Below header

ପୁଣିଥରେ ସାହାଯ୍ୟର ହାତ ବଢ଼ାଇଲେ ସୋନୁ ସୁଦ୍‌, ଗରିବ ପିଲାଙ୍କ ପାଇଁ ଆରମ୍ଭ କଲେ ସ୍କଲାରସିପ୍‌

କରୋନା ମହାମାରୀ ଯୋଗୁ ସବୁ କ୍ଷେତ୍ରରେ ମାନ୍ଦାବସ୍ଥା ଜାରି ରହିଛି। ଏଭଳି ସଙ୍କଟ ସମୟରେ ଗରିବଙ୍କ ପାଇଁ ଦେବଦୂତ ସାଜିଛନ୍ତି ଅଭିନେତା ସୋନୁ ସୁଦ୍‌। ଲକ୍‌ଡାଉନ୍‌ ବେଳଠୁ ଲୋକଙ୍କୁ ସାହାଯ୍ୟ କରିଆସୁଥିବା ସୋନୁ ପୁଣି ଥରେ ମହାନତା ଦେଖାଇଛନ୍ତି। ଏବେ ସେ ନିଜ ସ୍ୱର୍ଗତ ମା’ ପ୍ର.ସରୋଜ ସୁଦ୍‌ଙ୍କ ନାଁରେ ଏକ ସ୍କଲାରସିପ୍‌ ଘୋଷଣା କରିଛନ୍ତି। ଏହି ସ୍କଲାରସିପ୍‌ ଗରିବ ପିଲାଙ୍କୁ ପଢ଼ିବାରେ ସାହାଯ୍ୟ କରିବ।

ସୋନୁ ସୁଦ୍‌ ‘ପଢ଼େଗା ଭାରତ, ତଭି ତୋ ବଢ଼େଗା ଭାରତ’ ଓ ‘ହିନ୍ଦୁସ୍ତାନ୍‌ ବଢ଼େଗା ତଭି, ଜବ ପଢ଼େଙ୍ଗେ ସଭି’ ନାରା ଦେଇ ଅସହାୟ ପିଲାଙ୍କୁ ପଢ଼ାଇବାକୁ ଓ ଆର୍ଥିକ ସହାୟତା କରିବାକୁ ଘୋଷଣା କରିଛନ୍ତି। ଏନେଇ ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସୂଚନା ଦେଇଛନ୍ତି। ଏହି ସ୍କଲାରସିପ୍‌ ପାଇଁ ଆବେଦନ କରିବା ପାଇଁ ରେଜିଷ୍ଟ୍ରେସନ୍‌ ପ୍ରକ୍ରିୟା ଆରମ୍ଭ ହୋଇସାରିଲାଣି।

ସୂଚନାଯୋଗ୍ୟ ଯେ ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ ପ୍ରବାସୀ ଶ୍ରମିକଙ୍କ ପାଇଁ ଦେବଦୂତ ସାଜିଛନ୍ତି। ସେ ଲକ୍‌ଡାଉନ୍‌ ବେଳେ କେବଳ ଦେଶରୁ ନୁହେଁ ବରଂ ବିଦେଶରେ ଫସିଥିବା ଲୋକଙ୍କୁ ମଧ୍ୟ ଘରକୁ ଫେରାଇ ଆଣିଥିଲେ। କେବଳ ଏତିକି ନୁହେଁ, ପ୍ରବାସୀ ଶ୍ରମିକଙ୍କ ପାଇଁ ସେ ଚାକିରି ବ୍ୟବସ୍ଥା ମଧ୍ୟ କରିଛନ୍ତି। ଏଥିପାଇଁ ସେ APEC ନାମକ କମ୍ପାନୀ ସହ ହାତ ମିଳାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.