୩ ଓ୍ଵିକେଟରେ ଜିତିଲା ଅଷ୍ଟ୍ରେଲିଆ, ହାରିବା ଖେଳକୁ ବିଜୟରେ ପରିଣତ କଲେ ଗ୍ଲେନ ମାକ୍ସେଓ୍ଵଲ

ମୁମ୍ବାଇ : କୁହାଯାଏ କ୍ରିକେଟ ଏକ ଅନିଶ୍ଚିତତାର ଖେଳ । ଯାହା ଆଜି ଦେଖାଯାଇଛି ଆଫଗାନିସ୍ଥାନ ଓ ଅଷ୍ଟ୍ରେଲିଆ ମ୍ୟାଚ ବେଳେ । ଅନିଶ୍ଚିତତାକୁ ନିଶ୍ଚିତରେ ପରିଣତ କରିଛନ୍ତି ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ଗ୍ଲେନ ମାକ୍ସେଓ୍ଵଲ୍‌ । ଆଜିର ଖେଳ ଚାଲିଥିଲା ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମରେ ।…

ଗୁଲୁଗୁଲା ନେଲା ଜୀବନ, ଚ୍ୟାଲେଞ୍ଜରେ ତରବର ଖାଇବାରୁ ତଣ୍ଟିରେ ଲାଗି ଗଲା ପ୍ରାଣ

ଗୁଲୁଗୁଲା ଖାଉଖାଉ ଚାଲିଗଲା ଜୀବନ । ସାମାନ୍ୟ ଚ୍ୟାଲେଞ୍ଜରେ ଗୁଲୁଗୁଲା ଖାଉଖାଉ ତଣ୍ଟିରେ ଲାଗିଯାଇ ଅଣନିଶ୍ୱାସୀ ହେବାସହିତ ଚାଲିଗଲା ଯୁବକଙ୍କ ଜୀବନ । ଏଭଳିଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ବଡ଼ଜାମବଣି ଫାଣ୍ଡି ଅଧୀନ ଦାନ୍ତିଆମୁହାଁ ଗାଁରେ l ମୃତକ ହେଲେ…

କନ୍ଧମାଳ ଗସ୍ତରେ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ, ବିଭିନ୍ନ ସଂଗଠନ ଓ ବୁଦ୍ଧିଜୀବୀଙ୍କୁ ଭେଟିଲେ

କନ୍ଧମାଳ : ଫୁଲବାଣୀରେ ସାଂସଦ ଡ. ଅଚ୍ୟୁତ ସାମନ୍ତ । କନ୍ଧମାଳ ସଂସଦୀୟ କ୍ଷେତ୍ର ସମୀକ୍ଷା କରିଛନ୍ତି । ଏହି ଅବସରରେ ବିଭିନ୍ନ ସଂଗଠନ, ବୁଦ୍ଧିଜୀବୀ ତାଙ୍କୁ ଭେଟିଥିଲେ । ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ନେଇ ଆଲୋଚନା କରିଥିଲେ। ଏହି ଅବସରରେ ନିଜସ୍ଵ ପାଣ୍ଠିରୁ ଜଣେ ଭନ୍ନକ୍ଷମଙ୍କୁ…

ମାଉସୀ ଘରକୁ ଲଷ୍ମୀ ପୂଜା ଦେଖିବାକୁ ଆସିଥିଲେ, ନଦୀରେ ବୁଡି ପୁତୁରା ମୃତ

ଯାଜପୁର ଟାଉନ : ନଦୀରେ ବୁଡି ନାବାଳକ ମୃତ। ଯାଜପୁର ସଦର ଥାନା ମତାବାଦ ନିକଟ ବୈତରଣୀ ନଦୀର ଶାଖା ବୁଢା ନଦୀ ଘାଟରେ ଘଟିଛି ଏଭଳି ଅଘଟଣ । ତିନିଜଣ ସାଙ୍ଗ ବୁଢା ନଦୀକୁ ଗାଧୋଇ ଯାଇଥବା ବେଳେ ନଦୀରେ ବୁଡି ଯାଇଥିଲେ। ସ୍ଥାନୀୟ ଲୋକେ ଦୁଇ ଜଣଙ୍କୁ ଉଦ୍ଧାର କରିବାକୁ ସମର୍ଥ ହୋଇଥିବା ବେଳେ…

ବାଣ ଭିଡୁଥିବା ସମୟରେ ଘଟିଲା ବିସ୍ଫୋରଣ, ଜଣେ ଗୁରୁତର

ଯାଜପୁର : ବାଣ ଭିଡୁଥିବା ସମୟରେ ବିସ୍ଫୋରଣ ଘଟି ଜଣେ ଗୁରୁତର। ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା କୁଆଖିଆ ଥାନା ଅଧୀନ ଖୋସାଲପୁର ଗ୍ରାମରେ। ଗୁରୁତର ଆହତ ବ୍ୟକ୍ତି ଜଣକ ହେଲେ ଗ୍ରାମର ଆନନ୍ଦ ମଲିକ। ସେ ଆଜି ଘରେ ବାଣ ଭିଡୁଥିବା ସମୟରେ ହଠାତ ବିସ୍ଫୋରଣ ହୋଇଥିଲା। ଫଳରେ ଗୁରୁତର…

ନେତାଜୀ ବସ ଟର୍ମିନାଲ ପରିସରରେ ରେଡ଼, ବିପୁଳ ଗୁଟକା, ତମ୍ବାଖୁ ଜବତ, ୬ ଦୋକାନ ସିଲ

କଟକ : କଟକ ନେତାଜୀ ବସ ଟର୍ମିନାଲ ପରିସରରେ କଟକ ଉନ୍ନୟନ କର୍ତ୍ତୃପକ୍ଷଙ୍କ ରେଡ଼। ଏହି ରେଡ଼ରେ ବିପୁଳ ପରିମାଣରେ ଗୁଟକା, ତମ୍ବାଖୁ, ସିଗାରେଟ ଆଦି ସାମଗ୍ରୀ ଜବତ କରାଯାଇଛି। ମୋଟ ଛଅଟି ଦୋକାନକୁ ସିଲ କରିଛି ଏନ୍ଫୋର୍ସମେଣ୍ଟ ସ୍ୱାଡ। ସି.ଏନ.ବି.ଟି ର ନୋଡ଼ାଲ ଅଫିସରଙ୍କ ନେତୃତ୍ୱରେ ଏହି…

ବ୍ରହ୍ମପୁର ଆମ୍ବଗଡ ଗାଁ ହତ୍ୟା ମାମଲା, ୮ ଜଣ ଅଭିଯୁକ୍ତଙ୍କୁ ଆଜୀବନ ଦଣ୍ଡାଦେଶ

୨୦୧୭ ମସିହାରେ ବ୍ରହ୍ମପୁର ସଦର ଥାନା ଆମ୍ବଗଡ ଗାଁରେ ଘଟିଥିବା ବୁଡୁ ପାତ୍ର ହତ୍ୟା ମାମଲାରେ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ସମସ୍ତ ୮ ଜଣ ଅଭିଯୁକ୍ତଙ୍କୁ ଆଜୀବନ ଦଣ୍ଡାଦେଶ ଶୁଣାଇଛନ୍ତି ଗଞ୍ଜାମ ଜିଲ୍ଲା ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ପ୍ରଥମ । ୨୦୧୭ ସେପ୍ଟେମ୍ବର ୧୮ରେ ସଦର ଥାନା…

ଦୁର୍ଘଟଣା ପରେ ଉତ୍ୟକ୍ତ ଲୋକଙ୍କ ରାସ୍ତା ରୋକ, ୩ ଦିନ ତଳେ ଯାଇଛି ୩ ଜୀବନ

ଅସମ୍ପୂର୍ଣ ଏନ ଏଚ ଯୋଗୁଁ ରାସ୍ତାର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟି ଗଲାଣି ଅନେକ ଧନ ଜୀବନ। ତିନି ଦିନ ତଳେ ସମାନ ସ୍ଥାନରେ ଏକ ହାଇୱା ବାଇକ୍ ଆରୋହୀଙ୍କ ଉପରେ ମାଡି ଯିବାରୁ ୩ଜଣ ବାଇକ୍ ଆରୋହୀଙ୍କ ଜୀବନ ଯାଇଛି। ଆଜି ପୁଣିଏକ ଦୁର୍ଘଟଣା ଘଟିଛି। ଆନନ୍ଦପୁର ଦେଇ…

ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ ଆବେଦନ ବିବାଦ, ହାଜର ହେଲେ ବାନ୍ଧବୀ ସୋମାଲିକା

ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ ଆବେଦନ ବିବାଦ ନେଇ କଟକ ସଵ ରେଜିଷ୍ଟ୍ରାରଙ୍କ କୋର୍ଟରେ ହାଜର ହେଲେ ବାନ୍ଧବୀ ସୋମାଲିକା। ଅଭିଯୋଗକାରିଣୀ ସୋମାଲିକା ନୋଟିସ ପାଇ ବିବାହ ପଞ୍ଜିକରଣ ଅଧିକାରୀଙ୍କ ନିକଟରେ ପହଞ୍ଚିଛନ୍ତି । କିନ୍ତୁ ବିବାହ ପାଇଁ ଆବେଦନ କରିଥିବା ବିଜୟ ଶଙ୍କର…

ବାଙ୍କୀ-ଭଗିପୁର ରାସ୍ତାରେ ବୁଲୁଛନ୍ତି ୧୬ ଟିକିଆ ହାତୀପଲ

ରାସ୍ତାରେ ହାତୀ । ବାଙ୍କୀ-ଭଗିପୁର ରାସ୍ତାରେ ୧୬ ଟିକିଆ ହାତୀପଲ । ଚନ୍ଦକା ଡମପଡା ଅଭୟାରଣ୍ୟରୁ ହାତୀପଲ ଆସିଥିବା ଜଣାପଡିଛି । କେତେବେଳେ ପାଣି ପିଇବାକୁ ତ ଆଉ କେତେବେଳେ ଖାଦ୍ୟ ଅନ୍ବେଷଣରେ ରାସ୍ତାରେ ବୁଲୁଛନ୍ତି ହାତୀ । ଗତକାଲି ରାତିରେ ଅଭୟାରଣ୍ୟରୁ ୧୬ଟିକିଆ ହାତୀପଲ ଆସି ଭଗିପୂର୍…

ଫସଲ ବୀମାରେ ଠକେଇ, ୧୪ ଅଭିଯୁକ୍ତ ଗିରଫ

ଫସଲ ବୀମାରେ ଠକେଇ । ଜମିପଟ୍ଟା ଜାଲିଆତି କରି ଠକେଇ କରିଥିବା ୧୪ ଅଭିଯୁକ୍ତ ଗିରଫ କରିଛି ବଲାଙ୍ଗିର ସାଇବର ଥାନା ପୋଲିସ । ଅସଲି ଜମିରେ ନକଲି ଚାଷୀଙ୍କ ନାଁ ଦେଇ ଫସଲ ବୀମା ଆବେଦନ କରୁଥିଲେ । କୋଟି କୋଟି ଟଙ୍କା ହଡପ୍ କରୁଥିଲେ । ଏନେଇ କୃଷି ବିଭାଗ ପକ୍ଷରୁ ଅଭିଯୋଗ ହେବା ପରେ ସାଇବର…

ବାଲିଯାତ୍ରାକୁ ରହିଲା ଆଉ ଅଳ୍ପ ଦିନ, କାର୍ଯ୍ୟ ସମୀକ୍ଷା କଲେ କଟକ ଜିଲ୍ଲାପାଳ

କଟକ : ଐତିହାସିକ ବାଲିଯାତ୍ରାକୁ ରହିଲା ଆଉ ଅଳ୍ପ ଦିନ। ଏଥିଲାଗି ବାଲିଯାତ୍ରା ପଡ଼ିଆ କାର୍ଯ୍ୟ ସମୀକ୍ଷା କଲେ କଟକ ଜିଲ୍ଲାପାଳ ନରହରି ସେଠି। ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରି ଅଗ୍ରଗତି ସମ୍ପର୍କରେ ପଚାରି ବୁଝିଥିଲେ। ଵିଶେଷ କରି ତଳ ପଡ଼ିଆର ରାସ୍ତାକୁ ସମତୁଲ କାର୍ଯ୍ୟ…