ଜଙ୍ଗଲୀ ଭେଡିୟାଙ୍କ ପାଇଁ ଡାକ୍ତର ସାଜିଲେ କ୍ରିତି, ସାମ୍ନାକୁ ଆସିଲା କ୍ରିତିଙ୍କ ଲୁକ୍‌

ବରୁଣ ଧଓ୍ଵନ ଏବଂ କ୍ରିତି ସାନନଙ୍କ ଅପକମିଂ ଫିଲ୍ମ ‘ଭେଡିୟା’କୁ ନେଇ ସିନେପ୍ରେମୀ ବେଶ୍‌ ଉତ୍ସାହିତ ରହିଛନ୍ତି। ଫିଲ୍ମର ଟିଜର ଦେଖିବା ପରେ ଟ୍ରେଲରକୁ ଚାହିଁ ରହିଛନ୍ତି ଫ୍ୟାନ୍ସ । ଏହା ପୂର୍ବରୁ ଫିଲ୍ମର ଟିଜର ଭିଡିଓରେ ବରୁଣ ଧଓ୍ଵନଙ୍କ ଲୁକ୍‌ ଦେଖିବାକୁ ମିଳିଥିଲା। ଏବେ ମେକର୍ସ ଫିଲ୍ମରେ ବରୁଣ ଧଓ୍ଵନଙ୍କ ପରେ କ୍ରିତି ସାନନଙ୍କ ଲୁକ୍‌ ଆଉଟ୍‌ କରିଛନ୍ତି । ଫିଲ୍ମ ‘ଭେଡିୟା’ରେ କ୍ରିତି ସାନନ ଡାକ୍ତର ଭୂମିକାରେ ନଜର ଆସିବେ।

ଫିଲ୍ମ ‘ଭେଡିୟା’ରେ ବରୁଣ ଧଓ୍ଵନଙ୍କ ସହିତ କ୍ରିତି ସାନନ ମୁଖ୍ୟ ଭୂମିକାରେ ନଜର ଆସିବେ। ଏହି ଫିଲ୍ମରେ ବରୁଣଙ୍କ ଭୟଙ୍କର ଲୁକ୍‌ ଦେଖି ପୂର୍ବରୁ ଫ୍ୟାନ୍ସ ଡରିଯାଇଥିଲେ। ଏବେ ଲିଡ ରୋଲରେ ଥିବା କ୍ରିତି ସାନନଙ୍କ ଲୁକ୍‌ ଦେଖି ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଛନ୍ତି। କ୍ରିତି ଏହି ଫିଲ୍ମରେ ଡାକ୍ତର ଭୂମିକାରେ ନଜର ଆସିବେ। ଫ୍ୟାନ୍ସ କ୍ରିତିଙ୍କ ଲୁକ୍‌ ଦେଖି ବେଶ୍‌ ପ୍ରଶଂସା କରୁଛନ୍ତି।

 

View this post on Instagram

 

A post shared by Kriti (@kritisanon)

ଫ୍ୟାନ୍ସ କ୍ରିତିଙ୍କ ତୁଳନା ଲୋକପ୍ରିୟ କ୍ରାଇମ ସିରିଜ ମନି ହାଇଟ୍ସ ର ଟୋକୟୋ ଚରିତ୍ର ସହିତ କରୁଛନ୍ତି। ସଟ୍‌ ହେୟାର ସାଙ୍ଗ କ୍ରିତିଙ୍କ ଲୁକ୍‌ ବେଶ ଆକର୍ଷଣୀୟ ହୋଇଛି। କ୍ରିତି କେବେ ବି ପୂର୍ବରୁ ଏମିତି ଲୁକ୍‌ରେ ନଜର ଆସିନାହାନ୍ତି। କ୍ରିତି ଏହାକୁ ସେୟାର କରିଲେଖିଛନ୍ତି, ଡାକ୍ତର ଅନିକାଙ୍କ ସହିତ ଦେଖାହୁଅନ୍ତୁ। ଭେଡିୟା ମାନଙ୍କର ଡାକ୍ତର। ମଣିଷ ନିଜ ରିସ୍କରେ ଦେଖାହୁଅନ୍ତୁ। ଫିଲ୍ମରେ ଭେଡିୟାଙ୍କ ଚିକିତ୍ସା କରୁଥିବାର ନଜର ଆସିବେ କ୍ରିତି ସାନନ।

ଫିଲ୍ମର ଟ୍ରେଲର ଆସନ୍ତା ଅକ୍ଟୋବର ୧୯ରେ ରିଲିଜ ହେବ। ଫିଲ୍ମର ଫାଷ୍ଟଲୁକ୍‌ରେ ବରୁଣ ବେଶ୍‌ ଭୟଙ୍କର ଅନ୍ଦାଜରେ ନଜର ଆସିଥିଲେ। ଅନ୍ଧାରରେ ଚମକୁଥିବା ଆଖି ଓ ପ୍ରବଳ ରାଗରେ ଥିବା ବରୁଣଙ୍କୁ ଦେଖିଲେ ଭୟ ଲାଗୁଛି। ତେବେ ପୂର୍ବରୁ ବରୁଣଙ୍କର ଏଭଳି ଲୁକ୍‌ ଦର୍ଶକେ ବଦଲାପୁରରେ ଦେଖିଛନ୍ତି। ରିପୋର୍ଟ ମୁତାବକ, ଏହା ଏକ ହରର କମେଡି ଫିଲ୍ମ। ଏଥିରେ ବରୁଣ ଧଓ୍ଵନ୍‌ ମିଲିଟାରୀ ଅଫିସର କ୍ଷେତ୍ରପାଲଙ୍କ ଭୂମିକାରେ ଅଭିନୟ କରୁଥିବା ନଜର ଆସିବେ। ଫାଷ୍ଟ ଲୁକ୍‌ ପୂର୍ବରୁ ବରୁଣ ଫିଲ୍ମର ଏକ ମୋସନ୍‌ ପୋଷ୍ଟର ରିଲିଜ୍‌ କରିଥିଲେ।

 

View this post on Instagram

 

A post shared by VarunDhawan (@varundvn)

ଫିଲ୍ମରେ କ୍ରିତି ସାନନ, ଅଭିଷେକ ବାନାର୍ଜୀ ଓ ଦୀପକ ମୁଖ୍ୟ ଭୂମିକାରେ ରହିଛନ୍ତି। ଦିଲଓ୍ଵାଲେ ଓ କଳଙ୍କ ପରେ ବରୁଣ ଧଓ୍ଵନ ଏବଂ କ୍ରିତି ଏହି ଫିଲ୍ମରେ ତୃତୀୟ ଥର ପାଇଁ ଏକାଠି ସ୍କ୍ରିନ୍‌ ସେୟାର କରିବେ। ଭେଡିୟା ଫିଲ୍ମ ଭାରତର ପ୍ରଥମ କ୍ରିଏଚର କମେଡି ଫିଲ୍ମ। ଏହାର ଟ୍ରେଲର ଆସନ୍ତା ୧୯ ତାରିଖରେ ରିଲିଜ ହେବ। ଅମର କୌଶିକ ଏହାର ନିର୍ଦ୍ଦେଶନା ଦେଉଛନ୍ତି। ଫିଲ୍ମଟି ଆସନ୍ତା ୨୫ ନଭେମ୍ବରରେ ରିଲିଜ ହେବ।

ଅରୁଣାଚଳ ପ୍ରଦେଶର ଘଞ୍ଚ ଜଙ୍ଗଲରେ ଫିଲ୍ମର ସୁଟିଂ କରାଯାଇଛି। ପ୍ରଥମେ ଏହି ଫିଲ୍ମକୁ ୨୦୨୨ ଏପ୍ରିଲ ମାସରେ ରିଲିଜ୍‌ କରିବାକୁ ଯୋଜନା ହୋଇଥିଲା। କିନ୍ତୁ ନିର୍ମାତା ଅଚାନକ ଏହାର ରିଲିଜ୍‌ ତାରିଖ ବଦଳାଇ ନଭେମ୍ବର କରିଦେଇଥିଲେ।

Also Read : ନିଜ ଝିଅକୁ ବଞ୍ଚାଇବା ପାଇଁ ଏମିତି କାଣ୍ଡ ରଚିଥିଲେ ଅଜୟ ଦେବଗନ, ଭିଡିଓରେ ସ୍ୱୀକାର କଲେ ଦୋଷ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.