ମାତ୍ର ୧ ଟଙ୍କାରେ ଘରକୁ ଆଣନ୍ତୁ ନୂଆ ସ୍କୁଟର, ତିନି ଦିନ ପାଇଁ ଅଫର ଦେଉଛି ହିରୋ

ଯଦି ଆପଣ ଏକ ସ୍କୁଟି କିଣିବାକୁ ଚିନ୍ତା କରୁଛନ୍ତି, ତେବେ ଆପଣଙ୍କ ପାଇଁ ପାଇଁ ଭଲ ଖବର। ମାତ୍ର ୧ ଟଙ୍କା ଡାଉନପେମେଣ୍ଟ ଦେଇ ଆପଣ ନୂଆ ସ୍କୁଟି କିଣି ଘରକୁ ଆଣିପାରିବେ । ମଙ୍ଗଳବାର ଦିନ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଦେଶର ପ୍ରସିଦ୍ଧ ଦୁଇ ଚକିଆ କମ୍ପାନୀ ହିରୋ ମୋଟୋକର୍ପ ଏକ ବଡ଼ ଘୋଷଣା କରିଛି।

ହିରୋ ମୋଟୋକର୍ପଙ୍କ ଅନୁଯାୟୀ, ଏହି ଅଫର କେବଳ କିଛି ସହରରେ ଆରମ୍ଭ ହୋଇଛି ଏବଂ ମାର୍ଚ୍ଚ ୧୧ ପର୍ଯ୍ୟନ୍ତ ଜାରି ରହିବ । ଏହି ସମୟ ମଧ୍ୟରେ ଆପଣ ଯେକୌଣସି ନିକଟସ୍ଥ ହିରୋ ଶୋ’ରୁମ୍ ଯାଇ ସ୍କୁଟି କିମ୍ବା ସ୍କୁଟର କିଣିପାରିବେ। କମ୍ପାନୀ ଦାବି କରିଛି ଯେ, ୧ ଟଙ୍କାର ଡାଉନ ପେମେଣ୍ଟର ସୁବିଧା ସହିତ କ୍ୟାସ୍ ବୋନଓ ଅଫର ମଧ୍ୟ ଆରମ୍ଭ କରାଯାଇଛି ।

୬ ହଜାର ଟଙ୍କା ପର୍ଯ୍ୟନ୍ତ ବୋନସ୍

କମ୍ପାନୀର କହିବା ଅନୁଯାୟୀ, ମାଏଷ୍ଟ୍ରୋ ଏଜ୍ ୧୨୫, ଡେଷ୍ଟିନି ୧୨୫ ଏବଂ ପ୍ଲିଜର୍ ପ୍ଲସ୍ କିଣିବା ସମୟରେ ମହିଳାମାନଙ୍କୁ ୪୦୦୦ ଟଙ୍କା ପର୍ଯ୍ୟନ୍ତ ନଗଦ ବୋନସ୍ ଦିଆଯାଉଛି। ଏହା ସହିତ, ଡେଷ୍ଟିନି ୧୨୫ ବାଇକ୍ କିଣିବାରେ ୨,୦୦୦ ଟଙ୍କାର ମଧ୍ୟ ଉପଲବ୍ଧ ।

କମ୍ପାନୀ କହିଛି ଯେ ଯଦି କୌଣସି ପରିବାର ନିଜ ଫ୍ୟାମିଲିର ମହିଳାଙ୍କ ନାଁରେ ବୁକିଂ କରନ୍ତି, ତେବେ ତାଙ୍କୁ ଏହି ଅଫର ଦିଆଯିବ । ବଜାରରେ ଡେଷ୍ଟିନି ୧୨୫ ର ମୂଲ୍ୟ ୭୦,୪୦୦ ଟଙ୍କା, ମାଷ୍ଟ୍ରୋ ଏଜ୍ ୧୨୫ ର ମୂଲ୍ୟ ୭୩,୪୫୦ ଟଙ୍କା ଏବଂ ମାଷ୍ଟ୍ରୋ ଏଜ୍ ୧୧୦ ର ମୂଲ୍ୟ ୬୬,୮୨୦ ଟଙ୍କା | ଏଭଳି ପରିସ୍ଥିତିରେ ୪ ରୁ ୬ ହଜାର ଟଙ୍କା ରିହାତି ଆପଣଙ୍କ ପାଇଁ ଏକ ବଡ଼ ଆରାମ ହେବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.