ଦୁଇବର୍ଷରୁ ଅଧିକ ସମୟ ଜେଲରେ ରହିବା ପରେ ମୁକୁଳିଲେ କେରଳ ସାମ୍ବାଦିକ ସିଦ୍ଦିକି କପ୍ପନ, ହାତରସ୍‌ ଘଟଣା ସମୟରେ ହୋଇଥିଲେ ଗିରଫ

ଦୁଇବର୍ଷରୁ ଅଧିକ ସମୟ ଜେଲରେ ଥିବା କେରଳ ସାମ୍ବାଦିକ ସିଦ୍ଦିକି କିପ୍ପନ୍‌ ଜେଲରୁ ମୁକୁଳିଛନ୍ତି । ଆତଙ୍କବାଦୀ ସଂଗଠନ ସହିତ ସଂପୃକ୍ତି ଥିବା ଅଭିଯୋଗରେ ଉତ୍ତରପ୍ରଦେଶରେ ଗିରଫ ହୋଇଥିଲେ ସାମ୍ବାଦିକ । ୨୦୨୦ ଅକ୍ଟୋବରେ କପ୍ପନଙ୍କ ସହିତ ଅନ୍ୟ ୩ଜଣଙ୍କୁ ଗିରଫ କରାଯାଇଥିଲା । ତେବେ ଲକ୍ଷ୍ନୌ ଜେଲରୁ ତାଙ୍କୁ ମୁକ୍ତ କରିବା ଲାଗି ବୁଧବାର ସେସନ କୋର୍ଟ ଜାମିନ ଆଦେଶରେ ସ୍ୱାକ୍ଷର କରିଥିଲେ । ଆଜି ସକାଳ ୯.୧୫ ମିନିଟରେ ଜେଲରୁ ମୁକୁଳିଥିଲେ କପ୍ପନ ।

ଦୁଷ୍କର୍ମ ପରେ ଜଣେ ଦଳିତ ମହିଳାଙ୍କ ମୃତ୍ୟୁ ଘଟିଥିବା ଘଟଣା ସଂକ୍ରାନ୍ତରେ ରିପୋର୍ଟ କରିବା ନିମନ୍ତେ ଉତ୍ତର ପ୍ରଦେଶର ହାଥରସ୍କୁ ଯାଉଥିବା ତାଙ୍କୁ ଗିରଫ କରାଯାଇଥିଲା। ତେବେ ଜେଲରୁ ମୁକୁଳିବା ପରେ କପ୍ପନ କହିଛନ୍ତି, ମୁଁ ୨୮ ମାସ ପରେ ଜେଲରୁ ମୁକୁଳିଛି । ମୋତେ ସପୋର୍ଟ କରିଥିବାରୁ ମିଡିଆକୁ ଧନ୍ୟବାଦ । ମୋ ଉପରେ ମିଥ୍ୟା ଆରୋପ ଲାଗିଥିଲା। ଏବେ ମୁଁ ବାହାରକୁ ଆସି ଖୁସି ଅଛନ୍ତି ।

ସୂଚନାଯୋଗ୍ୟ, ନିଷିଦ୍ଧ କରାଯାଇଥିବା ସଙ୍ଗଠନ ‘ପପୁଲାର୍ ଫ୍ରଣ୍ଟ୍ ଅଫ୍ ଇଣ୍ଡିଆ’ ସହିତ କପ୍ପନଙ୍କର ସମ୍ପୃକ୍ତି ଥିଲା ଏବଂ ସେମାନେ ଘଟଣାସ୍ଥଳରେ ହିଂସା ଉସକାଇବା ପାଇଁ ଷଡ଼ଯନ୍ତ୍ର କରୁଥିଲେ ବୋଲି ତାଙ୍କ ନାଁରେ ଅଭିଯୋଗ ହୋଇଥିଲା। ଗତ ସେପ୍ଟେମ୍ବର ମାସରେ ସୁପ୍ରିମ୍ କୋର୍ଟ ତାଙ୍କୁ ଜାମିନ ମଞ୍ଜୁର କରିଥିଲେ। କିନ୍ତୁ ଇଡି ଦ୍ବାରା ଦାଏର୍ କରାଯାଇଥିବା ମନି ଲଣ୍ଡ୍ରରିଂ ମାମଲା ଯୋଗୁଁ ସେ ଲକ୍ଷ୍ନୌ କାରାଗାରରେ ରହୁଥିଲେ। ବୁଧବାର ଦିନ ଅଦାଲତରେ ଉକ୍ତ ମୁଚାଲିକା ଦୁଇଟି ଦାଖଲ କରାଯିବା ପରେ ଆଜି ତାଙ୍କୁ ଜେଲ୍ରୁ ମୁକ୍ତ କରାଯାଇଛି।

କପ୍ପନଙ୍କ ଉପରେ ଅପରାଧିକ କାର୍ଯ୍ୟକଳାପ ଅଧିନିୟମ ଅନୁସାରେ ରାଜଦ୍ରୋହ (ଆଇପିସି ଧରା ୧୨୪-ଏ)ରେ ବିଭିନ୍ନ ସମୂହ ସହିତ ଶତ୍ରୁତାକୁ ଉସୁକାଇବା ଏବଂ ଧାର୍ମିକ ଭାବନାକୁ ଆଘାତ ଦେବା ଭଳି ଧାରା ଲାଗିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.