ଭାରତ, ପାକିସ୍ତାନ, ଚୀନ୍‌ ସମେତ ୮ ଦେଶରେ ଭୂମିକମ୍ପ ଝଟ୍‌କା, ତୀବ୍ରତା ୬.୩

ଭାରତ, ପାକିସ୍ତାନ, ଚୀନ୍ ସମେତ ୮ ଦେଶରେ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଭୂମିକମ୍ପର କେନ୍ଦ୍ର ଆଫଗାନିସ୍ତାନର ହିନ୍ଦୁ କୁଶ ଅଞ୍ଚଳରେ ବୋଲି କୁହାଯାଉଛି।

ଭାରତ, ପାକିସ୍ତାନ, ଚୀନ୍ ସମେତ ୮ ଦେଶରେ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଭୂମିକମ୍ପର କେନ୍ଦ୍ର ଆଫଗାନିସ୍ତାନର ହିନ୍ଦୁ କୁଶ ଅଞ୍ଚଳରେ ବୋଲି କୁହାଯାଉଛି। ଭୂମିକମ୍ପର ତୀବ୍ରତା ରହିଛି ୬.୩। ଭାରତର ପଞ୍ଜାବ, ଜମ୍ମୁ-କାଶ୍ମୀର ଏବଂ ହରିୟାଣାରେ କମ୍ପନ ଅନୁଭୂତ ହୋଇଛି।

ଭାରତୀୟ ରାଜ୍ୟଗୁଡ଼ିକରେ ୫.୬ ତୀବ୍ରତାର କମ୍ପନ ଅନୁଭୂତ ହୋଇଥିବା ବେଳେ ପଡ଼ୋଶୀ ଦେଶରେ ବି ଲୋକେ କମ୍ପନ ଅନୁଭବ କରିଥିଲେ। ତାଜିକିସ୍ତାନ, କିର୍ଗିସ୍ତାନ ଓ ଉଜବେକିସ୍ତାନରେ କମ୍ପନ ଅନୁଭୂତ ହୋଇଛି।

ଭୂମିକମ୍ପ ମନିଟରିଂ ସଂସ୍ଥା ‘EMSC’ କହିଛି ଯେ ଆଫଗାନିସ୍ତାନର ଫୈଜାବାଦରୁ ୭୦ କିଲୋମିଟର ପୂର୍ବ-ଦକ୍ଷିଣ ପୂର୍ବରେ ସ୍ଥାନୀୟ ସମୟ ପ୍ରାୟ ୧୦ଟା ୧୯ ମିନିଟ୍‌ରେ ୫.୯ ତୀବ୍ରତାର କମ୍ପନ ଅନୁଭୂତ ହୋଇଛି।

ସେହିପରି ତୁର୍କୀର କାହରାମନମାରସ ଠାରୁ ୨୪ କିଲୋମିଟର ଦକ୍ଷିଣରେ ୩.୬ ତୀବ୍ରତାର ଝଟ୍‌କା ଅନୁଭବ କରାଯାଇଛି। ଏଥିସହ ପାକିସ୍ତାନର ଇସଲାମାବାଦ, ଖୈବର ପଖତୁନୱା, ପଞ୍ଜାବ ଏବଂ ଅନ୍ୟାନ୍ୟ ପ୍ରଦେଶରେ କମ୍ପନ ଅନୁଭୂତ ହୋଇଛି। ତେବେ ଏହି ଭୂମିକମ୍ପରେ କୌଣସି କ୍ଷୟକ୍ଷତି ହୋଇଥିବା ନେଇ ଖବର ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.