ପୁର୍ନବାର ସୋନି ଟିଭିରେ ପ୍ରସାରଣ ହେବ CID, ସୋସିଆଲ ମିଡ଼ିଆରେ ଟ୍ରେଡିଂ ହେଉଛି ଏସିପି ପ୍ରଦ୍ୟୁମନଙ୍କ ଡାଇଲଗ ‘କୁଛ ତୋ ଗଡ୍ ବଡ୍ ହେ’

ଲୋକପ୍ରିୟ ଟିଭି ଧାରାବାହିକ CID ପୁଣି ଥରେ ସୋନି ଟିଭିରେ ପ୍ରସାରଣ ହେବାକୁ ଯାଉଛି, ଯାହାର ନାମ ରହିଛି CID ରିଟର୍ନ। ଏହାକୁ ନେଇ ଅନେକ ପ୍ରଶଂସକ ଉତ୍ସାହିତ ଅଛନ୍ତି। ACP ପ୍ରଦ୍ୟୁମନ୍ ଭୂମିକାରେ ଅଭିନୟ କରିଥିବା ଅଭିନେତା ଶିବାଜୀ ସତ୍ୟମଙ୍କୁ ସୋ ରେ ଦେଖିବାକୁ ମିଳିବ। ଏକ ସାକ୍ଷାତକାରରେ ଅଭିନେତା କହିଛନ୍ତି ଯେ ସେ ଏଥିପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି।

CID Return
Picture Credit – IBTimes India

ତେବେ ସିଆଇଡି ରିଟର୍ନର ନିର୍ମାତାମାନେ ଏହାକୁ ଏକ ଭିନ୍ନ ଧରଣରରେ ଟିଭିରେ ଦେଖାଇବେ ।CID ପ୍ରାୟ ଅଧିକ ସମୟ ପର୍ଯ୍ୟନ୍ତ ଟିଭିରେ ଚାଲିଥିବା ଧାରାବାହିକ, ଯାହାକି ଅନେକଙ୍କ ମନରେ ଜାଗା ତିଆରି କରିସାରିଛି। ଏହି ଧାରାବାହିକରେ ଅଭିନୟ କରିଥିବା ଅଭିନେତାମାନେ ମଧ୍ୟ ଏହି ସୋ ପାଇଁ ଇଣ୍ଡଷ୍ଟ୍ରିରେ ପରିଚିତ ହୋଇଛନ୍ତି। ଏହାକୁ ଦୁଇଟି ଭାଷାରେ ପ୍ରସାରଣ କରାଯାଇଥିଲା ଓ ଏବେ ମଧ୍ୟ ସିଆଇଡି ରିଟର୍ନ ତାମିଲ ଓ ହିନ୍ଦୀ ଭାଷାରେ ଟିଭିରେ ପ୍ରସାରଣ ହେବ।

 

ତେବେ ବର୍ତ୍ତମାନ ଏହି ଧାରାବାହିକରେ ଅନେକ ନୂଆ କଳାକାରଙ୍କୁ ଦେଖିବାକୁ ମିଳିବ କିନ୍ତୁ ସମସ୍ତ ପୁରୁଣା ଅଭିନେତା ଓ ଅଭିନେତ୍ରୀ ମଧ୍ୟ ଏଥିରେ ରହିବେ ।
ତେବେ ଏହା କେବେ ପ୍ରସାରଣ ହେବ ସେ ନେଇ କୌଣସି ତାରିଖ ଘୋଷଣା କରାଯାଇନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.