ପ୍ରିୟଙ୍କା ଗାନ୍ଧୀଙ୍କ ଝିଅ ମିରାୟାଙ୍କୁ ଛୁଇଁଲା ୨୦, ଜନ୍ମଦିନରେ ଭାବୁକ ମେସେଜ ଲେଖିଲେ ବାପା ରବର୍ଟ ଭଦ୍ରା…

ପ୍ରିୟଙ୍କା ଗାନ୍ଧୀ ଓ ରବର୍ଟ ଭଦ୍ରାଙ୍କ ଝିଅ ମିରାୟାଙ୍କୁ ଆଜି ୨୦ ବର୍ଷ ଛୁଇଁଛି। ଲାଇମ୍‌ଲାଇଟ୍‌ଠୁ ଦୂରେଇ ରହୁଥିବା ମିରାୟାଙ୍କୁ ବାପା ରବର୍ଟ ଭଦ୍ରା ବହୁତ ଖାସ୍‌ ଅନ୍ଦାଜରେ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି। ରବର୍ଟ, ମିରାୟାଙ୍କ ପିଲାଦିନଠୁ ଆରମ୍ଭ କରି ବଡ଼ ହେବା ପର୍ଯ୍ୟନ୍ତ ଫଟୋଗୁଡ଼ିକୁ ଏକ ସୁନ୍ଦର କ୍ୟାପସନ ସହିତ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

ଫଟୋଗୁଡ଼ିକର କ୍ୟାପସନରେ ରବର୍ଟ ନିଜ ଝିଅଙ୍କ ପ୍ରଶଂସାରେ ଅନେକ କଥା ଲେଖିଛନ୍ତି। ରବର୍ଟ ଲେଖିଛନ୍ତି, ‘ମୋ ସୁନ୍ଦର ଝିଅ ମିରାୟାଙ୍କୁ ଜନ୍ମଦିନ ଶୁଭେଚ୍ଛା। ତୁମେ ଏବେ ୨୦ ବର୍ଷର ହୋଇଯାଇଛ। ତୁମକୁ ଦେଖି ଯେଉଁ ପ୍ରଥମ ଶବ୍ଦ ମନ ଭିତରକୁ ଆସୁଛି, ତାହା ହେଲା ନିର୍ଭୟ’।

ରବର୍ଟ ଆହୁରି ଲେଖିଛନ୍ତି, ‘ତୁମେ ସମ୍ପୂର୍ଣ୍ଣ ଭାବେ ଆତ୍ମନିର୍ଭରଶୀଳ, ସାହସୀ ଏବଂ ନ ହାରିଲା ପରି ଝିଅ। ତୁମେ ସୋମ୍ୟ ସ୍ୱଭାବର, ନିଜ ପରିବାର, ଜେଜେ-ଜେଜେମା’, ସାଙ୍ଗସାଥୀ ସମସ୍ତଙ୍କ ଦେଖାଶୁଣା କଲା ଭଳିଆ ଝିଅ। ତୁମେ ସମସ୍ତଙ୍କ ସହିତ ବନ୍ଧୁତା ଏବଂ ସମ୍ପର୍କ ଯୋଡ଼ିଥାଅ। ତୁମେ ଏମିତି ଜଣେ ପ୍ରକୃତି ପ୍ରେମୀ, ଯିଏ ପ୍ରତ୍ୟେକ ଦିନ ଶିଖିବା ଏବଂ ସୃଷ୍ଟି କରିବାରେ ବିଶ୍ୱାସ ରଖେ’।

ରବର୍ଟ ଲେଖିଛନ୍ତି, ‘ମୁଁ ତୁମକୁ ନେଇ ବହୁତ ଗର୍ବ କରୁଛି। ମୁଁ ସବୁ ପ୍ରକାରେ, ସବୁ ଦିନ ତୁମକୁ ସାହାଯ୍ୟ କରିବା ପାଇଁ ଛିଡ଼ା ହୋଇଛି। ମୋତେ ଲାଗୁଛି, ମୁଁ ତୁମଠାରୁ ବହୁତ କିଛି ଶିଖି ପାରିବି। ମୋର ବିଶ୍ୱାସ ଯେ ଚଳିତ ବର୍ଷ ତୁମ ପାଇଁ କିଛି ନୂଆ ଅବତାର ନେଇ ଆସିଛି, ଯାହାକି ବହୁତ ରୋମାଞ୍ଚକ ହେବାକୁ ଯାଉଛି। ଆଶା କରେ, ଏହା ତୁମର ଏ ପର୍ଯ୍ୟନ୍ତର ସବୁଠାରୁ ଭଲ ବର୍ଷ ହେଉ। ମୋ ଭଲ ପାଇବା, ବନ୍ଧୁତା ଏବଂ ସମ୍ପର୍କ ପୂର୍ବ ଅପେକ୍ଷା ଆହୁରି ଅଧିକ ମଜଭୁତ ହୋଇଯାଉ। ମାଇଁ ଲଭ୍‌’।

ମିରାୟାଙ୍କ ଭାଇ ରେହାନ ଭଦ୍ରା ବି ନିଜ ଭଉଣୀର ଜନ୍ମଦିନ ଅବସରରେ ଏକ ଲାଟେଷ୍ଟ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ମିରାୟା ସମୁଦ୍ର କୂଳରେ ବସିଥିବାର ନଜର ଆସୁଛନ୍ତି। ସେହିପରି ମାଆ ପ୍ରିୟଙ୍କା ଗାନ୍ଧୀ ନିଜ ଝିଅର ଜନ୍ମଦିନରେ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି। ଏଥି ସହିତ ସେ କ୍ୟାପସନରେ ଲେଖିଛନ୍ତି, ‘ମୋ ବଦମାସ୍‌, ଆଜି ୨୦ ବର୍ଷର ହୋଇଯାଇଛି। କିନ୍ତୁ ମୋ ପାଇଁ ସେ ସବୁଦିନ ମୋର ଛୋଟ ଛୁଆ ହୋଇ ହିଁ ରହିବ’।

କହି ରଖୁଛୁ, ପ୍ରିୟଙ୍କା ଗାନ୍ଧୀ ଓ ରବର୍ଟ ଭଦ୍ରାଙ୍କ ଦୁଇ ସନ୍ତାନ ଅଛନ୍ତି। ସେମାନେ ହେଲେ ଝିଅ ମିରାୟା ଓ ପୁଅ ରେହାନ। ରେହାନଙ୍କୁ ଏବେ ୨୧ ବର୍ଷ ବୟସ।

 

View this post on Instagram

 

A post shared by Robert Vadra (@robert_vadra)

 

View this post on Instagram

 

A post shared by Raihan (@raihanrvadra)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.