ସଲମାନ ଖାନଙ୍କ ଅନ୍ତେ କିଏ ହେବ କୋଟି କୋଟି ଟଙ୍କାର ମାଲିକ ? ଜାଣନ୍ତୁ କଣ କହିଲେ ଭାଇ ଜାନ୍

ଦବଙ୍ଗ ସଲମାନ ଖାନଙ୍କ ଫ୍ୟାନ୍ସ ମାନେ ବର୍ଷ ବର୍ଷ ଧରି ତାଙ୍କ ବିବାହକୁ ଅପେକ୍ଷା କରି ରହିଥିଲେ କିନ୍ତୁ ସଲମାନ ବିବାହ କରିବାକୁ ପ୍ରସ୍ତୁତ ନୁହଁନ୍ତି | ଯଦିଓ ସଲମାନଙ୍କ ବିବାହ ଖବର ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଥର ଗଣମାଧ୍ୟମରେ ଆସିଛି, ହେଲେ ସଲମାନଙ୍କ ସ୍ତ୍ରୀକୁ ଦେଖିବାର ସ୍ୱପ୍ନ ପ୍ରଶଂସକମାନଙ୍କର ସର୍ବଦା ଅଧୁରା ରହିଯାଉଛି । ସେପଟେ କିଛିଦିନ ହେବ ସଲମାନଙ୍କ କିଛି ସିନେମା ବକ୍ସ ଅଫିସରେ ସେଭଳି ହିଟ ହୋଇ ନଥିଲେ ବି ତାଙ୍କ ପ୍ରଶଂସକଙ୍କ ସଂଖ୍ୟା କମି ନାହିଁ । ଏବେ ସଲମାନ ଖାନ ୫୬ ବର୍ଷ ବୟସରେ ପହଂଚିଥିଲେ ବି ଏବେ ବି ତାଙ୍କ ପ୍ରଶଂସକମାନେ ଆଶା ରଖିଛନ୍ତି କି ସଲମାନ ଖାନ ବିବାହ କରିବେ ।

ସଲମାନ ଖାନ ଫିଲ୍ମ ଏବଂ ବିଜ୍ଞାପନ ମାଧ୍ୟମରେ ପ୍ରତିବର୍ଷ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସଲମାନ ଖାନ ୨୩୦୦ କୋଟି ଟଙ୍କା ସମ୍ପତ୍ତିର ମାଲିକ ଅଟନ୍ତି। ସଲମାନ ବଲିଉଡର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଆକ୍ଟର ମାନଙ୍କ ମଧ୍ୟରୁ ଅନ୍ୟତମ, ଯାହାର ବହୁ ଅନେକ ଦାମୀ ଗାଡି ସହ କୋଟି କୋଟି ଟଙ୍କାର ସମ୍ପତ୍ତି ରହିଛି। ଖବର ଅନୁଯାୟୀ ଗତ ୩୪ ବର୍ଷ ଧରି ସଲମାନ ଖାନ ବଲିଉଡରେ କ୍ରମାଗତ ଭାବରେ କାର୍ଯ୍ୟ କରିଆସୁଛନ୍ତି। ‘Hum Aapke Hain Koun’, ‘Maine Pyar Kiya’, ‘Dabangg’ ଆଉ ‘Wanted’ ଭଳି ଅନେକ ହିଟ ଫିଲ୍ମରେ ଆକ୍ଟିଙ୍ଗ କରିଛନ୍ତି।

 

View this post on Instagram

 

A post shared by Salman Khan (@beingsalmankhan)

ସଲମାନ ଏକ ଇଣ୍ଟରଭ୍ୟୁରେ କହିଥିଲେ କି ତାଙ୍କ ପରେ ତାଙ୍କ ସମ୍ପତ୍ତିର ମାଲିକ କିଏ ହେବ । ସେ କହିଛନ୍ତି କି ମୁଁ ବାହା ହୁଏ କି ନାହିଁ କିନ୍ତୁ ମୋ ସମ୍ପତ୍ତିର ଅଧା ଏକ ଟ୍ରଷ୍ଟକୁ ଦାନ କରାଯିବ । ଯଦି ମୁଁ ବାହା ନହୋଇ ମୃତ୍ୟୁବରଣ କରେ ତେବେ ସମ୍ପୂର୍ଣ୍ଣ ସମ୍ପତ୍ତି ଟ୍ରଷ୍ଟକୁ ଦାନ କରାଯିବ ବୋଲି ସଲମାନ ଖାନ କହିଛନ୍ତି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.