ବିହାରରେ ମାଟି ତଳୁ ବାହାରୁଛି ତେଲ! ବାଲ୍ଟି ବାଲ୍ଟି ବୋହି ନେଉଛନ୍ତି ଲୋକେ…ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ୟୁଜରମାନେ ଦାବି କରୁଛନ୍ତି ଯେ ଏହି ଭିଡିଓ ବିହାରର। ଏଥିରେ କୁହାଯାଉଛି କି, ମାଟି ତଳୁ ତେଲ ବାହାରୁଛି। ଆପଣ ଏହି ଭାଇରାଲ ଭିଡିଓରେ ଦେଖିପାରିବେ, ମାଟି ଭିତରୁ କଞ୍ଚା ତେଲ ବାହାରୁଛି। ତେଲ ଏତେ ଦ୍ରୁତି ଗତିରେ ବାହାରୁଛି ଯେ ତାହା ରାସ୍ତା ଉପରେ ମଧ୍ୟ ବହି ଚାଲିଛି। ଯେଉଁ କ୍ଷେତରୁ ତେଲ ବାହାରୁଛି, ସେଠାରେ ମକା ଗଛ ଲଗାହୋଇଛି, ଯାହାକି ଆପଣ ଭିଡିଓରେ ଦେଖିବାକୁ ପାଇ ପାରିବେ।

ଭିଡିଓରେ ଲୋକମାନେ ବାଲ୍ଟି ଧରି ତେଲ ବୋହି ନେବାରେ ଲାଗୁଛନ୍ତି। କିଛି ଲୋକ ତେଲ ଧରି ଦୌଡ଼ୁଥିବାର ବି ଦେଖିବାକୁ ମିଳୁଛି। ତେବେ ଯେଉଁ ସ୍ଥାନରୁ ତେଲ ବାହାରୁଛି, ସେଠାରେ ବଡ଼ ଗର୍ତ୍ତ ରହିଛି। ଏବେ ଏହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

 

View this post on Instagram

 

A post shared by IndiaTV (@indiatvnews)

ସୋସିଆଲ ମିଡିଆରେ ଦାବି କରାଯାଉଛି ଯେ ବିହାରର ଖଗଡ଼ିଆ ଜିଲ୍ଲାରେ ମାଟି ତଳୁ କଞ୍ଚା ତେଲ ବାହାରୁଛି। ସେପଟେ ମିଳିଥିବା ସୂଚନା ଅନୁସାରେ, ଯେଉଁ ଜାଗାରୁ ତେଲ ବାହାରୁଛି, ସେହି ଜାଗାରେ ବରୌନୀ-ଆସମ ପାଇପ୍‌ଲାଇନ ଯାଇଛି, ଯେଉଁଥିରୁ ଲିକେଜ୍‌ ହୋଇଛି। ଏହି ଲିକେଜ୍‌ ଯୋଗୁ ତେଲ ବୋହି ଚାଲିଛି। ଯାହାଫଳରେ କି, ମଉକା ପାଇ ଲୋକେ ତେଲ ଲୁଟି ଚାଲିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.