ପପୁଲାର ଏବଂ ବୋଲ୍ଡ ୱେବ୍ ସିରିଜ୍ ‘ଗନ୍ଦି ବାତ୍-4’ର ଟ୍ରେଲର ରିଲିଜ୍, ଭିଡିଓ ଦେଖିଲେ ହୋଇଯିବେ ତାଜୁବ୍

ଏଏଲଟି ବାଲାଜି(ALT BALAJI)ର ପପୁଲାର ଏବଂ ବୋଲ୍ଡ ୱେବ୍ ସିରିଜ୍ ‘ଗନ୍ଦି ବାତ୍’ର ଟ୍ରେଲର ରିଲିଜ ହୋଇଯାଇଛି । ‘ଗନ୍ଦି ବାତ୍’ ସିରିଜ୍କୁ ଦେଖୁଥିବା ଦର୍ଶକ ଏହାକୁ ବହୁ ଲମ୍ବା ସମୟ ଧରି ଅପେକ୍ଷା କରି ରହିଥିଲେ । ଟିଭି କ୍ବିନ୍ ଏକତା କପୁରଙ୍କ ଏହି ୱେବ୍ ସିରିଜ୍ ବହୁତ ବୋଲ୍ଡ ହୋଇଥିବା କାରଣରୁ ଆରମ୍ଭରୁ ବେଶ୍ ଚର୍ଚ୍ଚାରେ ରହିଆସିଛି ଏବଂ ଖୁବ୍ ହିଟ୍ ମଧ୍ଯ ହୋଇଛି ।

gandi bat‘ଗନ୍ଦି ବାତ୍’ର ଗତ ୩ଟି ସିଜିନ୍ ୱେବ୍ ଦୁନିଆରେ ବହୁତ ପସନ୍ଦ କରାଯାଇଛି। ଏବେ ଏହାର ୪ର୍ଥ ସିଜିନ୍ ର ଟ୍ରେଲର ସାମ୍ନାକୁ ଆସିଛି । ଯେଉଁଥିରେ ପ୍ରଥମ ୩ଟି ସିରିଜ୍ ପରି ଗାଁ ଅଞ୍ଚଳର ଛବି ଉପରେ କାହାଣୀ କରାଯାଇଛି । ଲୋକାଲ ଭାଷା ସହିତ ଚରିତ୍ରରେ ଭଲପାଇବା,ଧୋକାଦେବା,ଚାଲ୍ ଖେଳିବା ଏବଂ ସେକ୍ସକୁ ନେଇ କାହାଣୀ ରଚନା କରାଯାଇଛି । ଟ୍ରେଲରରୁ ସଫା ଜଣାପଡୁଛି କି, ଏବେ ଏକତା କପୁରଙ୍କ ଏହି ‘ଗନ୍ଦି ବାତ୍’ ରେ ଆସିଥିବା ସବୁ ସିରିଜ୍ ଠାରୁ ଏହି ସିରିଜଟି ବହୁତ ହଟ୍ ଏବଂ ବୋଲ୍ଡ ହେବାକୁ ଯାଉଛି ।

gandi bat 4ତେବେ ଏହି ଟ୍ରେଲରକୁ ସେୟାର କରାଯାଇଥିବାବେଳେ ଏହାର କ୍ୟାପସନରେ ଲେଖାଯାଇଛି କି, ଗନ୍ଦି ବାତ୍ ସିଜିନ୍ ୪କୁ ନେଇ ଆସିବାକୁ ଯାଉଛି ତାଜା,କଡକ୍ ଏବଂ କରାରା ମାଲ୍, ତେବେ ହୋଇଯାଆନ୍ତୁ ପ୍ରସ୍ତୁତ । ଏହି ୱେବ୍ ସିରିଜ୍ ଆସନ୍ତା ୭ଜାନୁଆରୀରୁ ଅଲ୍ଟ ବାଲାଜିରେ ଦେଖିପାଇବେ ।

ଦେଖନ୍ତୁ ଏହାର ଟ୍ରେଲର:

video courtesy: ALT BALAJI

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.