Below header

ଦେଖନ୍ତୁ ‘ବନ୍ଦେ ଭାରତ ମେଟ୍ରୋ’ର ପ୍ରଥମ ଝଲକ୍‌, ଜଲ୍‌ଦି ଲଞ୍ଚିଂ ପାଇଁ ଚାଲିଛି ପ୍ରସ୍ତୁତି

ବହୁତ ଜଲ୍‌ଦି ଦେଶରେ ଗଡ଼ିବ ‘ବନ୍ଦେ ଭାରତ ମେଟ୍ରୋ’ ଟ୍ରେନ । ରେଳବାଇ ଚଳିତ ବର୍ଷ ଜୁଲାଇରୁ ବନ୍ଦେ ଭାରତ ମେଟ୍ରୋକୁ ଟ୍ରାକ୍‌ରେ ଆଣିବାକୁ ପ୍ରସ୍ତୁତି ଚଳାଇଛି । ରେଳ ମନ୍ତ୍ରଣାଳୟ ସୂତ୍ରରୁ ପ୍ରକାଶ ଯେ ଏହି ଟ୍ରେନ୍‌କୁ ମୁମ୍ବାଇ ଲୋକାଲ୍‌ ସ୍ଥାନରେ ଚଲାଯାଇପାରେ । ଏଥିରେ ୪, ୮, ୧୨ ଏବଂ ୧୬ଟି…

ଅମିତ୍‌ ଶାହଙ୍କ ନକଲି ଭିଡିଓ ମାମଲା: ଆଜି ହାଜର ହେବେନାହିଁ ସିଏମ୍‌ ରେଭନ୍ତ ରେଡ୍ଡୀ, ଆହୁରି ୧୨ ଜଣଙ୍କୁ ନୋଟିସ୍‌

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନକଲି ଭିଡିଓ ମାମଲାରେ ଦିଲ୍ଲୀ ପୋଲିସ କ୍ରମାଗତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ଏହି ମାମଲାରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀଙ୍କ ସମେତ ୧୬ ଜଣଙ୍କୁ ପଚରାଉଚରା ପାଇଁ ଡକାଯାଇଛି । ଯଦିଓ ତେଲଙ୍ଗାନା ସିଏମ୍ ଏବଂ ବାକି ୩ ଜଣ ନେତା…

‘ଅନୁପମା’ ଫେମ୍‌ ରୁପାଲି ଗାଙ୍ଗୁଲି ବିଜେପିରେ ଯୋଗଦେଲେ, କହିଲେ, ‘ମୋତେ ଆଶୀର୍ବାଦ ଦରକାର’

ଟିଭି ଇଣ୍ଡଷ୍ଟ୍ରିରୁ ଆସିଛି ଏକ ବଡ଼ ଖବର । ଲୋକପ୍ରିୟ ଅଭିନେତ୍ରୀ ତଥା ‘ଅନୁପମା’ ଫେମ୍‌ ରୁପାଲି ଗାଙ୍ଗୁଲି ରାଜନୀତିରେ ପ୍ରବେଶ କରିଛନ୍ତି । ସେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । ରୁପାଲି ବର୍ତ୍ତମାନ ଟିଭି ସିରିଏଲ ‘ଅନୁପମା’ରେ ଅନୁପମା ଚରିତ୍ରରେ ଅଭିନୟ କରୁଛନ୍ତି । ତାଙ୍କ ସହିତ…

ନାତୁଣୀ ବାହାଘରରେ ଜୀବନ୍ତ ଜଳିଗଲେ ଜେଜେବାପା… ଟେଣ୍ଟରେ ଶୋଇଥିବା ବେଳେ ACରେ ହେଲା ସର୍ଟ ସର୍କିଟ୍‌

ରାଜସ୍ଥାନର ବୁନ୍ଦିରେ ଘଟିଛି ଏକ ଦୁଃଖଦ ଘଟଣା । ଏଠାରେ ବିବାହର ସୁଖ ଶୋକରେ ବଦଳିଯାଇଛି । ବାହାଘର ଉତ୍ସବ ଭିତରେ ଏକ ଟେଣ୍ଟରେ ନିଆଁ ଲାଗି କନ୍ୟାର ଜେଜେବାପା ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ସେ ହେଲେ, ୭୦ ବର୍ଷୀୟ ଲାଲ ମହମ୍ମଦ । ସେପଟେ ପରିବାରର ଜଣେ ବରିଷ୍ଠ ବ୍ୟକ୍ତିଙ୍କ ମୃତ୍ୟୁରେ…

ବରେଲି ସେଣ୍ଟ୍ରାଲ ଜେଲ୍‌ରୁ ମୁକୁଳିଲେ ବାହୁବଳୀ ନେତା ଧନଞ୍ଜୟ ସିଂ, ହାଇକୋର୍ଟରୁ ମିଳିଥିଲା ଜାମିନ୍‌

ଜେଲ୍‌ରୁ ମୁକୁଳିଲେ ବାହୁବଳୀ ନେତା ଧନଞ୍ଜୟ ସିଂ । ଉତ୍ତର ପ୍ରଦେଶ ଜୋନପୁରର ପୂର୍ବତନ ସାଂସଦ ଧନଞ୍ଜୟ ସିଂଙ୍କୁ ବୁଧବାର ବରେଲି କେନ୍ଦ୍ରୀୟ ଜେଲରୁ ମୁକ୍ତ କରାଯାଇଛି । ଆହ୍ଲାବାଦ ହାଇକୋର୍ଟରୁ ଧନଞ୍ଜୟ ସିଂଙ୍କୁ ଜାମିନ ମିଳିଥିଲା, ହେଲେ ତାଙ୍କ ମୁକ୍ତି ବିଳମ୍ବ ହେଉଥିଲା । ବୁଧବାର ସକାଳେ…

ମହାରାଷ୍ଟ୍ର: ଟ୍ରକ୍‌ ଧକ୍କାରେ ସରକାରୀ ବସ୍‌ ଚୁର୍‌ମାର, କଣ୍ଡକ୍ଟରଙ୍କ ସମେତ ୫ ମୃତ, ୪୧ ଆହତ

ମହାରାଷ୍ଟ୍ରର ନାସିକରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି । ମଙ୍ଗଳବାର ଏଠାରେ ଜିଲ୍ଲାର ମୁମ୍ବାଇ-ଆଗ୍ରା ରାଜପଥରେ ଏକ ଟ୍ରକ ସହ ରାଜ୍ୟ ପରିବହନ ବିଭାଗର ବସ୍ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୧ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ୯…

ଦିଲ୍ଲୀ: DPS, ସଂସ୍କୃତି ସ୍କୁଲ ସମେତ ୫୦ରୁ ଅଧିକ ବିଦ୍ୟାଳୟକୁ ବୋମା ଧମକ, ଚାଲିଛି ଛାନ୍‌ଭିନ

ଦିଲ୍ଲୀର ଅନେକ ସ୍କୁଲକୁ ଧମକପୂର୍ଣ୍ଣ ଇମେଲ୍‌ ଆସିଛି । ଏହି ଇମେଲ୍‌ ମାଧ୍ୟମରେ ସ୍କୁଲରେ ବୋମା ରଖାଯାଇଥିବା କୁହାଯାଇଛି । ଦ୍ୱାରକା ଡିପିଏସ୍‌, ମୟୂର ବିହାରର ମଦର ମେରୀ ସ୍କୁଲ, ନୂଆଦିଲ୍ଲୀର ସଂସ୍କୃତି ସ୍କୁଲ ସମେତ ଦିଲ୍ଲୀର ୫୦ରୁ ଅଧିକ ହାଇ ପ୍ରୋଫାଇଲ୍‌ ବିଦ୍ୟାଳୟକୁ ବୋମା ଧମକ ମିଳିଛି…

ଆଜିର ରାଶିଫଳ: ଏହି ରାଶିର ଲୋକେ ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି, ବଡ଼ ଦାୟିତ୍ୱ ମିଳିପାରେ

ମେଷ: ଅନ୍ୟ ଦିନ ଅପେକ୍ଷା ଆଜି ଆପଣଙ୍କ ପାଇଁ ଦିନଟି ଭଲ ହେବାକୁ ଯାଉଛି । ଆପଣ କିଛି ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି । କିଛି ବଡ଼ ଦାୟିତ୍ୱ ଆପଣଙ୍କ ଉପରେ ଆସିପାରେ । ବୃଷ: ଘରେ ଆପଣ ପାରିବାରିକ ସମସ୍ୟା ଶୁଣିବାରେ କିଛି ସମୟ ଅତିବାହିତ କରିବେ । କିଛି ଶୁଭ କାର୍ଯ୍ୟକ୍ରମରେ ଭାଗ…

ନୋଏଡା: ଇଟା କାନ୍ଥ ଭାଙ୍ଗି ଘର ଭିତରେ ପଶିଗଲା କାର୍‌, ରିକ୍ସା ଚାଳକଙ୍କ ସମେତ ୫ ଆହତ

ଉତ୍ତର ପ୍ରଦେଶର ନୋଏଡାରେ ଏକ ଦ୍ରୁତଗାମୀ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଠାରେ କାର୍‌ ଚାଳକ ବେପରୁଆ ଭାବରେ ଦ୍ରୁତ ଗତିରେ ଗାଡ଼ି ଚଳାଉଥିବା ବେଳେ ଏକ ରିକ୍ସାକୁ ଧକ୍କା ଦେଇଥିଲେ । ଏହାପରେ କାର୍‌ଟି ଭାରସାମ୍ୟ ହରାଇ ସେକ୍ଟର-୫୫ସ୍ଥିତ ଏକ କୋଠାଘରେ ପିଟି ହୋଇଯାଇଥିଲା । ଏଥିରେ ଘରର…

ଗୃହମନ୍ତ୍ରୀ ଅମିତ୍‌ ଶାହଙ୍କ ନକଲି ଭିଡିଓ ମାମଲା: ୨ ଜଣଙ୍କୁ ଗିରଫ କଲା ଅହମ୍ମଦାବାଦ ପୋଲିସ

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନକଲି ଭିଡିଓ ସୋସିଆଲ ମିଡିଆରେ ସେୟାର କରିବା ମାମଲାରେ ପୋଲିସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଅହମ୍ମଦାବାଦ ସାଇବର କ୍ରାଇମ ଟିମ୍‌ ୨ ଜଣଙ୍କୁ ଗିରଫ କରିଛି । ଗିରଫ ଦୁଇ ଅଭିଯୁକ୍ତ ଆମ୍ ଆଦମୀ ପାର୍ଟି ଏବଂ କଂଗ୍ରେସ ସହ ଜଡିତ । ଗୃହମନ୍ତ୍ରୀଙ୍କର…

ଜମ୍ମୁ-କାଶ୍ମୀରରେ ବର୍ଷା ଓ ତୁଷାରପାତର ତାଣ୍ଡବ, ଭୂସ୍ଖଳନରେ ଭୁଶୁଡ଼ିଲା ଘର, ଆଜି ସମସ୍ତ ସ୍କୁଲ ବନ୍ଦ

ଜମ୍ମୁ-କାଶ୍ମୀରରେ ପ୍ରବଳ ବର୍ଷା ଓ ତୁଷାରପାତ ମଧ୍ୟରେ ଆଜି ସୋନ୍‌ମର୍ଗ ଅଞ୍ଚଳରେ ଭୂସ୍ଖଳନ ଘଟିଛି । କେନ୍ଦ୍ରଶାସିତ ରାଜ୍ୟରେ ବର୍ଷା ଓ ତୁଷାରପାତ ଲାଗି ରହିଥିବାରୁ ଭୂସ୍ଖଳନ ଏବଂ ହିମସ୍ଖଳନ ଜାରି ରହିଛି । ପାଖାପାଖି ୨୦ରୁ ଅଧିକ ଘର ଧସିଯାଇଥିବା ବେଳେ କିଛି ଘର ଭୁଶୁଡ଼ିବା ସ୍ଥିତିରେ ରହିଛି…

କଲମ୍ବିଆରେ ଦୁର୍ଘଟଣାଗ୍ରସ୍ତ ହେଲା ସେନାର ହେଲିକପ୍ଟର, ସମସ୍ତ ୯ ଜଣ ସୈନିକ ମୃତ

ଉତ୍ତର କଲମ୍ବିଆରେ ଦୁର୍ଘଟଣାଗ୍ରସ୍ତ ହୋଇଛି ସେନାର ହେଲିକପ୍ଟର । ଏହି ଦୁଃଖଦ ଦୁର୍ଘଟଣାରେ ୯ ଜଣ ସୈନିକଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି । ଏଠାରେ ସେନାର ହେଲିକପ୍ଟରଟି ସୈନିକମାନଙ୍କ ପାଇଁ ସାମଗ୍ରୀ ନେଇ ଯାଉଥିଲା । ଏକ ଗ୍ରାମୀଣ ଅଞ୍ଚଳରେ ଏହା କ୍ରାସ୍‌ ହୋଇଥିଲା । ଏଥିରେ ହେଲିକପ୍ଟରରେ…