Below header

‘ଅଭିଷେକ ବଚ୍ଚନ ଜଣେ ଭଲ ଅଭିନେତା’ କମେଣ୍ଟ ସୋସିଆଲ ମିଡିଆରେ ହେଲା ଭାଇରାଲ, ଦେଖନ୍ତୁ

ବଲିଉଡ଼ ଅଭିନେତା ଅଭିଷେକ ବଚ୍ଚନଙ୍କୁ ସବୁବେଳେ ନିଜ ପିତା ଅମିତାଭ ବଚ୍ଚନଙ୍କ ସହ ତୁଳନା କରାଯାଏ । ବିଗ-ବିଙ୍କ ଯାଦୁ ଏବେ ବି ଫିଲ୍ମ ଇଣ୍ଡଷ୍ଟ୍ରିରେ ବେଶ ଭଲ ରହିଛି । ତେବେ ସୁପରଷ୍ଟାର ଅମିତାଭଙ୍କ ପୁଅ ଅଭିଷେକ ବଚ୍ଚନ କିନ୍ତୁ ଏଥିପାଇଁ ସୋସିଆଲ ମିଡିଆରେ ଫ୍ୟାନ୍ସ ମାନଙ୍କ ଦ୍ୱାରା ଟ୍ରୋଲ ହୁଅନ୍ତି । କେବେ କେବେ ସେ ନିରବତା ପ୍ରକାଶ କରନ୍ତି । ଆଉ କେବେ ଟ୍ରୋଲର୍ସଙ୍କ କମେଣ୍ଟର ରିପ୍ଲାଏ ଦେଇଥାନ୍ତି । ତାଙ୍କ ଅଭିନୟ କିଛି ଦର୍ଶକଙ୍କୁ ପ୍ରାୟତଃ ପସନ୍ଦ ଆସିନଥାଏ ।

କିନ୍ତୁ ଏବେ ଅଭିନୟକୁ ନେଇ ତାଙ୍କୁ ପୁଣି ଶୁଣିବାକୁ ମିଳିଛି । କିନ୍ତୁ ଏଥର କମେଣ୍ଟ ରହିଛି ଟିକେ ଅଲଗା ପ୍ରକାରର । ଏଥିର ଜଣେ ବ୍ୟକ୍ତି ତାଙ୍କ ଅଭିନୟକୁ ପ୍ରଶଂସା କରିଛନ୍ତି । କେବଳ ଏତିକି ନୁହେଁ ବରଂ ତାଙ୍କ ଅଭିନୟ ତାଙ୍କ ପିତାଙ୍କ ଠାରୁ ମଧ୍ୟ ଭଲ ହୋଇଥିବାର ମଧ୍ୟ କହିଛନ୍ତି । ଏହାକୁ ଦେଖି ଅଭିଷେକ ମଧ୍ୟ ନିଜକୁ ରୋକି ପାରିନାହାନ୍ତି । ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଦେଖନ୍ତୁ ଏହି ପୋଷ୍ଟ..

ୟୁଜର୍ସ ଜଣଙ୍କୁ ଧନ୍ୟବାଦ ଜଣାଇବା ସହ କହିଥିଲେ ଯେ କେହି ବି ତାଙ୍କ ପିତାଙ୍କ ଠାରୁ ଭଲ ଅଭିନୟ କରିପାରିବେ ନାହିଁ । ୟୁଜର୍ସ ଜଣକ ଅଭିଷେକଙ୍କ ଫ୍ୟାନମାନଙ୍କ ମଧ୍ୟରୁ ଜଣେ । ତାଙ୍କ ଅଭିନୀତ ଫିଲ୍ମ ଦ ବିଗ୍ ବୁଲ, ଯାହା ସେୟାର ମାର୍କେଟର ଜଣେ ପ୍ରସିଦ୍ଧ ଷ୍ଟକ ବ୍ରୋକର ହର୍ଷଦ ମେହତାଙ୍କ ଜୀବନ ଉପରେ ଆଧାରିତ । ଏହି ଫିଲ୍ମରେ ଅଭିଷେକ ବଚ୍ଚନଙ୍କ ସହିତ ଇଲିଆନା ଡିକ୍ରୁଜ, ନିକିତା ଦତ୍ତା, ସୋହମ ଶାହ, ସୁପ୍ରିୟା ପାଠକ ଓ ରାମ କପୁରଙ୍କ ଭଳି କଳାକାର ମହତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.