ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ୍‌ରେ ସରକାର କରିଛନ୍ତି ବଡ଼ ପରିବର୍ତ୍ତନ! ନିବେଶ କରିବା ପୂର୍ବରୁ ଜାଣି ନିଅନ୍ତୁ ଏହା ବିଷୟରେ…

ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ୍‌ ଆଜିକାଲିର ସମୟରେ ନିବେଶର ଏକ ଭଲ ବିକଳ୍ପ। ଏହି ଯୋଜନାରେ ବିନିଯୋଗ କଲେ ଆପଣଙ୍କୁ ଭଲ ରିଟର୍ନ ସହିତ ଟିକସ ସଞ୍ଚୟର ମଧ୍ୟ ବିକଳ୍ପ ମିଳିବ। ଏହି ସ୍କିମ୍‌ରେ ନିବେଶକମାନେ କମ୍ପାଉଣ୍ଡ୍ ରେଟ୍ ଅଫ୍ ଇଣ୍ଟେରେଷ୍ଟ୍‍ର ଲାଭ ପାଆନ୍ତି। କହି ରଖୁଛୁ, ଏହି ଯୋଜନା ୧୫ ବର୍ଷ ପାଇଁ ସଞ୍ଚୟ କରିବାର ବିକଳ୍ପ ଦେଇଥାଏ। ଯଦି ଆପଣ ଏହି ଯୋଜନାରେ ବିନିଯୋଗ କରିବାକୁ ଚାହୁଁଛନ୍ତି, ତା’ ହେଲେ ଆଜି ଆମେ ଆପଣଙ୍କୁ ଏଥିରେ ହୋଇଥିବା ବଡ଼ ପରିବର୍ତ୍ତନ ବିଷୟରେ କହିବୁ। ଆସନ୍ତୁ ଜାଣିବା…

ଏହି ଯୋଜନାରେ ବିନିଯୋଗ କରିବା ପାଇଁ ପୂର୍ବରୁ ଫର୍ମ-ଏ ଫିଲ୍‌ ଅଫ୍‌ କରିବାକୁ ପଡ଼ୁଥିଲା। କିନ୍ତୁ ବର୍ତ୍ତମାନ ଏଥିରେ ପରିବର୍ତ୍ତନ ହୋଇଛି, ଯାହା ଫଳରେ ଆପଣଙ୍କୁ ଫର୍ମ-ଏ ବଦଳରେ ଫର୍ମ-୧ ପୂରଣ କରିବାକୁ ପଡିବ। ସେପଟେ ସ୍କିମ୍‌ ମାଚ୍ୟୁରିଟୀ ପରେ ଆପଣଙ୍କୁ ଫର୍ମ-H ପରିବର୍ତ୍ତେ ଫର୍ମ-୪ ପୂରଣ କରିବାକୁ ପଡିବ।

କହି ରଖୁଛୁ, ପିପିଏଫ୍ (ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ୍‌) ଆକାଉଣ୍ଟ୍ ମାଧ୍ୟମରେ ଋଣ ନେବା ପଦ୍ଧତିରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ବର୍ତ୍ତମାନ ଆପଣଙ୍କୁ ଦୁଇ ବର୍ଷ ପୂର୍ବେ ଜମା ରାଶିର ମୋଟ ୨୫ ପ୍ରତିଶତ ପର୍ଯ୍ୟନ୍ତ ହିଁ ଋଣ ମିଳିବ। ଉଦାହରଣ ସ୍ୱରୂପ, ଯଦି କେହି ବ୍ୟକ୍ତି ଜୁନ୍ ୨୦୨୨ରେ ଋଣ ପାଇଁ ଆବେଦନ କରିଛନ୍ତି, ତା’ ହେଲେ ଜୁନ୍ ୨୦୨୦ରେ ଆକାଉଣ୍ଟରେ ଜମା ହୋଇଥିବା ମୋଟ ରାଶିର ୨୫ ପ୍ରତିଶତ ହିଁ ଋଣ ରୂପେ ଦିଆଯିବ।

ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ୍‌ରେ ଋଣ ନେଲେ, ଆପଣଙ୍କୁ କମ୍ ସୁଧ ହାର ଦେବାକୁ ପଡିବ। ଆପଣଙ୍କୁ ମୋଟ ଋଣ ରାଶି ଉପରେ ୨ ପ୍ରତିଶତ ବଦଳରେ ୧ ପ୍ରତିଶତ ହିଁ ସୁଧ ଦେବାକୁ ହେବ। କହି ରଖୁଛୁ, ସୁଧ ଦେବାର ତାରିଖ ପ୍ରତ୍ୟେକ ମାସ ୧ ହେବ।

ଯଦି ଆପଣ ୧୫ ବର୍ଷ ପରେ ମଧ୍ୟ ବିନିଯୋଗ ଜାରି ରଖିବାକୁ ଚାହାଁନ୍ତି, ତା’ ହେଲେ ତାହା କରି ପାରିବେ। ଆପଣ ୧୫ ବର୍ଷ ପରେ ପ୍ରତ୍ୟେକ ଆର୍ଥିକ ବର୍ଷରେ ଆକାଉଣ୍ଟରୁ କେବଳ ଥରେ ଟଙ୍କା ଉଠାଇ ପାରିବେ। ଏହା ଉପରେ ଆପଣଙ୍କୁ ପୂର୍ବ ପରି ସମାନ ସୁଧ ହାର ମିଳିବ।

ସୂଚନାଥାଉ କି, ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ୍‌ ଯୋଜନା ଅଧୀନରେ ଆପଣଙ୍କୁ ଗୋଟିଏ ବର୍ଷରେ ମାତ୍ର ୧.୫ ଲକ୍ଷ ଟଙ୍କା ଜମା କରିବାକୁ ଅନୁମତି ମିଳିଥାଏ। ସେପଟେ ଏକ ମାସରେ ଆପଣ କେବଳ ଥରେ ହିଁ ଟଙ୍କା ରଖି ପାରିବେ।