୫୧ ବର୍ଷ ବୟସରେ ପିତା ହେବାକୁ ଯାଉଛନ୍ତି ମନୋଜ ତିୱାରୀ, ସେୟାର କଲେ ପତ୍ନୀଙ୍କ ‘ଗୋଦ ଭରାଇ’ର ଭିଡିଓ

ଭୋଜପୁରୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଭେଟେରାନ୍ ଗାୟକ ମନୋଜ ତିୱାରୀ ବହୁତ ନିଜ କ୍ୟାରିଅରରେ ପ୍ରାଧାନ୍ୟ ବିସ୍ତାର କରିଛନ୍ତି। ତାଙ୍କର ଅନେକ ଭୋଜପୁରୀ ଗୀତ ଲୋକଙ୍କ ମନ ଛୁଇଁଛି। ତେବେ ବର୍ତ୍ତମାନ ଏହି କଳାକାର ନିଜ ଫ୍ୟାନ୍ସ ମାନଙ୍କ ପାଇଁ ଏକ ଖୁସି ଖବର ଆଣିଛନ୍ତି। ବାସ୍ତବରେ ମନୋଜ ତିୱାରୀ ୫୧ ବର୍ଷ ବୟସରେ ପିତା ହେବାକୁ ଯାଉଛନ୍ତି। ସେ ତୃତୀୟ ଥର ପାଇଁ ପିତା ହେବେ।
View this post on Instagram
ବୃତ୍ତିଗତ ଜୀବନଠାରୁ ଆରମ୍ଭ କରି ବ୍ୟକ୍ତିଗତ ଜୀବନ ପର୍ଯ୍ୟନ୍ତ, କଳାକାର ମନୋଜ ତିୱାରୀ ସବୁବେଳେ ଲାଇମଲାଇଟରେ ଅଛନ୍ତି। ମନୋଜ ତିୱାରୀ ୫୧ ବର୍ଷ ବୟସରେ ପୁଣି ଥରେ ପିତା ହେବାକୁ ଯାଉଛନ୍ତି। ଯାହାକି ସେ ନିଜ ସୋସିଆଲ ମିଡିଆଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ନିଜ ସ୍ତ୍ରୀଙ୍କ ଗୋଦ ଭରାଇ ଫଟୋ ସେୟାର କରିଛନ୍ତି।
ଏହି ପୋଷ୍ଟ ଦେଖି ତାଙ୍କ ପ୍ରଂଶସକ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମନୋଜ ତିୱାରୀ ୧୯୯୯ ରେ ରାନୀ ତିୱାରୀଙ୍କୁ ବିବାହ କରିଥିଲେ ଏବଂ ସେମାନଙ୍କର ରେତି ତିୱାରୀ ନାମକ ଏକ କନ୍ୟା ସନ୍ତାନ ମଧ୍ୟ ଅଛି।
ତେବେ ୨୦୧୨ ରେ ଦୁହିଁଙ୍କ ମଧ୍ୟରେ ଛାଡପତ୍ର ହୋଇଥିଲା। କିଛି ସମୟ ପରେ ମନୋଜ ତିୱାରୀ ସୁରଭି ତିୱାରୀଙ୍କୁ ବିବାହ କରିଥିଲେ, ଯାହାଙ୍କ ସହିତ ତାଙ୍କର ଏକ କନ୍ୟା ସନ୍ତାନ ଅଛି। ତେବେ ସେ ଦୁଇଟି ଝିଅଙ୍କ ବାପା ଅଛନ୍ତି। ପୁଣି ଥରେ ତୃତୀୟ ଥର ପାଇଁ ସେ ବାପା ହେବାକୁ ଯାଉଛନ୍ତି।