ପ୍ରବାସୀ ଓଡ଼ିଆଙ୍କ ପାଇଁ ହାଇକୋର୍ଟଙ୍କ ଗୁୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ, ରାଜ୍ୟରେ ପ୍ରବେଶ ପୂର୍ବରୁ ପ୍ରଥମେ ହେବ କରୋନା ଟେଷ୍ଟ

କଟକ(କେନ୍ୟୁଜ୍):ପ୍ରଥମେ କୋଭିଡ ପରୀକ୍ଷା, ପରେ ରାଜ୍ୟ ଭିତରେ ପ୍ରବେଶ । ପ୍ରବାସୀ ଓଡ଼ିଆଙ୍କ ରାଜ୍ୟରେ ପ୍ରବେଶ ନେଇ ଗୁୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ପ୍ରବାସୀମାନଙ୍କ ରିଅଲ ଟାଇମ ପଲିମେରେଜ ଚେନ ରିଆକ୍ସନ ବା RT-PCR ଟେଷ୍ଟ କରିବା ଉପରେ କୋର୍ଟ ଜୋର ଦେଇଛନ୍ତି । ଯିଏ ଯେଉଁ ସ୍ଥାନରେ ଅଛି, ସେହି ସ୍ଥାନରେ ପରୀକ୍ଷା ହେବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି । ଏଥିପାଇଁ ରାଜ୍ୟ ସରକାର ପରୀକ୍ଷା ଖର୍ଚ୍ଚ ବହନ କରିବେ ।ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସେପଟେ କରୋନା ମୁକାବିଲା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ସହିତ ଭିଡିଓ କନଫରେନ୍‌ସିଂରେ ରାଜ୍ୟ ସରକାର ଆଲୋଚନା କରିଛନ୍ତି । ବାହାର ରାଜ୍ୟରୁ ଶ୍ରମିକ ଫେରିବା ପୂର୍ବରୁ ପ୍ରଥମେ ସେଠାରେ ସେମାନଙ୍କ ଟେଷ୍ଟ କରାଯାଉ। ଆଇସିଏମଆର ଗାଇଡଲାଇନରେ କୋହଳ କରି ଟେଷ୍ଟିଂ ଅନୁମତି ପ୍ରଦାନ କ୍ଷମତା ଏମସ ନିର୍ଦ୍ଦେଶକଙ୍କୁ ଦିଆଯାଉ । ଯେଉଁ ପ୍ରବାସୀମାନେ ଫେରିଛନ୍ତି ସେମାନଙ୍କ ଟେଷ୍ଟ ପାଇଁ କେନ୍ଦ୍ର ତୁରନ୍ତ କିଟ୍‌ ଯୋଗାଇ ଦେବାକୁ ଦାବି କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।

ଲକଡାଉନ ଯୋଗୁଁ ବାହାରେ ଫସି ରହିଥିବା ଓଡ଼ିଆମାନେ ଫେରି ଆସୁଥିବା ବେଳେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ସୁରତ ଫେରନ୍ତା ଏବେ ଚିନ୍ତାର କାରଣ ପାଲଟିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.