ଯାଜପୁର କଳା ଓ ଜିଲ୍ଲା କଳାକାର ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ

ଯାଜପୁର ଟାଉନ: କୋରୋନା ଯୋଗୁଁ ଲକ ଡାଉନ ଜାରି ରହିଛି । ଏଥିଯୋଗୁଁ ପ୍ରଭାବିତ ହୋଇଛନ୍ତି କଳାକାର। ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଉପରେ ରୋକ ଲାଗିବା ଫଳରେ କଳାକାର ମାନେ ସେମାନଙ୍କର ରୋଜଗାର ହରାଇବସିଛନ୍ତି । ଏପରିକି କଳାକାର ମାନେ ଦୁଇ ଓଳି ଦୁଇ ମୁଠା ଖାଇବାରୁ ବଂଚିତ ହେଉଥିବା ଅଭିଯୋଗ କରିଛନ୍ତି । ତେଣୁ ଏଥିପାଇଁ ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି କରିଛନ୍ତି କଳାକାର ।

ଯାଜପୁର କଳା ଓ ଜିଲ୍ଲା କଳାକାର ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଯେଉଁଥିରେ କଳାକାର ମାନଙ୍କୁ ଚିହ୍ନଟ କରି ଅଗ୍ରୀମ ୬ ମାସର ରାସନ ସାମଗ୍ରୀ ବଂଟନ କରିବାକୁ ଦାବି କରାଯାଇଛି । ଏଥିସହିତ ବୟସ୍କ କଳାକାର ମାନଙ୍କୁ ମାସିକ ୫୦୦୦ ହଜାର ଟଙ୍କା ପେନସନ ପ୍ରଦାନ କରିବାକୁ ମଧ୍ୟ ଦାବି କରାଯାଇଛି । ସଂଘର ଆବାହକ ଦିନେଶ ମଲ୍ଲିକଙ୍କ ନେତୃତ୍ୱରେ ଏହି ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.