Browsing Category

ଘୋଷଯାତ୍ରା

ଭକ୍ତଙ୍କ ଡୋରୀ ବନ୍ଧା ବଡଠାକୁର, ଆରମ୍ଭ ହେଲା ଜନ୍ମବେଦୀରେ ଶ୍ରୀଜିଉଙ୍କ ଲୀଳା

ଶ୍ରୀଗୁଣ୍ଡିଚା ମନ୍ଦିର ଜନ୍ମବେଦୀରେ ଚତୁର୍ଦ୍ଧାମୂର୍ତ୍ତି । ପହଣ୍ଡି କରି ମହାପ୍ରଭୁଙ୍କୁ ଜନ୍ମବେଦୀକୁ ଯାଇଛନ୍ତି। ପ୍ରଥମେ ପ୍ରଭୁ ସୁଦର୍ଶନ, ପରେ ବଳଭଦ୍ରଙ୍କୁ ସେବାୟତମାନେ ପହଣ୍ଡି କରିନେଇଛନ୍ତି । ଏବେ ଜନ୍ମବେଦୀରେ ଶ୍ରୀଜିଉଙ୍କ ଲୀଳାଖେଳା ଚାଲିବ । ଏହାପୂର୍ବରୁ ଶରଧାବାଲିରେ ରଥାରୁଢ…

ରାଜ୍ୟର ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି ରଥଯାତ୍ରା

କେନ୍ୟୁଜ୍ : ରାଜ୍ୟର ବିଭିନ୍ନ ସ୍ଥାନରେ ପାଳିତ ହୋଇଛି ରଥଯାତ୍ରା । ଖୋର୍ଦ୍ଧାର ଜାଗୁଳେଇପାଟଣା ଓ କାଇମାଟିଆ ଗାଁରେ ରୀତିନୀତି ଅନୁଯାୟୀ ପହଣ୍ଡି, ଛେରାପହଁରା ଓ ରଥଟଣା କାର୍ଯ୍ୟ ଅନୁଷ୍ଠିତ ହୋଇଛି । ସେହିଭଳି ଯାଜପୁର ବଡ଼ ତ୍ରିଲୋଚନପୁର ଗାଁରେ ଜଗନ୍ନାଥଙ୍କ ୨୫ ତମ ରଥଯାତ୍ରା ଶାନ୍ତି…

ପୁରୀ ଶରଧାବାଲିରେ ଚତୁର୍ଦ୍ଧାମୂର୍ତ୍ତି, ଆଜି ଆଡ଼ପ ମଣ୍ଡପକୁ ବିଜେ କରିବେ ମହାପ୍ରଭୁ

ପୁରୀ(କେନ୍ୟୁଜ୍) : ପୁରୀ ଶରଧାବାଲିରେ ତିନି ରଥ ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ । ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ନବଦିନାତ୍ମକ ଯାତ୍ରାରେ ଆସିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଆଜି ମହାପ୍ରଭୁ ଆଡ଼ପ ମଣ୍ଡପକୁ ବିଜେ କରିବେ । ରଥଯାତ୍ରା ପାଇଁ ଉତ୍ସବମୁଖର ଶ୍ରୀକ୍ଷେତ୍ର । ଚାରିଆଡ଼େ ଭକ୍ତିମୟ…

ଆଜି ବାରିପଦାରେ ରଥଯାତ୍ରା, ଚଳଚଞ୍ଚଳ ସମଗ୍ର ସହର

ବାରିପଦା(କେନ୍ୟୁଜ୍) : ଆଜି ବାରିପଦା ରଥଯାତ୍ରା । ଏଥିପାଇଁ ଚଳଚଞ୍ଚଳ ସମଗ୍ର ସହର । ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ରଥଟଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପ୍ରଥମ ଦିନରେ ବଳଭଦ୍ରଙ୍କ ରଥ ମାଉସୀ ମାଆଙ୍କ ମନ୍ଦିରରେ ପହଞ୍ଚିବା ପରେ ଆରମ୍ଭ ହେବ ଦେବୀ ସୁଭଦ୍ରାଙ୍କ ରଥଟଣା । ସୁଭଦ୍ରାଙ୍କ ରଥ…

କିସ୍‌ ଶ୍ରୀବାଣୀକ୍ଷେତ୍ରରେ ମହାସମାରୋହରେ ସଂପନ୍ନ ହେଲା ରଥଯାତ୍ରା, ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଲା ତିନିରଥ

କିସ୍‌ ଶ୍ରୀବାଣୀକ୍ଷେତ୍ରରେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ମହାସମାରୋହରେ ସଂପନ୍ନ ହୋଇଛି । ପୂର୍ବାହ୍ନରେ ମଙ୍ଗଳ ଆଳତି, ମଇଲମ, ତଡପଲାଗି, ରାଷ ହୋମ, ଅବକାଶ, ସୂର୍ଯ୍ୟପୂଜା ଓ ରଥ ପ୍ରତିଷ୍ଠା ଆଦି ନୀତିକାନ୍ତି ନିିଦ୍ଧାରିତ ନିର୍ଘଣ୍ଟ ଅନୁସାରେ ଶେଷ ହେବା ପରେ ପ୍ରତିଷ୍ଠାତା ଡ.ଅଚ୍ୟୁତ…

ରତ୍ନବେଦୀ ଛାଡ଼ି ଜନ୍ମବେଦୀ ଅଭିମୁଖେ ଚତୁର୍ଦ୍ଧାମୂର୍ତ୍ତି, ଶରଧା ବାଲିରେ ଲାଗିଲେ ଦର୍ପଦଳନ, ତାଳଧ୍ୱଜ ଓ ନନ୍ଦିଘୋଷ ରଥ

ରଥଯାତ୍ରାରେ ବଡ଼ ଠାକୁର। ପୁରୀ ଶରଧାବାଲିରେ ପହଞ୍ଚିଲା ତିନି ରଥ ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦଘୋଷ। ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ନବଦିନାତ୍ମକ ଯାତ୍ରାରେ ଯାଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ରଥଯାତ୍ରା ପାଇଁ ଉତ୍ସବମୁଖର ଶ୍ରୀକ୍ଷେତ୍ର । ଚାରିଆଡ଼େ ଭକ୍ତିମୟ ପରିବେଶ । ଆଜି ନିର୍ଦ୍ଧାରିତ ସମୟରେ…

ଶାବର ଶ୍ରୀକ୍ଷେତ୍ରରୁ ଶୈଳ ଶ୍ରୀକ୍ଷେତ୍ର, ସବୁଠି କାଳିଆର ଲୀଳା : ଜାଣନ୍ତୁ କେଉଁ ଜିଲ୍ଲାରେ କିପରି ରହିଲା ଘୋଷଯାତ୍ରା

ରଥ ଯାତ୍ରା ପାଇଁ ଲୋକାରଣ୍ୟ ଶାବର ଶ୍ରୀକ୍ଷେତ୍ର। କୋରାପୁଟରେ ପ୍ରଥମେ ଚକ୍ର ରାଜ ସୁଦର୍ଶନଙ୍କ ପହଣ୍ଡି ବିଜେ ପରେ ବଳଭଦ୍ର, ସୁଭଦ୍ରା ଓ ଜଗନ୍ନାଥଙ୍କ ପହଣ୍ଡି ବିଜେ କରାଯାଇଥିଲା। ପହଣ୍ଡି ସମୟରେ ମହାପ୍ରଭୁଙ୍କୁ ଦେଖିବାକୁ ପ୍ରବଳ ଭିଡ ଜମିଥିଲା। ଆନନ୍ଦ ଉହ୍ଲାସର ସହ କଡ଼ା ସୁରକ୍ଷା ମଧ୍ୟରେ…

ଝିପିଝିପି ବର୍ଷାରେ ବଡଦାଣ୍ଡରେ ଗଡିଲା ତିନି ରଥ

ବଡଦାଣ୍ଡରେ ଗଡିଚାଲିଛି ତିନିରଥ। ପ୍ରଥମେ ଗଡିଲା ବଡଜିଉଙ୍କ ତାଳଧ୍ବଜ ରଥ। ତାହା ପରେ ସୁଭଦ୍ରଙ୍କ ଦର୍ପଦଳନ ଏବଂ ଜଗନ୍ନାଥଙ୍କ ନନ୍ଦିଘୋଷ ଗଡିଚାଲିଛି। ଅସରାଏ ବର୍ଷାରେ ଭକ୍ତ ଓଦା ହୋଇ ଟାଣି ଚାଲିଛନ୍ତି ତିନି ରଥ।

ଗଜପତି ମହାରାଜାଙ୍କ ଛେରାପହଁରା ପରେ ମାଉସୀ ମା ଅଭିମୁଖେ ତିନିରଥ

ପୁରୀ(କେନ୍ୟୁଜ୍): ତିନିରଥରେ ରଥାରୂଢ ହୋଇଛନ୍ତି ତିନିଠାକୁର । ପହଣ୍ଡି ସରିବା ପରେ ନୀତିକାନ୍ତି ହୋଇଥିଲା । ପୁରୀରେ ରଥଯାତ୍ରା ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ରଥାରୂଢ ହେବାପରେ ବିଗ୍ରହମାନଙ୍କ ମଇଲମ ଓ ମାଳଫୁଲ, ଲାଗି ହୋଇଥିଲା । ଏହାପରେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଜନୈକ…

ଶ୍ରୀଜିଉଙ୍କୁ ରଥରେ ଦର୍ଶନ କଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ

ପୁରୀ(କେନ୍ୟୁଜ୍): ଶ୍ରୀଜିଉଙ୍କୁ ରଥରେ ଦର୍ଶନ କଲେ ଶଙ୍କରାଚାର୍ଯ୍ୟ । ସେବକଙ୍କ ଗହଣରେ ଆସି ତିନି ଠାକୁରଙ୍କୁ ଦର୍ଶନ କରିଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ । ଆଣ୍ଠୁ ପ୍ରତ୍ୟାରୋପଣ ଯୋଗୁଁ ସ୍ନାନଯାତ୍ରାରେ ଶ୍ରୀଜିଉଙ୍କୁ ଦର୍ଶନ କରିପାରିନଥିଲେ ଶଙ୍କରାଚାର୍ଯ୍ୟ । ହେଲେ କାଳିଆର ବଡ଼ଯାତରେ…

ଆଜି କାଳିଆ ସାଆନ୍ତଙ୍କ ଘୋଷଯାତ୍ରା: ଶେଷ ହେଲା ପହଣ୍ଡି, ରଥାରୂଢ ହେଲେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ(କେନ୍ୟୁଜ୍) : ଆଜି କାଳିଆ ସାଆନ୍ତଙ୍କ ଘୋଷଯାତ୍ରା । ନିଜର ପତିତପାବନ ନାମକୁ ସାର୍ଥକ କରିବା ପାଇଁ ବଡ଼ଭାଇ ଶ୍ରୀବଳଦେବ, ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଘେନି ଚାଲିଆସିଛନ୍ତି ବଡ ଦାଣ୍ଡକୁ । ତିନି ଠାକୁର ରଥାରୂଢ଼ ହୋଇଛନ୍ତି । ସମସ୍ତ ଅଲୌକିକତା ମଧ୍ୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଆଜି…

ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା ରଥାରୁଢ଼ ହେବା ପରେ ଭାବ ବିନୋଦିଆ କାଳିଆ ସାଆନ୍ତଙ୍କ ପହଣ୍ଡି ଆରମ୍ଭ

ପୁରି(କେନ୍ୟୁଜ୍): ଆରମ୍ଭ ହେଲା ଭାବ ବିନୋଦିଆ କାଳିଆ ସାଆନ୍ତଙ୍କ ପହଣ୍ଡି । ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କୁ ମା ସୁଭଦ୍ରାଙ୍କ ‘ଦେବଦଳନ’ ରଥରେ ସ୍ଥାପନା କରିବା ପରେ ବଡ଼ଠାକୁର ଶ୍ରୀ ବଳଦେବଙ୍କୁ ପହଣ୍ଡିରେ ଶ୍ରୀମନ୍ଦିରରୁ ରଥାରୁଢ଼ କରାଯାଇଛି । ପରେ ଭଉଣୀ ସୁଭଦ୍ରାଙ୍କୁ ଶୂନ୍ୟ ପହଣ୍ଡିରେ…