କ୍ୟାଟ୍ରିନା ଓ ଭିକ୍କିଙ୍କ ବିବାହକୁ ପୂରିଲା ମାସେ, ରୋମାଣ୍ଟିକ୍ ଫଟୋ ସେୟାର କରି ସ୍ୱାମୀଙ୍କୁ ଶୁଭେଚ୍ଛା ଜଣାଇଲେ ମିସେସ୍ କୌଶଲ

ବଲିଉଡ୍ର ବାର୍ବି ଗର୍ଲ ଅର୍ଥାତ୍ କ୍ୟାଟ୍ରିନା କୈଫ୍ ୯ ଡିସେମ୍ବର ୨୦୨୧ରେ ଅଭିନେତା ଭିକ୍କି କୌଶଲଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଆଜି ୯ ଜାନୁଆରୀରେ ତାଙ୍କ ବାହାଘରକୁ ମାସେ ହୋଇଛି। ଏହି ଖାସ୍ ଅବସରରେ ମିସେସ୍ କୌଶଲ କ୍ୟାଟ୍ରିନା ନିଆରା ଅନ୍ଦାଜରେ ସ୍ୱାମୀଙ୍କ ଉପରେ ପ୍ରେମ ବର୍ଷା କରୁଥିବାର ଦେଖିବାକୁ ମିଳିଛି। ନିକଟରେ କ୍ୟାଟ୍ରିନା ଇନ୍ଷ୍ଟାଗ୍ରାମ୍ରେ ଏକ ପୋଷ୍ଟ ସେୟାର କରିଛନ୍ତି। ଏହି ପୋଷ୍ଟ ମାଧ୍ୟମରେ କ୍ୟାଟ୍ରିନା ଭିକ୍କିଙ୍କୁ ପ୍ରଥମ ମାସିକିଆ ବିବାହ ଦିବସର ଅଭିନନ୍ଦନ ଜଣାଇଛନ୍ତି। ଫଟୋରେ କ୍ୟାଟ୍ରିନା ଓ ଭିକ୍କିଙ୍କର ରୋମାଣ୍ଟିକ୍ କେମେଷ୍ଟ୍ରି ଦେଖିବାକୁ ମିଳିଛି।
ଓ୍ଵାନ୍ ମନ୍ଥ ଆନିଭର୍ସାରିରେ କ୍ୟାଟ୍ରିନା କୈଫ୍ ଇନ୍ଷ୍ଟାଗ୍ରାମ୍ରେ ଯେଉଁ ଫଟୋ ସେୟାର କରିଛନ୍ତି, ସେଥିରେ ସେ ସ୍ୱାମୀ ଭିକ୍କି କୌଶଲଙ୍କ ବାହୁ ବନ୍ଧନରେ ଥିବା ଦେଖିବାକୁ ମିଳିଛି। କେବଳ ଏତିକି ନୁହେଁ, ଭିକ୍କି କୌଶଲ ଏହି ସେଲ୍ଫିକୁ କ୍ଲିକ୍ କରୁଥିବାର ନଜର ଆସିଛନ୍ତି। କ୍ୟାଟ୍ରିନା ଓ ଭିକ୍କିଙ୍କର ଏହି ପ୍ରେମ ଭରା ମୁହୂର୍ତ୍ତକୁ ଦେଖି ଫ୍ୟାନ୍ମାନେ ତାଙ୍କ ବୈବାହିକ ଜୀବନ ଖୁସିରେ କଟୁ ବୋଲି କାମନା କରିଛନ୍ତି। ଖବର ଲେଖା ହେବା ବେଳକୁ ଏହି ଫଟୋରେ ୨୪ ଲକ୍ଷରୁ ଅଧିକ ଲାଇକ୍ ମିଳିଛି।
View this post on Instagram
ଭିକ୍କି କୌଶଲ ଓ କ୍ୟାଟ୍ରିନା କୈଫ୍ଙ୍କ ବିବାହ ଫ୍ୟାନ୍ଙ୍କ ପାଇଁ କୌଣସି ସରପ୍ରାଇଜ୍ ଠାରୁ କମ୍ ନଥିଲା। ମିଡିଆ ରିପୋର୍ଟ ଅନୁସାରେ, ଭିକ୍କି ଓ କ୍ୟାଟ୍ରିନା ପରସ୍ପରକୁ ଦୀର୍ଘ ଦିନ ହେଲାଣି ଡେଟ୍ କରୁଥିଲେ। କିନ୍ତୁ ଏମାନେ ଅଫିସିଆଲି ନିଜ ସମ୍ପର୍କ ବିଷୟରେ କେବେ ବି କୌଣସି ସୂଚନା ଦେଇନଥିଲେ। ପରେ ରାଜସ୍ଥାନରେ ଉଭୟେ ଗ୍ରାଣ୍ଡ୍ େଓ୍ଵଡିଂ କରିଥିଲେ।