ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି ବିଗବସ୍‌ ଫେମ୍‌ ଅଲୀ ଗୋନି ଓ ଜସ୍ମିନ୍‌ ଭସୀନ୍‌, ସେୟାର କଲେ ଖୁସି ଖବର

ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି ବିଗବସ୍‌ ଫେମ୍‌ ଅଭିନେତା ଅଲୀ ଗୋନି ଓ ତାଙ୍କ ଗାର୍ଲଫ୍ରେଣ୍ଡ୍‌ ଜସ୍ମିନ୍‌ ଭସୀନ୍‌। ବିଗ୍‌ ବସ୍‌ ସିଜନ୍‌ ୧୪ରେ ଆରମ୍ଭ ହୋଇଥିବା ଏହି ପ୍ରେମ ଏବେ ରିୟଲ ଲାଇଫ୍‌ରେ ବିବାହରେ ପରିଣତ ହେଉଛି। ଏ ନେଇ ନିଜେ ଅଲୀ ଗୋନି ସଙ୍କେତ ଦେଇଛନ୍ତି। ଫ୍ୟାନ୍‌ଙ୍କୁ ସରପ୍ରାଇଜ୍‌ ଦେଇ ଅଲୀ ଗୋନି ଏକ ଭିଡିଓ ସେୟାର କରି କହିଛନ୍ତି, ସେ ଖୁବ୍‌ ଶୀଘ୍ର ଜସ୍ମିନ୍‌ ଭସୀନ୍‌ଙ୍କୁ ବିବାହ କରିବେ। ଶୁକ୍ରବାର ଇନ୍‌ଷ୍ଟାଗ୍ରାମ୍‌ ଷ୍ଟୋରିଜ୍‌ରେ ଅପ୍‌ଲୋଡ୍‌ ହୋଇଥିବା ଏକ ଭିଡିଓରେ ଅଲୀ କହିଛନ୍ତି- ଶେଷରେ କଥା ପକ୍କା ହୋଇଗଲା।

ଅଲୀ ଗୋନି କହିଛନ୍ତି- ଜସ୍ମିନ୍‌ ଓ ମୁଁ ଆମ ଅଭିଭାବକଙ୍କୁ ଏ ନେଇ କହିଥିଲୁ ଓ ଏବେ ଆମେ ବହୁତ ଖୁସି ଅଛୁ। ଏବେ କେବଳ ବାହାଘର କାର୍ଡ ଛପାଇବା ବାକି ଅଛି। କିନ୍ତୁ ଆମେ ଚିନ୍ତା କରିଛୁ ଯେ ଆମେ ସମସ୍ତଙ୍କୁ ଡିଜିଟାଲ ବିବାହ ପାଇଁ ନିମନ୍ତ୍ରଣ କରିବୁ।

ସେହିପରି ଜସ୍ମିନ୍‌ ମଧ୍ୟ ଅଲୀ ଗୋନିଙ୍କ ଷ୍ଟୋରୀକୁ ନିଜ ଇନ୍‌ଷ୍ଟାଗ୍ରାମ୍‌ ଷ୍ଟୋରିରେ ସେୟାର କରିଛନ୍ତି। ସେ ଭିଡିଓ ପୋଷ୍ଟ କରି କହିଛନ୍ତି- ଆପଣ ମାନେ ଅଲୀ ଗୋନିଙ୍କ ଭିଡିଓ ଦେଖିଲେ, ତେବେ ଆପଣ ଜାଣିପାରିଥିବେ ଯେ ମୁଁ ଏହି ନୂଆ ଜୀବନ ପାଇଁ ପ୍ରସ୍ତୁତ ଅଛି। ଆମେ ବହୁତ ଉତ୍ସାହିତ ଅଛୁ ଓ ଆପଣ ମାନେ ବି ଥିବେ। ଏବେ କେବଳ ତାରିଖ ଘୋଷଣା ହେବା ବାକି ଅଛି।
ଶୁକ୍ରବାର ବିଳମ୍ବିତ ରାତିରେ ଜସ୍ମିନ୍‌ ମାଲଦ୍ୱୀପରୁ ଫଟୋ ସେୟାର କରିଥିଲେ ଓ ଶନିବାର ଭୋର୍‌ରୁ ଅଲୀଙ୍କ ପାଇଁ ଏକ ମେସେଜ୍‌ ସେୟାର କରିଥିଲେ। ଜସ୍ମିନ୍‌ ଲେଖିଥିଲେ- ଅଲୀ ଗୋନି, ଯେବେ ମୁଁ ତୁମ ସହ ଥାଏ ସେତେବେଳେ ପ୍ରତି ଦିନ ଏକ ନୂଆ ସୁଯୋଗ ଭଳି ଲାଗେ।

ସୂଚନାଯୋଗ୍ୟ ଯେ ଅଲୀ ସର୍ବପ୍ରଥମେ ନିଜ ବନ୍ଧୁ ଜସ୍ମିନ୍‌ଙ୍କୁ ସମର୍ଥନ କରିବାକୁ ବିଗ୍‌ବସ୍‌ ୧୪ରେ ସାମିଲ ହୋଇଥିଲେ। କିନ୍ତୁ ଅତି ଶୀଘ୍ର ହିଁ ସେମାନେ ନିକଟତର ହୋଇଥିଲେ ଓ ଶୋ’ରେ ନିଜ ସମ୍ପର୍କକୁ ଏକ ନାଁ ଦେଇଥିଲେ। ଶୋ’ ପରେ ଜସ୍ମିନ୍‌ ଅଲୀଙ୍କ ସହ ରମଜାନ୍‌ ପାଇଁ ଜମ୍ମୁ ସ୍ଥିତ ପୈତୃକ ଘରକୁ ଯାଇଥିଲେ ଓ ତାଙ୍କ ପରିବାର ସହ ସମୟ ବିତାଇଥିଲେ। ଅଲୀ ଓ ଜସ୍ମିନ୍‌ ପ୍ରାୟତଃ ସୋସିଆଲ ମିଡିଆରେ ପରସ୍ପର ପ୍ରତି ନିଜ ପ୍ରେମ ଦର୍ଶାଇଥାନ୍ତି।

Also Read: ଶନିବାର ସୌଭାଗ୍ୟ ପ୍ରାପ୍ତି ପାଇଁ ଜପ କରନ୍ତୁ ଏସବୁ ନାଁ, ପ୍ରସନ୍ନ ହେବେ କର୍ମଫଳଦାତା ଶନି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.