ବକ୍ସିଂ ଡେ ତୃତୀୟ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନ , ୨ ୱିକେଟ ବିନିମୟରେ ୨୧୫ ରନରୁ ଆରମ୍ଭ ହୋଇଛି ଖେଳ

କେନ୍ୟୁଜ୍ : ବକ୍ସିଂ ଡେରେ ଭାରତ ଓ ଅଷ୍ଟ୍ରେଲିଆ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନର ଖେଳ ଜାରି । ଦ୍ୱିତୀୟ ଦିନରେ ଭାରତର ଦମ୍‌ଦାର ବ୍ୟାଟିଂ । ପୂଜାରା ଦମ୍‌ଦାର ଶତକ ହାସଲ କରିଛନ୍ତି । ସେହିପରି କୋହଲି ଅର୍ଦ୍ଧଶତକ କରି ଖେଳୁଛନ୍ତି । ପ୍ରଥମ ଦିନରେ ଭାରତ ୨ ୱିକେଟ ହରାଇ କରିଥିଲା ୨୧୫ରନ । ମୟଙ୍କ ସର୍ବାଧିକ ୭୬ରନ କରି ଆଉଟ ହୋଇଥିଲେ । ଅନ୍ତର୍ଜାତୀୟ ଡେବ୍ୟୁ ମ୍ୟାଚରେ ମୟଙ୍କ ଅଗ୍ରୱାଲ ୧୬୬ଟି ବଲରୁ ୮ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୭୬ ରନ କରିଛନ୍ତି । ଅଷ୍ଟ୍ରେଲିଆ ମାଟିରେ ଡେବ୍ୟୁ କରିଥିବା ଭାରତୀୟ ଖେଳାଳିଙ୍କ ମଧ୍ୟରେ ଏହା ସର୍ବାଧିକ ସ୍କୋର । ପ୍ରଥମ ଦିନରେ ଅଷ୍ଟ୍ରେଲିଆର ପ୍ୟାଟ କମିନ୍‌ସ ୨ଟି ଯାକ ୱିକେଟ ଅକ୍ତିଆର କରିଥିଲେ । ଆଡିଲେଡ ଟେଷ୍ଟରେ ଭାରତ ଓ ପର୍ଥ ଟେଷ୍ଟରେ ଅଷ୍ଟ୍ରେଲିଆ ବିଜୟୀ ହୋଇଥିଲେ । ମେଲବୋର୍ଣ୍ଣ ଟେଷ୍ଟ ମ୍ୟାଚକୁ ଜିଣି ଉଭୟ ଦଳ ସିରିଜରେ ଆଗୁଆ ରହିବାକୁ ଚେଷ୍ଟା କରିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.