ଭାଇଙ୍କ ବିବାହରେ ହଳଦିଆ ଶାଢ଼ିରେ ନଜର ଆସିଲେ କରୀନା କପୁର, ତୈମୁର ବି ଭାରତୀୟ ଗେଟ୍‌ଅପ୍‌ରେ ଦିଶୁଥିଲେ କମାଲ

ଅଭିନେତା ଅରମାନ ଜୈନ ଓ ଅନିଶା ମାଲହୋତ୍ରାଙ୍କ ବିବାହ ନିକଟରେ ଅନୁଷ୍ଠିତ ହୋଇଛି। ଏହି ବିବାହ ଉତ୍ସବରେ କରୀନା କପୁର ପୁଅ ତୈମୁର ସହ ନଜର ଆସିଥିଲେ। ଭାଇଙ୍କ ବିବାହରେ କରୀନା କପୁର ଖୁବ୍‌ ସଜେଇ ହୋଇ ପାରମ୍ପରିକ ଗେଟଅପ୍‌ରେ ନଜର ଆସିଥିଲେ।

ବିବାହ କାର୍ଯ୍ୟକ୍ରମରେ କରୀନା ହଳଦିଆ ରଙ୍ଗର ଶାଢ଼ି ପିନ୍ଧିଥିଲେ। ସେହିପରି ପୁଅ ତୈମୁର ବ୍ଲୁ କଲରର କୁର୍ତ୍ତା ଓ ଧଳା ପାଇଜାମାରେ ନଜର ଆସିଥିଲେ।

ଅରମାନଙ୍କ ବିବାହରେ କରୀନାଙ୍କ ଲୁକ୍‌ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି।

ଶାଢ଼ି ସହ କରୀନା ବଡ଼ ବଡ଼ ଟ୍ରାଡିସନାଲ ଗୋଲ୍ଡେନ କାନ ଫୁଲ ପିନ୍ଧିଥିଲେ। ଏଥିସହ କରୀନା କେଶରେ ଗଜରା ଓ ମଥାରେ ବିନ୍ଦି ଲଗାଇଥିଲେ। ତାଙ୍କର ଦେଶୀ ଲୁକ୍‌କୁ ସମସ୍ତେ ଖୁବ୍‌ ପସନ୍ଦ କରିଛନ୍ତି। ଭାଇଙ୍କ ବିବାହରେ କରୀନା ହାତରେ ଚୁଡ଼ି ମଧ୍ୟ ପିନ୍ଧିଥିବା ଦେଖିବାକୁ ଆସିଛି।

ବର୍ତ୍ତମାନ ଇନ୍‌ଷ୍ଟାଗ୍ରାମ୍‌ର କରୀନାଙ୍କ ଏହି ଦେଶୀ ଲୁକ୍‌ ଖୁବ୍‌ ଭାଇରାଲ ହେଉଛି। ଫ୍ୟାନ୍‌ମାନେ କରୀନାଙ୍କ ଫଟୋରେ ହଜାରେରୁ ଅଧିକ ଲାଇକ୍‌ ସହ କମେଣ୍ଟ ଦେଉଥିବା ଦେଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.