ ଏଭିଏସନ୍‌ (DGCA) ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ଅବସରରେ ସ୍ପାଇସ୍‌ ଜେଟ୍‌ର ୯୦ ପାଇଲଟ୍‌ଙ୍କୁ ବୋଇଂ ୭୩୭ ମ୍ୟାକ୍ସ ଉଡ଼ାଇବାକୁ ମନା କରିଛନ୍ତି। ତଦନ୍ତ ବେଳେ ଜଣାପଡ଼ିଛି ଯେ ଏହି ପାଇଲଟ୍‌ ମାନେ ଭଲ ଭାବେ ଟ୍ରେନିଂ ନେଇନାହାନ୍ତି। ସେମାନଙ୍କ ଟ୍ରେନିଂରେ ଏବେ ବି ଅନେକ ଅଭାବ ରହିଛି। ଡିଜିସିଏର ଡାଇରେକ୍ଟର ଜେନେରାଲ ଅରୁଣ କୁମାର କହିଛନ୍ତି, ୯୦ ପାଇଲଟ୍‌ଙ୍କୁ ବୋଇଂ ୭୩୭ ମ୍ୟାକ୍ସ ଉଡ଼ାଇବାକୁ ମନା କରାଯାଇଛି। ଡିଜିସିଏର ସନ୍ତୁଷ୍ଟି ପାଇଁ ସମସ୍ତଙ୍କୁ ପୁଣିଥରେ ଟ୍ରେନିଂ ନେବାକୁ ପଡ଼ିବ।

ତାଙ୍କ କହିବାନୁସାରେ, ଟ୍ରେନିଂରେ ଖିଲାପ ପାଇଁ ଦାୟୀ ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସମସ୍ତ ପାଇଲଟ୍‌ ଏବେ ପୁଣିଥରେ ଟ୍ରେନିଂ ନେବେ। ତା’ ପରେ ଯାଇ ସେମାନଙ୍କୁ ବିମାନ ଉଡ଼ାଇବାକୁ ଅନୁମତି ମିଳିବ।


ଏ ନେଇ ସ୍ପାଇସ୍‌ ଜେଟ୍‌ର ମୁଖପାତ୍ର କହିଛନ୍ତି, ଏହି ଟ୍ରେନିଂ ଯୋଗୁ ବିମାନ ଚଳାଚଳ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ସ୍ପାଇସ୍‌ ଜେଟ୍‌ ଏବେ ୧୧ ମ୍ୟାକ୍ସ ଏୟାରକ୍ରାଫ୍ଟକୁ ସଞ୍ଚାଳିତ କରୁଛି ଓ ଏହି ବିମାନ ଉଡ଼ାଣ ପାଇଁ ୧୪୪ ଜଣ ପାଇଲଟ୍‌ ଆବଶ୍ୟକ। ଆମର ୬୫୦ ଜଣ ପ୍ରଶିକ୍ଷିତ ପାଇଲଟ୍‌ଙ୍କ ମଧ୍ୟରୁ ୫୬୦ ଜଣ ଏବେ ବି ଅଛନ୍ତି। ଏଣୁ ବିମାନ ଚଳାଚଳ ବାଧାପ୍ରାପ୍ତ ହେବାର ପ୍ରଶ୍ନ ହିଁ ଉଠୁନି ବୋଲି ମୁଖପାତ୍ର କହିଛନ୍ତି।

Also Read: ଚୀନ୍‌ରେ ବେକାବୁ ହେଲାଣି କରୋନା! ସାଂଘାଇ ଲକ୍‌ଡାଉନ୍‌ରେ ଫସିଛନ୍ତି ଭାରତୀୟ ଅଧିକାରୀ, ଗାଇଡ୍‌ଲାଇନ୍‌ ଜାରି କଲା ଭାରତ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.