ଦ୍ୱିତୀୟ ବିବାହ କରିବେ ନାଗା ଚୈତନ୍ୟ! ସାମନ୍ଥାଙ୍କ ଠାରୁ ଛାଡ଼ପତ୍ର ପରେ ଗଢ଼ିବେ ନୂଆ ଜୀବନ

ସାଉଥ୍‌ ସୁପରଷ୍ଟାର ସାମନ୍ଥା ରୁଥ୍‌ ପ୍ରଭୁ ଓ ନାଗା ଚୈତନ୍ୟଙ୍କ ଛାଡ଼ପତ୍ର ଖବର ଫ୍ୟାନ୍‌ଙ୍କୁ ଦୋହଲାଇ ଦେଇଥିଲା। ଉଭୟଙ୍କ ପ୍ରେମଠାରୁ ବିବାହ ପର୍ଯ୍ୟନ୍ତ ସବୁ ଖବରକୁ ଫ୍ୟାନ୍‌ମାନେ ଖୁବ୍‌ ପସନ୍ଦ କରୁଥିବା ବେଳେ ସେମାନଙ୍କ ଛାଡ଼ପତ୍ର ଫ୍ୟାନ୍‌ଙ୍କ ପାଇଁ ଏକ ବଡ଼ ଝଟ୍‌କା ଥିଲା। ୨୦୧୭ ମସିହାରେ ଏହି କପଲ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। କିନ୍ତୁ ମାତ୍ର କିଛି ବର୍ଷ ହିଁ ତାଙ୍କ ବିବାହ ଚାଲିଥିଲା। ତେବେ ଏବେ ଖବର ଆସୁଛି ଯେ ସାମନ୍ଥାଙ୍କ ଠାରୁ ଛାଡ଼ପତ୍ର ନେବା ପରେ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି ନାଗା ଚୈତନ୍ୟ। ଏଥରକ ସେ ଫିଲ୍ମ ଦୁନିଆରୁ ନୁହେଁ, ବରଂ ବାହାରର ଝିଅକୁ ବାହା ହେବାକୁ ଚାହୁଁଛନ୍ତି।

ତେବେ ନାଗା ଚୈତନ୍ୟଙ୍କ ତରଫରୁ ଏ ନେଇ କିଛି କୁହାଯାଉନଥିବା ବେଳେ ତାଙ୍କ ବିବାହ ବିଷୟରେ କିନ୍ତୁ ଜୋର ସୋରରେ ଚର୍ଚ୍ଚା ହେଉଛି। ସାମନ୍ଥାଙ୍କ ଠାରୁ ଛାଡ଼ପତ୍ର ନେବା ପରେ ନାଗା ଚୈତନ୍ୟ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡ଼ିଥିବା କୁହାଯାଉଥିଲା। ସେ ନିଜକୁ ସମସ୍ତଙ୍କ ଠାରୁ ଅଲଗା ରଖୁଥିଲେ। ଛାଡ଼ପତ୍ର ପରଠାରୁ ସେ ନିଜ ସୋସିଆଲ ମିଡିଆରେ ବି ଏତେଟା ଆକ୍ଟିଭ୍‌ ରହୁନଥିଲେ। କିନ୍ତୁ ଏବେ ସେ ଧୀରେ ଧୀରେ ନର୍ମାଲ ଲାଇଫ୍‌କୁ ଫେରୁଛନ୍ତି ଓ ଦ୍ୱିତୀୟ ଜୀବନ ଆରମ୍ଭ କରୁଛନ୍ତି ବୋଲି କୁହାଯାଉଛି।

 

View this post on Instagram

 

A post shared by Chay Akkineni (@chayakkineni)

ଅନ୍ୟପଟେ ନାଗାଙ୍କ ପୂର୍ବ ସ୍ତ୍ରୀ ସାମନ୍ଥା ମଧ୍ୟ ଛାଡ଼ପତ୍ର ପରେ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଲମ୍ବା ଚଉଡ଼ା ପୋଷ୍ଟ ଲେଖି ମନ ହାଲ୍‌କା କରିଥିଲେ। ସାମନ୍ଥା ଲେଖିଥିଲେ- ମୋ ବ୍ୟକ୍ତିଗତ କଷ୍ଟ ସମୟରେ ଆପଣଙ୍କ ସାଥ୍‌ ମୋତେ ଅଭିଭୂତ କରିଛି। ଆପଣଙ୍କ ସହାନୁଭୂତି ଓ ଚିନ୍ତା ପାଇଁ ଧନ୍ୟବାଦ। ଏହା ଦ୍ୱାରା ମୋ ବିଷୟରେ ଜାରିଥିବା ଗୁଜବକୁ ମୁଁ କିଛି ମାତ୍ରାରେ ମାତ୍‌ ଦେଇପାରିଛି। ଆପଣଙ୍କ ଭଲ ପାଇବା ମୋତେ ଏସବୁ ଖରାପ ସ୍ଥିତିକୁ ଭୁଲିବାରେ ନିଶ୍ଚିତ ଭାବେ ସାହାଯ୍ୟ କରିବ।

ସାମନ୍ଥାଙ୍କ କହିବାନୁସାରେ, ସେ କୁହନ୍ତି ଯେ ମୋର ଅନେକ ଆଫେୟାର ଅଛି। ମୁଁ ପିଲା ଚାହୁଁନି। ମୁଁ ଜଣେ ସ୍ୱାର୍ଥପର ଓ ଏବେ କୁହାଯାଉଛି ଯେ ମୁଁ ଅନେକ ଥର ଗର୍ଭପାତ କରିଛି। କିନ୍ତୁ ଏହା ସବୁ ମିଛ। ଛାଡ଼ପତ୍ର ଏମିତିରେ ଏକ କଷ୍ଟଦାୟକ ପ୍ରୋସେସ୍‌। ମୋତେ ଏକୁଟିଆ ଏସବୁରୁ ବାହାରିବାକୁ ସମୟ ଦିଅନ୍ତୁ। ମୋ ଉପରେ ଏଭଳି ଆକ୍ରମଣ ଭାରି କଷ୍ଟ ଲାଗୁଛି। କିନ୍ତୁ ମୁଁ ପ୍ରତିଶ୍ରୁତି ଦେଉଛି ମୁଁ କୌଣସି ଜିନିଷକୁ ମୋତେ ଭାଙ୍ଗିବାର ସୁଯୋଗ ଦେବି ନାହିଁ ବୋଲି କହିଥିଲେ ସାମନ୍ଥା।

Also Read: ବରଣମାଳା ପକାଇବା ବେଳେ ବର ଗାଲରେ ଠୋ ଠୋ କରି ଚାପୁଡ଼ା କସି ଦେଲା ଝିଅ, ବନ୍ଦ ହେଲା ବାହାଘର; ଦେଖନ୍ତୁ ଭିଡିଓ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.