Below header

୨୦ ବର୍ଷୀୟା ଟିଭି ଅଭିନେତ୍ରୀ ତୁନିଷା ଶର୍ମା ହାରିଦେଲେ ଜୀବନ; କୋ-ଆକ୍ଟରଙ୍କ ମେକ୍‌ଅପ ରୁମ୍‌ରେ ଲଗାଇ ଦେଲେ ଫାଶୀ

ଟିଭି ଜଗତରୁ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ‘ଚକ୍ରବର୍ତ୍ତୀ ଅଶୋକ ସମ୍ରାଟ’, ‘ଭାରତ କା ବୀର ପୁତ୍ର-ମହାରାଣା ପ୍ରତାପ’ ଏବଂ ଅନ୍ୟାନ୍ୟ ଟିଭି ଶୋ’ରେ ନିଜର ଅଭିନୟ ପାଇଁ ଲୋକପ୍ରିୟ ଥିବା ତୁନିଷା ଶର୍ମା ନିଜ ଜୀବନ ହାରି ଦେଇଛନ୍ତି। ଅଭିନେତ୍ରୀଙ୍କୁ ୨୦ ବର୍ଷ ବୟସ ହୋଇଥିଲା। ଏହି ଦୁଃଖଦ ଖବର ସାମ୍ନାକୁ ଆସିବା ପରେ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ତୁନିଷା ଏହି ସମୟରେ ସବ୍‌ ଟିଭିର ଶୋ’ ‘ଅଲୀ ବାବା: ଦାସ୍ତାନ୍‌-ଏ-କାବୁଲ’ରେ ଲିଡ୍‌ ରୋଲ୍‌ ପ୍ଲେ କରୁଥିଲେ। ତେବେ ସେ ଏଭଳି ପଦକ୍ଷେପ କାହିଁକି ନେଲେ, ତାହା ଜଣାପଡ଼ି ନାହିଁ।

ରିପୋର୍ଟ ମୁତାବକ, ତୁନିଷା ନିଜ ଶୋ’ ‘ଅଲୀ ବାବା: ଦାସ୍ତାନ୍‌-ଏ-କାବୁଲ’ର ଲିଡ୍‌ ଅଭିନେତା ଶିଜାନ ଖାନଙ୍କ ମେକ୍‌ଅପ ରୁମ୍‌ରେ ଫାଶୀ ଲଗାଇ ଦେଇଥିଲେ। ତୁନିଷା ଗତ କିଛି ଦିନ ହେବ ସେଟ୍‌ରେ ଟେନ୍‌ସନ ଥିବାର ନଜର ଆସୁଥିଲେ।

ମିଡିଆ ରିପୋର୍ଟ ଅନୁସାରେ, ତୁନିଷା ଫାଶୀ ଲଗାଇ ଦେବା ପରେ କ୍ରୁ ମେମ୍ବରମାନେ ଅଭିନେତ୍ରୀଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା, ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୂଚନା ମୁତାବକ, ମୃତ୍ୟୁର ପ୍ରାୟ ୫ ଘଣ୍ଟା ପୂର୍ବରୁ ତୁନିଷା ସେଟ୍‌ର ମେକ୍‌ଅପ ରୁମ୍‌କୁ ନିଜର ଏକ ଭିଡିଓ ସେୟାର କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.