ଦବଙ୍ଗ ୩ର ‘ମୁନ୍ନା ବଦନାମ ହୁଆ’ ଗୀତ ରିଲିଜ୍‌, ନୂଆ ମୁନ୍ନି ସହ ଧୁମ୍‌ ନାଚିଲେ ଚୁଲ୍‌ବୁଲ୍‌ ପାଣ୍ଡେ; ଦେଖନ୍ତୁ ଭିଡିଓ

ବଲିଉଡ୍‌ର ହିଟ୍‌ ଫିଲ୍ମ ଦବଙ୍ଗର ସିକ୍ୱେଲ ଦବଙ୍ଗ ୩ ଦର୍ଶକଙ୍କ ହୃଦୟ ଜିତିବାକୁ ପ୍ରସ୍ତୁତ ହୋଇଗଲାଣି। ରିଲିଜ୍‌ ହେବା ପୂର୍ବରୁ ଫିଲ୍ମ ଗୀତ ଦର୍ଶକଙ୍କୁ ନିଜ ଆଡ଼କୁ ଟାଣିଲାଣି। କିଛି ଦିନ ତଳେ ଫିଲ୍ମର ଅଡିଓ ରିଲିଜ୍‌ ହୋଇଥିବା ବେଳେ ଏବେ ଫିଲ୍ମର ଗୀତ ‘ମୁନ୍ନା ବଦନାମ’ ରିଲିଜ୍‌ ହୋଇଛି। ଏହି ଗୀତରେ ସଲମାନ ଖାନ୍‌ ଏବଂ ଓ୍ଵରିନା ହୁସେନ୍‌ଙ୍କ ଜବରଦସ୍ତ ଡ୍ୟାନ୍ସ ମୁଭ ସହ ସିଙ୍ଗରଙ୍କ କଣ୍ଠସ୍ୱରର ଯାଦୁ ଦେଖିବାକୁ ମିଳିଛି।

ଦେଖନ୍ତୁ ଭିଡିଓ:

Video Courtesy: T-Series

ସଲମାନ ଖାନ୍‌ ବା ଚୁଲବୁଲ ପାଣ୍ଡେଙ୍କ ଏହି ଲୁକ୍‌ ଲୋକଙ୍କୁ ଖୁବ୍‌ ପସନ୍ଦ ଆସୁଛି। ରିଲିଜ୍‌ ହେଉ ହେଉ ଦବଙ୍ଗ ୩ର ମୁନ୍ନା ବଦନାମ ହୁଆ ଗୀତ ୟୁ-ଟ୍ୟୁବ୍‌ ରେ ଟ୍ରେଣ୍ଡ କରିଛି। ମାତ୍ର ୮ ଘଣ୍ଟାରେ ଏହି ଗୀତକୁ ୬ ମିଲିୟନରୁ ଅଧିକ ଥର ଦେଖାସରିଲାଣି। ଫ୍ୟାନ୍‌ଙ୍କୁ ବି ଏହି ଗୀତ ଖୁବ୍‌ ପସନ୍ଦ ଆସିଛି। ସୂଚନାଯୋଗ୍ୟ ଯେ କିଛିଦିନ ପୂର୍ବରୁ ମୁନ୍ନା ବଦନାମର ଟିଜର ରିଲିଜ୍‌ ହୋଇଥିଲା, ଯାହାକୁ ଦର୍ଶକେ ଖୁବ୍‌ ପସନ୍ଦ କରିଥିଲେ।

ଏହାସହ ପଢ଼ନ୍ତୁ: ରିିଲିଜ୍‌ ଅପେକ୍ଷାରେ ଭାରତର ପ୍ରଥମ ମାର୍ଶଲ ଆର୍ଟ ଫିଲ୍ମ ‘ଏଣ୍ଟର ଦ ଗର୍ଲ ଡ୍ରାଗନ’, ଭାଇରାଲ ହେଉଛି ଭିଡିଓ

ପ୍ରଭୂଦେବାଙ୍କ ଦ୍ୱାରା ନିର୍ଦ୍ଦେଶିତ ଦବଙ୍ଗ ୩ ସଲମାନ ଖାନ୍‌ ଫିଲ୍ମସ୍‌ର ବ୍ୟାନରରେ ନିର୍ମିତ ହେଉଛି। ଫିଲ୍ମରେ ସଲମାନ ଖାନ୍‌ଙ୍କ ସହ ସୋନାକ୍ଷୀ ସିହ୍ନା, କିଚ୍ଚା ସୁଦୀପ ଏବଂ ସାଇ ମାଞ୍ଜରେକର ପ୍ରମୁଖ କଳାକାର ମୁଖ୍ୟ ଭୂମିକାରେ ନଜର ଆସିବେ। ଏହି ଫିଲ୍ମ ଡିସେମ୍ବର ୨୦ ତାରିଖରେ ରିଲିଜ୍‌ ହେବ। ଭାରତରେ ହିନ୍ଦୀ ସମେତ ଅନ୍ୟ କେତେକ ଭାଷାରେ ରିଲିଜ୍‌ ହେବାକୁ ଥିବା ସଲମାନଙ୍କ ପ୍ରଥମ ଫିଲ୍ମ ହେଉଛି ଦବଙ୍ଗ ୩। ଏହି ଫିଲ୍ମକୁ ଫ୍ୟାନ୍‌ମାନେ ଖୁବ୍‌ ଉତ୍ସାହର ସହ ଅପେକ୍ଷା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.