Below header

ଏଲନ ମସ୍କଙ୍କ ନୁଆ ନିଷ୍ପତ୍ତିରେ ଭେରିଫାଏଡ ୟୁଜର୍ସଙ୍କୁ ଏବେ ମିଳିବ ବଢ଼ିଆ ସୁବିଧା, ଏବେ ଠୁ ଜାଣିନିଅନ୍ତୁ

ଟ୍ଵିଟରର ନୂଆ ମୁଖ୍ୟ ଏଲନ୍‌ ମସ୍କଙ୍କୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା। ଚିଫ୍‌ ହେବା ପରେ ଏଲନ୍‌ ମସ୍କ ଏବେ ଟ୍ଵିଟର ର ସବୁ କ୍ଷେତ୍ରରେ ପରିବର୍ତ୍ତନ କରିଛନ୍ତି। ୟୁଜର୍ସଙ୍କ ଠୁ ଆରମ୍ଭ କରି ଟ୍ଵିଟରରେ କାମ କରୁଥିବା ପ୍ରତ୍ୟେକ କର୍ମଚାରୀଙ୍କ ଉପରେ ଏହାର ପ୍ରଭାବ ବଡ଼ ମାତ୍ରାରେ ପଡ଼ିଛି। ବ୍ଲୁ ଟିକ କୁ ନେଇ ୟୁଜର୍ସଙ୍କୁ ଝଟକା ଲାଗିଥିବା ବେଳେ ଏବେ କମ୍ପାନୀ ରେ କାମ କରୁଥିବା କର୍ମଚାରୀଙ୍କ ଛଟେଇକୁ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ତେବେ ବ୍ଲୁ ଟିକ କଥା ଧ୍ୟାନକୁ ନେଲେ ଏବେ ଏହି ମାର୍କ ଥିବା ୟୁଜର୍ସ ଟଙ୍କା ପୈଠ କରିବେ। ସେ ବି ୮ ଡଲାର। ମାନେ ପ୍ରତ୍ୟେକ ଭେରିଫାଏଡ ୟୁଜର୍ସ ଏବେ ଟ୍ଵିଟର ବ୍ୟବହାର କରିବା ପାଇଁ ଟଙ୍କା ପୈଠ କରିବେ। ତେବେ ଏହାକୁ ନେଇ ୮ ଡଲାର ଟଙ୍କା ନିଆଯିବ। ତେବେ ଭାରତୀୟ ମୁଦ୍ରାରେ ଏହାର ଦାମ ହେଉଛି ପାଖାପାଖି ୬୬୧ ଟଙ୍କା। କିନ୍ତୁ ଆମେ ଏବେ ଆପଣଙ୍କୁ ଏହାର ଏବେ ଫାଇଦା ସମ୍ପର୍କରେ କହିବୁ। ଯେଉଁଥିରେ ୟୁଜର୍ସ ଟଙ୍କା ପୈଠ ପରେ ତାଙ୍କୁ କେଉଁ କେଉଁ ସବୁ ଲାଭ ମିଳିବ ଏହା ସମ୍ପର୍କରେ ମୁଖ୍ୟ ଅଧିକାରୀ ମଧ୍ୟ ଜ ଣାଇଛନନ୍ତି।

ଏବେ ଅନେକ ଟ୍ଵିଟର ୟୁଜର୍ସଙ୍କ ମନରେ ଏହାକୁ ନେଇ ପ୍ରଶ୍ନ ଉଠୁଛି। ଯେ କେବଳ ବ୍ଲୁ ଟିକ ପାଇଁ ୮ ଡଲାର କଣ ପାଇଁ ଦେବେ? ଏହାକୁ ଫୁଲ ଷ୍ଟପ ଲଗାଇ ମୁଖ୍ୟ ଏଲନ ମସ୍କ କହିଛନ୍ତି ଯେ ଭେରିଫାଏଡ ୟୁସର୍ଜଙ୍କୁ ଏହାକୁ ନେଇ ଫାଇଦା ମଧ୍ୟ ମିଳିବ। ଏବେ ଜାଣନ୍ତୁ ସେହି ସବୁ ଫାଇଦା ସମ୍ପର୍କରେ..

-ଯେଉଁ ୟୁଜର୍ସ ବ୍ଲୁ ଟିକ ପାଇଁ ଚାର୍ଜେସ ଦେବେ ସେମାନେ ରିପ୍ଲାଏ, ନିଜ ପୋଷ୍ଟ ଓ ସର୍ଚ୍ଚରେ ପ୍ରଥମ ସୁଯୋଗ ପାଇବେ। ଯାହା ଦ୍ୱାରା ଏହା ସ୍ପାମ କିମ୍ବା ସ୍କାମ କରିହେବ ନାହିଁ।
-ବ୍ଲୁଟିକ ୟୁଜର୍ସଙ୍କୁ ଅନ୍ୟ ୟୁଜର୍ସ ତୁଳନାରେ କମ ବିଜ୍ଞାପନ ଦେଖାଯିବ।
-ଟ୍ଵିଟର ସହ ମିଶିକି କାମ କରୁଥିବା ଇଚ୍ଛୁକ ପବ୍ଲିସର୍ସ paywalls Bypassର ସୁବିଧା ମିଳିବ।
-ଏହାସହ ପ୍ରତି ମାସରେ ୮ଡଲାର ଦେବା ପରେ ୟୁଜର୍ସଙ୍କୁ ଲମ୍ବା ସମୟର ଭିଡ଼ିଓ ତଥା ଅଡ଼ିଓ ପୋଷ୍ଟ କରିବାର ସୁବିଧା ମିଳିବ।
-ଏଲନ ମସ୍କଙ୍କ କହିବା ଅନୁଯାୟୀ ଯେଉଁ ବ୍ୟକ୍ତି ପବ୍ଲିକ ଫିଗର ସେମାନଙ୍କ ନାମ ତଳେ ଏକ ସେକେଣ୍ଡାରୀ ଟ୍ୟାଗ ରହିବ। ଯେମିତି ରାଜନେତାଙ୍କ ପାଇଁ ଆଗରୁ ରହିଛି।

ତେବେ କେବଳ ଭେରିଫାଏଡ ୟୁଜରଙ୍କୁ ବ୍ଲୁଟିକ ମିଳିଥାଏ। ପ୍ରତ୍ୟେକ ୟୁଜର୍ସ ଏଥିପାଇଁ ଆପ୍ଳାଏ କରିପାରିବେ। ମନେ ରଖନ୍ତୁ ଏଥିପାଇଁ ୟୁଜର୍ସ ଙ୍କ ଆକାଉଣ୍ଟ ଅଥେଣ୍ଟିକ ଓ ସକ୍ରିୟ ଥିବା ଜରୁରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.