ପ୍ରେଗନେଣ୍ଟ ଥାଇ ମଧ୍ୟ ସୁଟିଂରେ ବ୍ୟସ୍ତ ଅଛନ୍ତି କରିନା, ସୋସିଆଲ ମିଡିଆରେ ସେୟାର କଲେ ଫଟୋ

ଦ୍ୱିତୀୟ ଥର ପାଇଁ ମା’ ହେବାକୁ ଯାଉଛନ୍ତି କରିନା କପୁର। ଏନେଇ ସେ ସର୍ବଦା ସୋସିଆଲ ମିଡିଆରେ ଅପଡେଟ୍ ମଧ୍ୟ କରୁଛନ୍ତି। କରିନା ନିଜର ଇନଷ୍ଟାଗ୍ରାମରୁ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ଆଗକୁ ଆସିବାକୁ ଥିବା ତାଙ୍କ ପିଲା ସହ ସୁଟିଂ କରୁଥିବାର ନଜର ଆସିଛନ୍ତି। ସୋସିଆଲ ମିଡିଆରେ ଏହି ଫଟୋ ସେୟାର କରିବା ସହ କରିନା ଲେଖିଛନ୍ତି, ଆମେ ଦୁଇଜଣ ସୁଟିଂ ସେଟ୍ ରେ ଅଛୁ। ଏନେଇ କରିନାଙ୍କର ଏହି ଫଟୋକୁ ଦେଖି ଫ୍ୟାନ୍ସମାନେ ତାଙ୍କର ଚିନ୍ତା କରିଛନ୍ତି। ଏଥିପାଇଁ ଫ୍ୟାନ୍ସମାନେ ତାଙ୍କୁ ବର୍ତ୍ତମାନ ସମୟରେ ଆରାମ କରିବା ପାଇଁ ଉପଦେଶ ଦେଇଛନ୍ତି।

karina kapoorସେହିଭଳି ଏହାପୂର୍ବରୁ କରିନା କପୁର ଗତ କିଛି ଦିନ ତଳେ ନିଜର ଚେକ୍‌ ଅପ୍‌ ପାଇଁ କ୍ଲିନିକ୍ ଭିଜିଟ୍ ରେ ପହଞ୍ଚିଥିଲେ। ସେହି ସମୟରେ ମଧ୍ୟ କରିନାଙ୍କ ଲୁକ୍ ଖୁବ୍ କଂଫଟେବୁଲ୍ ଏବଂ କୁଲ୍ ଥିବା ନଜର ଆସିଥିଲା। ଦୀର୍ଘ ଦିନ ପରେ କରିନା ସୁଟିଂ ପରେ ପାହାଡ଼ ଉପରୁ ଫେରିଛନ୍ତି। ଯାହାପରେ ସେ ବାରମ୍ବାର ସୋସିଆଲ ମିଡିଆରେ ନଜର ଆସୁଛନ୍ତି। ବାସ୍ତବରେ କରିନା ଦ୍ୱିତୀୟ ଥର ମା’ ହେବାକୁ ଯାଉଥିବାରୁ ଷ୍ଟାଇଲିସ୍ ଏବଂ ଆରାମ ଦାୟକ କପଡା ପିନ୍ଧୁଥିବାର ନଜର ଆସିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.