ଗୋଆ କନସର୍ଟ ପାଇଁ ଟ୍ରୋଲ ହେଲେ ନେହା, ୟୁଜର୍ସ ଲଗାଇଲେ ୱାଟ୍‌

ବଲିବୁଡରେ ଧୁମ ମଚାଉଥିବା ଓ ନିଜ ସଂଗୀତର ଯାଦୁଗରୀରେ ମତୁଆଲା କରୁଥିବା ସେନସେସନାଲ କଣ୍ଠଶିଳ୍ପୀ ନେହା କକ୍କର । ଏବେ ଏବେ ସୋସିଆଲ ମିଡିଆରେ ଘୁରିବୁଲୁଛି ତାଙ୍କ କ୍ଲିକ୍ସ । କାରଣ ସେ କୁଆଡେ କରୋନା ବଢାଇବାରେ ଆଗରେ ଏବେ । ଘଟଣା ଅନୁସାରେ ଗୋଆରେ ନେହା କକ୍କରଙ୍କ କନ୍ସର୍ଟ ଦେଖିବାକୁ ମିଳିଲା । ଏହାରି ଭିତରେ ଜସନ ଓ ଆତସବାଜିରେ ଫାଟି ପଡୁଥିଲା ସ୍ଥାନ । ନେହାଙ୍କ ଗୋଟେ ପରେ ଗୋଟେ ହିଟ ଗୀତରେ ଝୁମିଥିଲେ ଦର୍ଶକ ।

ହେଲେ ଏହି ୟଙ୍ଗ ଆଣ୍ଡ ବିୟୁଟିଫୁଲ ସିଙ୍ଗର ନେହାଙ୍କ ପାଇଁ ଅସୁବିଧା ହେଲା ସେତେ ବେଳେ ଯେତେବେଳେ ନେହାଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଅପଲୋଡ ହେଲା । ଯେଉଁ ଭିଡିଓ ଦେଖି ୟୁଜରର୍ସ ନେହାଙ୍କ ୱାର୍ଟ ଲଗାଇଦେଲେ । ଭିଡିଓରେ ଗୋଟେ ପରେ ଗୋଟେ ୟୁଜର କମେଣ୍ଟ ଦେଇ ଚାଲିଲେ ଆଉ ନେହା ଟ୍ରୋଲ ଶୀକାର ହେଲେ ।

ସିଙ୍ଗର ନେହା କକ୍କର ନୂଆବର୍ଷ ୨୦୨୨କୁ ଏକ ଧମାକେଦାର ଅନ୍ଦାଜରେ ସ୍ୱାଗତ କଲେ । ଗୋଆରେ ଆୟୋଜିତ କନସର୍ଟରେ ପରଫର୍ମ କରି ନୂଆବର୍ଷର ମାହୋଲକୁ ଜବରଦସ୍ତ କରିଛନ୍ତି । କିନ୍ତୁ ନେହାଙ୍କୁ ଏହି କନସର୍ଟ ମହଙ୍ଗା ପଡିଗଲା । ନେହା ଏହି କନସର୍ଟ ପାଇଁ ଟ୍ରୋଲ ହେଉଛନ୍ତି । ଏମିତିକି ୟୁଜରର୍ସ ନେହାଙ୍କୁ କରୋନାକୁ ନେଇ ଅନେକ କଥା କହିଛନ୍ତି ।

ଏହି ଭାଇରାଲ ଭିଡିଓରେ ଭିଡ ଦେଖାଯିବାରୁ ଜଣେ ୟୁଜର ଲେଖିଲେ କି ୨ଦିନ ପରେ କହିବ ଘରେ ରୁହନ୍ତୁ । ଦ୍ୱିତୀୟ ଜଣକ ଲେଖିଲେ ଏଠି କରୋନା ଜମା ନାହିଁ । ତୃତୀୟ ଜଣକ ଲେଖିଲେ କରୋନା ଡର କୋଉଠି । ଦେଖାଯାଉନି । ଜଣେ ୟୁଜର ତ ଏପରି ଲେଖିଲେ କି ଗୋଆରେ କରୋନା ବ୍ୟାପେନି । ଅନ୍ୟଜଣେ କହିଛନ୍ତି କି ଏଠି କୌଣସି କଟକଣା ନାହିଁ । ଲାଗୁଛି ଏଠିକାର ଲୋକଙ୍କ ଉପରେ ଓମିକ୍ରନର ଓଲଟା ଅସର ହେଉଛି । ହଦ ହେଇଗଲା ।

ଟପିକର ହେଡଲାଇନ ପରି ଜଣେ ୟୁଜର କହିଲେ, କରୋନା ବ୍ୟାପିବାକୁ ଦିଅ କରୋନା ବଢାଅ । ଆଗକୁ ଲେଖାଯାଇଛି ଯେ ନେହା ଆଉ କରୋନା ଗ୍ୟାଙ୍ଗ । କିନ୍ତୁ ବଡକଥା ସବୁ ପରେ ବି ଅନେକ ୟୁଜର୍ସ ଅଛନ୍ତି ଯେଉଁମାନେ ନେହାଙ୍କ ଗୀତକୁ ପସନ୍ଦ କରିଛନ୍ତି ଓ ଭିଡିଓର ସିନ ଟାଇମ ବଢାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.